ପୂର୍ବତନ ରଗ୍ବୀ ରାଣୀ ଏବେ ଛେଳି ଚରାଳି, ଦୁର୍ବିସହରେ ବିତୁଛି ଜୀବନ

କଥାରେ ଅଛି ‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର’ । ଭାଗ୍ୟ କେତେବେଳେ କାହାକୁ ନେଇ କେଉଁ ଜାଗାରେ ରଖେ କହିବା ମୁସ୍କିଲ୍ । ଗୋଟିଏ ଛୋଟ ଭୁଲ୍ ଜୀବନର ଗତି ପଥ ବଦଳାଇ ଦିଏ । ପଛକୁ ଫେରିବାକୁ ଚାହିଁଲେ ବି ଫେରି ହୁଏନି । ଭାଗ୍ୟ ଏମତି ଏକ କ୍ରୁର ପରିହାସ କରିଛି ଜଣେ ଆନ୍ତର୍ଜାତିକ ରଗ୍ବୀ ଖେଳାଳୀଙ୍କ ସହିତ ।
ରଣପୁର ବ୍ଲକ ଗିରିଣ୍ଡା ଗ୍ରାମର ଏ ହେଉଛନ୍ତି ସୁଜାତା ପ୍ରଧାନ । ଓଡ଼ିଶାର ପୂର୍ବତନ ରଗବୀ କ୍ୟାପ୍ଟେନ୍ ଭାବେ କାର୍ଯ୍ୟ କରିଛନ୍ତି । ରଗବୀରେ ବହୁ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ମାତ୍ର ଏବେ ସେ ମୂଲ ଲାଗି ପୋଷୁଛନ୍ତି ପେଟ । ଛେଳି ଚରାଇ କରୁଛନ୍ତି ପରିବାର ପ୍ରତିପୋଷଣ । ରଗବୀ ଖେଳୁଥିବା ବେଳେ ଗୋଟିଏ ଛୋଟ ଭୁଲ୍ କରିଥିଲେ ସେ । ଭଲ ପାଇ ଜଣକ ହାତ ଧରି ଚାଲି ଆସିଥିଲେ ।
ଫଳରେ ତାଙ୍କୁ ଛାଡିବାକୁ ପଡ଼ିଥିଲା ରଗବୀ । ବାସ୍, ସେହିଦିନଠୁ ଆରମ୍ଭ ହେଲା ତାଙ୍କ ଜୀବନର ଅଧୋଗତୀ । ଏବେ ଘର କହିଲେ ଭଙ୍ଗା କୁଡ଼ିଆ । ସେଇଥିରେ ବତୁଛି ଜୀବନ । ଘରର ଅଳନ୍ଧୁ ଭିତରେ ହଜିଯାଇଛି ରଗବୀରେ ପାଇଥିବା ମେଡାଲ୍ ଓ ସାର୍ଟିଫିକେଟ । ସେଦିନର ସ୍ମୃତି ସାଉଁଟୁଥିବା ବେଳେ ଆଖି କୋଣରୁ ତାଙ୍କର ଜକେଇ ଆସିଥିଲା କେଇ ଟୋପା ଲୁହ ।