ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ କରୋନା ପଜିଟିଭ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ କରୋନା ପଜିଟିଭ ଥିବା ଜଣାଯାଇଛି । ଏ ସମ୍ପର୍କରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି ।ଏହି ଟ୍ଵିଟରେ କୁହାଯାଇଛି ଯେ ଆଜି ସକାଳେ ଉପରାଷ୍ଟ୍ରପତିଙ୍କ ନିୟମିତ କରୋନା ପରୀକ୍ଷା ହୋଇଥିଲା ।

 

ସେଥିରେ ତାଙ୍କ ନମୁନା ପଜିଟିଭ ଆସିଥିବା ଜଣାପଡ଼ିଥିଲା । ତେବେ ତାଙ୍କର କୌଣସି ଲକ୍ଷଣ ନାହିଁ ଓ ସେ ସୁସ୍ଥ ଅଛନ୍ତି । ତାଙ୍କ ପତ୍ନୀ ଉଷା ନାଇଡୁଙ୍କ ନମୁନା ନେଗେଟିଭ ଥିବା ଜଣାଯାଇଛି । ସେ ମଧ୍ୟ କ୍ୱାରାଣ୍ଟାଇନରେ ଅଛନ୍ତି ।