Below header

ବୁଧବାର ପ୍ରକାଶ ପାଇବ ବାବ୍ରି ମସ୍‌ଜିଦ୍‌ ବିଧ୍ୱଂସ ମାମଲାର ରାୟ, ଅଯୋଧ୍ୟାରେ ହାଇଆଲର୍ଟ

ଲକ୍ଷ୍ନୈା : ଦୀର୍ଘ ୨୮ ବର୍ଷ ପରେ ଆସନ୍ତାକାଲି (ବୁଧବାର) ପ୍ରକାଶ ପାଇବ ବାବ୍ରି ମସ୍‌ଜିଦ୍‌ ମାମଲାର ରାୟ । ସିବିଆଇର ସ୍ୱତନ୍ତ୍ର ଅଦାଲତ ୧୯୯୨ ଡିସେମ୍ବର ୬ରେ ଭଙ୍ଗାଯାଇଥିବା ବିବାଦୀୟ ଢ଼ାଞ୍ଚାର ନିଷ୍ପତ୍ତି ଶୁଣାଇବେ । ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀ, ଉମା ଭାରତୀ ଓ କଲ୍ୟାଣ ସିଂହଙ୍କ ପରି ନେତା ଅଭିଯୁକ୍ତ ଅଛନ୍ତି ।

ଏହି ଗୁରୁତ୍ତ୍ୱପୂର୍ଣ୍ଣ ମାମଲାର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଅଯୋଧ୍ୟା ଓ ଲକ୍ଷ୍ନୈାରେ ସୂରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କୈାଣସି ଅଘଟଣକୁ ଆଶଙ୍କା କରି ସିଆଇଡି ଓ ଏଲଆଇୟୁର ଟିମ୍ ସାଦା ପୋଷାକରେ ମୁତୟନ କରାଯାଇଛି ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି ।

babri

ବାହାର ଲୋକ ଆସି ଯେମିତି ଅଯୋଧ୍ୟାରେ ମାହୋଲ ନବିଗାଡନ୍ତି ତାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି । ସେଥିପାଇଁ ପୁରା ଅଯୋଧ୍ୟାରେ ହାଇ ଆଲର୍ଟ ଜାରି କରାଯାଇଛି । ଜିଲ୍ଲାରେ ଯାତାୟତ କରୁଥିବା ସମସ୍ତ ଗାଡିଗୁଡିକର ଯାଞ୍ଚ କରାଯାଉଛି । ବୁଧବାର ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯିବ ବୋଲି ସେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.