ଦେଖନ୍ତୁ Video, କରୋନା କାଳରେ କନ୍ୟା ଏମିତି ଲଗାଇଲା ହଳଦୀ, ଲୋକେ କହିଲେ, ‘ମଙ୍ଗଳସୂତ୍ର ବାନ୍ଧିବା ପାଇଁ ଆଣିବାକୁ ପଡ଼ିବ Drone’…

କୋଭିଡ-୧୯ ଯୋଗୁ ହୋଇଥିବା ଲକଡାଉନ ହଟିଯିବା ପରେ ଏବେ ଲୋକେ ଘରୁ ବାହାରି ନିଜ ନିଜ କାମରେ ଲାଗିପଡିଛନ୍ତି। ତେବେ ଏହି ଲକଡାଉନରେ ଅନେକ ଲୋକଙ୍କର ବିବାହ ଅଟକି ଯାଇଥିଲା। ଏବେ ଅନେକ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି। କିନ୍ତୁ ସମ୍ପୂର୍ଣ୍ଣ ସାବଧାନତାର ସହ। ଏହାରି ଭିତରେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି, ଯେଉଁଠି କରୋନା କାଳରେ ହଳଦୀ ସେରିମନି ହୋଇଥିବା ଦେଖିବାକୁ ମିଳିଛି।

iiv

ମହିଳାମାନେ ପେଣ୍ଟ ରୋଲର ବ୍ରସ ସାହାଯ୍ୟରେ କନ୍ୟାକୁ ହଳଦୀ ଲଗାଇ ଦେଉଛନ୍ତି। ଲୋକଙ୍କୁ ଏହି ଯୋଗାଡ଼ ଖୁବ ପସନ୍ଦ ଆସିଛି। ଭିଡ଼ିଓରେ ଦେଖାଯାଉଛି କି, କନ୍ୟା ହଳଦୀ ସେରିମନିରେ ବସିଛି। ସେଠି ଜଣେ ମହିଳା ପେଣ୍ଟ ରୋଲର ବ୍ରସ ଆଣି କନ୍ୟା ହାତରେ ହଳଦୀ ଲଗାଉଛନ୍ତି। ଏହାଦେଖି ସେଠାରେ ଉପସ୍ଥିତ ବାକି ମହିଳାମାନେ ହସିବାକୁ ଲାଗୁଛନ୍ତି।

ଏହି ମଜାଦାର ଭିଡ଼ିଓକୁ ପାୟଲ ଭୟାନା ଟୁଇଟରରେ ସେୟାର କରିଛନ୍ତି। ଭିଡ଼ିଓକୁ ୨୬ ସେପ୍ଟେମ୍ବରରେ ସେୟାର କରାଯାଇଥିଲା। ଏ ପର୍ଯ୍ୟନ୍ତ ଏହାକୁ ୬୧ ହଜାରରୁ ଅଧିକ ଭିୟୁ ମିଳିସାରିଲାଣି। ଏହାସହିତ ୨ ହଜାରରୁ ଅଧିକ ଲାଇକ୍ସ ଏବଂ ୫୦୦ରୁ ଅଧିକ ରିଟୁଇଟ ହୋଇସାରିଛି। ତେବେ ଜଣେ ୟୁଜର ମଜଳିଆ ଢଙ୍ଗରେ କହିଥିଲେ, ‘ମଙ୍ଗଳସୂତ୍ର ବାନ୍ଧିବା ପାଇଁ Drone ଆଣିବାକୁ ପଡ଼ିବ’।