ଟ୍ରକ ସହ ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା (କେନ୍ୟୁଜ ବ୍ୟୁରୋ): ଯେମିତି ଲାଗୁଛି ଗଜପତି ଜିଲ୍ଲା ପାଲଟିଛି ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ l ଗଜପତି ଏସପି ତପନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆର୍.ଉଦୟଗିରି ଏଡିପିଓଙ୍କ ତତ୍ଵାବଧାନରେ ମୋହନା ଥାନା ଅଧିକାରୀ ଏହି ଗଂଜେଇ ଜବତ କରିଥିଲେ l ସୂଚନା ଅନୁଯାୟୀ ଅଡବା ଠାରୁ ମୋହନା ମଝି ରାସ୍ତାର ଭାଲିଆପଦା ଗ୍ରାମ ଛକ ନିକଟରେ ମୋହନା ପୋଲିସ ପେଟ୍ରୋଲିଂ କରିବା ସମୟରେ ଏକ ଟ୍ରକକୁ ଅଟକାଇ ଥିଲା l ତେବେ ଅଟକାଇ ଯାଞ୍ଚ କରିବା ପରେ ଉକ୍ତ ଟ୍ରକ୍ ରୁ ୨୨ ବସ୍ତା ଗଞ୍ଜେଇ ମିଳିଥିଲା l

ଉକ୍ତ ଗଞ୍ଜେଇ ଗଜପତିରୁ ନାଗାଲାଣ୍ଡ ଚାଲାଣ ହେଉଥିଲା l ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଓଜନ କରାଯାଇଥିଲା l ସମୁଦାୟ ଗଞ୍ଜେଇ ପରିମାଣ ୫୭୮ କିଲୋ ଗ୍ରାମ ହୋଇଥିଲା ଯାହାର ଆନୁମାନିକ ବଜାର ଦର ୩୦ ଲକ୍ଷ ଟଙ୍କା ହେବ ବୋଲି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି । ଉକ୍ତ ଟ୍ରକ୍ ରେ ଥିବା ବିହାରର ବିରେନ୍ଦ୍ର ଯାଦବ ଓ ରୁପେଶ୍ କୁମାର୍ ଯାଦବକୁ ପୋଲିସ ଗିରଫ କରିଛି l ଦୁଇ ଜଣ ମିଶି ବିରିକୋଟ ଓ ରାଇପଙ୍କା ଅଞ୍ଚଳରୁ ଗଞ୍ଜେଇ କିଣି ନାଗାଲାଣ୍ଡକୁ ଚୋରା ଚାଲାଣ କରୁଥିଲେ। ଦୁଇଜଣକୁ ଗିରଫ କରିବା ସହ ଟ୍ରକ୍ କୁ ମୋହନା ପୋଲିସ ଜବତ୍ କରିଛି l ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.