ରାଜା, ମହାରାଜା ନିଜ ଶୌଚାଳୟରେ ରଖୁଥିଲେ ଏହି ଗୋଟିଏ ଜିନିଷ, ଯେଉଁଥିପାଇଁ ହେଉଥିଲେ ଅମାପ ଧନ, ରତ୍ନର ଅଧିକାରୀ, ଜାଣନ୍ତୁ କ’ଣ ?

ଆଗ କାଳରେ ରାଜା, ମହାରାଜାମାନେ ଲୁଣକୁ ବହୁତ ବ୍ୟବହାର କରୁଥିଲେ। ଏହାକୁ ଅନେକ ପ୍ରକାରର ପ୍ରୟୋଗ କରୁଥିଲେ। କେଉଁଠି କଡେଇରେ ଲୁଣ ପକାଇ କୌଣସି କଏଦୀଙ୍କ ଉପରକୁ ପାଣି ପକାଉଥିଲେ ତ କେତେବେଳେ ବାସ୍ତୁ ଦୋଷ ନିବାରଣ ପାଇଁ ଲୁଣକୁ ଏକ ଶକ୍ତିଶାଳୀ ଉପାୟ ଭାବେ ମାନୁଥିଲେ।
ରାଜା, ମହାରାଜାମାନେ ନିଜ ଶୌଚାଳୟରେ ଏକ ମାଟି ପାତ୍ରରେ ଲୁଣ ଖଣ୍ଡ ରଖୁଥିଲେ, ଯେଉଁ କାରଣରୁ ତାଙ୍କ ରାଣୀମାନଙ୍କର ନକାରାତ୍ମକ ଶକ୍ତି ଦୂର ହୋଇଯାଉଥିଲା। ଏହାସହ ରାହୁଙ୍କ ନକାରାତ୍ମକ ପ୍ରଭାବ ଦୂର ହେଉଥିଲା।
କେବଳ ଏତିକି ନୁହେଁ, ରାଜା, ମହାରାଜା ଏବଂ ରାଣୀମାନଙ୍କ ମଧ୍ୟରେ ଯେଉଁ ଝଗଡ଼ା ହେଉଥିଲା, ତାହାକୁ ମଧ୍ୟ ଦୂର କରିବାରେ ଏହି ଉପାୟ ସହାୟକ ହେଉଥିଲା। ଏପରିକି, ପୂରା ପରିବେଶ ଶାନ୍ତ ଏବଂ ମହଲରେ ସୁଖ, ଶାନ୍ତି ବଜାୟ ରହୁଥିଲା। ରାଜା, ରାଣୀଙ୍କ ମଧ୍ୟରେ ପ୍ରେମ ବଢ଼ୁଥିଲା ଏବଂ ଖୁବ ଧନପ୍ରାପ୍ତି ହେଉଥିଲା।