ହସପିଟାଲର ଏମରଜେନ୍ସୀ ଓ୍ଵାର୍ଡରେ ରୋଗୀଙ୍କ ଭିତରେ ପଶିଗଲା ପୋଲିସ ଗାଡି, ଭିଡିଓ ଭାଇରଲ

ଜଣେ ମହିଳା ଡାକ୍ତରଙ୍କୁ ନର୍ସିଂ ଅଫିସର ସତୀଶ କୁମାର ଅପରେସନ ଥିଏଟରରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଗାଡି ଧରି ହସପିଟାଲର ଏମରଜେନ୍ସି ଓ୍ଵାର୍ଡକୁ ପଶିଯାଇଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଋିଷିକେଶ ଏମ୍ସରେ ।

ହସପିଟାଲରେ ଏମରଜେନ୍ସି ଓ୍ଵାର୍ଡରେ ପଶିଗଲା ପୋଲିସ ଗାଡି । କୌଣସି ରୋଗୀକୁ ନେଇ ନୁହେଁ ବରଂ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଗାଡି ଧରି ହସପିଟାଲର ଏମରଜେନ୍ସି ଓ୍ଵାର୍ଡକୁ ପଶିଯାଇଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଋିଷିକେଶ ଏମ୍ସରେ । ଯାହାର ଭିଡିଓ ଭାଇରଲ ହେଉଛି ।

ଖବର ମୁତାବକ, ୧୯ତାରିଖ ସନ୍ଧ୍ୟାରେ ଉତ୍ତରାଖଣ୍ଡ ଋଷିକେଶ ସ୍ଥିତ AIIMSରେ ଅପରେସନ ଥିଏଟର ଭିତରେ ସର୍ଜରୀ ଚାଲିଥିଲା । ଏହି ସମୟରେ ଜଣେ ମହିଳା ଡାକ୍ତରଙ୍କୁ ନର୍ସିଂ ଅଫିସର ସତୀଶ କୁମାର ଅପରେସନ ଥିଏଟରରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାକୁ ନେଇ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ଦେଖା ଦେବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରମାନେ ଧାରଣାରେ ବସିଥିଲେ । ଏପରିକି AIIMS ଡାକ୍ତରମାନେ ଡିନଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ନର୍ସିଂ ଅଫିସର ସତୀଶଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ହସ୍ପିଟାଲରେ ପହଞ୍ଚିଥିଲା । ଆଉ ଅଧିକ ଉତ୍ତେଜନା ଆଶଙ୍କାରେ ଜିପ୍କୁ ଏମରଜେନ୍ସି ୱାର୍ଡରେ ପଶାଇ ଦେଇଥିଲା । ଏହାପରେ ଓ୍ଵାର୍ଡରୁ ନର୍ସିଂ ଅଫିସରକୁ ଗିରଫ କରିଛି ପୋଲିସ । ଏହାପରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଘଟଣାଟି ୧୯ ତାରିଖରେ ଘଟିଥିବା ବେଳେ ୨୧ ମଇରେ ଅଭିଯୋଗ ହୋଇଥିଲା ।

 

Leave A Reply

Your email address will not be published.