ବ୍ୟାଟ୍ ଧରି ନିଆରା ଅନ୍ଦାଜରେ ପ୍ରଚାର କରୁଛନ୍ତି ଏହି ସ୍ୱାଧୀନ ପ୍ରାର୍ଥୀ

ଚଳିତ ନିର୍ବାଚନ ପାଇଁ ଉଦଳା ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ପାଇଁ କଲ୍ଲୋଳ ସିଂ ଙ୍କୁ ମିଳିଛି ବ୍ୟାଟ୍ ଚିହ୍ନ । ବ୍ୟାଟ୍ ଚିହ୍ନ ମିଳିଥିବାରୁ ସେ ଏବେ ନିଜର ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ମଇଦାନରେ ପ୍ରଚାର କରୁଛନ୍ତି ।

ଉଦଳା(କେନ୍ୟୁଜ): ଗାଁ ଠୁ ସହର । ରାସ୍ତା ଘାଟ ଗଳି କନ୍ଦି ସବୁଠାରେ ଚାଲିଛି ଶୋଭାଯାତ୍ରା । ବାଜା ବଜାଇ ଏକ ସୁସଜ୍ଜିତ ଗାଡିରେ ପରିକ୍ରମା କରୁଛନ୍ତି ପ୍ରାର୍ଥୀ । ତେବେ ଏହି ନିର୍ବାଚନ ପ୍ରଚାର ପାଇଁ ନିଆରା ତରିକା ଆପଣାଇଛନ୍ତି ଜଣେ ପ୍ରାର୍ଥୀ । ଲୋକଙ୍କ ନିକଟରେ ପହଞ୍ଚିବା ସହିତ ନିଜର ଚିହ୍ନକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ଉଦଳାର ସ୍ୱାଧୀନ ପ୍ରାର୍ଥୀ କଲ୍ଲୋଳ ସିଂ ।

ଚଳିତ ନିର୍ବାଚନ ପାଇଁ ଉଦଳା ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ପାଇଁ କଲ୍ଲୋଳ ସିଂ ଙ୍କୁ ମିଳିଛି ବ୍ୟାଟ୍ ଚିହ୍ନ । ବ୍ୟାଟ୍ ଚିହ୍ନ ମିଳିଥିବାରୁ ସେ ଏବେ ନିଜର ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ମଇଦାନରେ ପ୍ରଚାର କରୁଛନ୍ତି ।

ନିଜ ଚିହ୍ନ ଲୋକଙ୍କ ପାଖରେ ପହଁଚାଇବା ପାଇଁ ସମର୍ଥକ ମାନଙ୍କୁ ବ୍ୟାଟ୍ ଧରାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଛୋଟ ପିଲାଙ୍କ ଖେଳନା ବ୍ୟାଟ୍ ହାତରେ ଧରି ବ୍ୟାଟ୍ ଚିହ୍ନ ଦେଖାଇ ଲୋକଙ୍କ ନିକଟରୁ ଭୋଟ ମାଗୁଛନ୍ତି । ଉଦଳା ବଜାରରେ ରାତ୍ର ସମୟରେ ସେ ପ୍ରଚାର କରୁଥିବା ବେଳେ ଏଭଳି ଚିତ୍ର ଦେଖିବାକୁ ମିଳିଛି ।

ଏହା ସହିତ ନିଜେ ହାତରେ ପୁସିଂ କାର୍ଡ ଧରି ଲୋକଙ୍କୁ ଦେବା ସହିତ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ବି ଦେଖିବାକୁ ମିଳିଛି । ତାଙ୍କର ଏହି ନିଆରା ତରିକାରେ ପ୍ରଚାର ପାଇଁ ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ନିର୍ବାଚନର ମାହୋଲ ଭିତରେ ସରଗରମ ରହୁଛି ଗାଁ ଠୁ ସହର । ହେଲେ ଏହି ସ୍ୱାଧୀନ ପ୍ରାର୍ଥୀ ଜଣକଏକଦମ୍‌ ସରଳ ଏବଂ ନିଆରା ଢଙ୍ଗରେ କରୁଛନ୍ତି ଭୋଟ ପ୍ରଚାର । ଆଗାମୀ ଦିନରେ ତାଙ୍କୁ ଅଧିକ ଜନସମର୍ଥନ ମିଳିବ ବୋଲି ସେ ଆଶା ରଖିଛନ୍ତି।

 

Leave A Reply

Your email address will not be published.