Below header

ରାଜଧାନୀରେ ମାତିଛନ୍ତି ବ୍ୟାଙ୍କ ଲୁଟେରା, ବ୍ୟାଙ୍କ ଗୁଡିକରେ ଆଲାର୍ମ ବ୍ୟବସ୍ଥା କରିବାକୁ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ବ୍ୟାଙ୍କ ଲୁଟେରା । ସେପ୍ଟେମ୍ବର ୭ତାରିଖରେ କଳାରାହଙ୍ଗ ଇଣ୍ଡିଆନ ଓଭରସିସ ବ୍ୟାଙ୍କରୁ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨ଲକ୍ଷ ୮୭ହଜାର ଟଙ୍କା ଲୁଟିଥିଲେ। ସେପ୍ଟେମ୍ବର ୮ରେ ନଖରା ନିକଟ ଏସବିଆଇ ବ୍ୟାଙ୍କ ଆଗରୁ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟିଥିଲେ ୫ଲକ୍ଷ ଟଙ୍କା।

ଗତକାଲି, ବାରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆରୁ ବନ୍ଧୁକ ମୁନରେ ଦୁଇ ଦୃବୁତ୍ତ ଲୁଟିଛନ୍ତି ୯ଲକ୍ଷ ଟଙ୍କା। ୩ଟି ଘଟଣାର ଅପରେସନ ଷ୍ଟାଇଲ ସମାନ ଥିବାରୁ ଏହା ଗୋଟିଏ ଗ୍ୟାଙ୍ଗର କାମ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତ ଧରା ପଡ଼ିନଥିବାରୁ ବ୍ୟାଙ୍କ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କମିଶନରେଟ ପୋଲିସ ଚିଠି ଲେଖିଛି। ଆରବିଆଇ ଗାଇଡ ଲାଇନ୍‌ ମାନିବା ସହ ବ୍ୟାଙ୍କ ଗୁଡିକରେ ଆଲାର୍ମ ବ୍ୟବସ୍ଥା କରିବାକୁ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.