ବ୍ୟବସାୟ ଓ ଅର୍ଥନୀତି

ଆସିଗଲା ପୋଷ୍ଟ ଅଫିସର ସୁପରହିଟ୍‌ ସ୍କିମ୍‌, ପାଞ୍ଚ ଲକ୍ଷ ଟଙ୍କା ଜମା କରି କେବଳ ସୁଧରୁ ହିଁ ପାଇବେ ୨ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ବିବରଣୀ

ବଢ଼ିଆ ରିଟର୍ଣ୍ଣ ଏବଂ ସୁରକ୍ଷିତ ନିବେଶ ପାଇଁ ପୋଷ୍ଟ ଅଫିସର ସେଭିଙ୍ଗସ ସ୍କିମ ବହୁତ ଲୋକପ୍ରିୟ ହୋଇପାରିଛି । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅନେକ ପ୍ରକାରର ସେଭିଙ୍ଗସ ସ୍କିମ ଜାରି ରହିଛି । ଏଥିମଧ୍ୟରେ ଗୋଟିଏ ସ୍କିମରେ କେବଳ ସୁଧରୁ ହିଁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇପାରିବ । ଆଜ୍ଞା ହଁ ଆମେ କହୁଛୁ ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମ ବିଷୟରେ, ୫ ବର୍ଷର ଏହି ଯୋଜନାରେ ଟଙ୍କା ସୁରକ୍ଷିତ ରହିବା ସହ ଭଲ ରିଟର୍ଣ୍ଣ ମଧ୍ୟ ମିଳିପାରୁଛି । ତେଣୁ ଏହା ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟ ଯୋଜନା ମଧ୍ୟରୁ ଗୋଟିଏ ହୋଇପାରିଛି ।

ସମସ୍ତେ ନିଜ ରୋଜଗାରର ସଞ୍ଚୟକୁ ସୁରକ୍ଷିତ ସ୍ଥାନରେ ନିବେଶ କରିବା ସହ ଏଥିରୁ ଦମଦାର ରିଟର୍ଣ୍ଣ ପାଇବା ପାଇଁ ଇଚ୍ଛା କରିଥାନ୍ତି । ଏଥିପାଇଁ ପୋଷ୍ଟ ଅଫିସ ଦ୍ୱାରା ଜାରି ହୋଇଥିବା ସ୍ମଲ ସେଭିଙ୍ଗସ ସ୍କିମ ସବୁଠାରୁ ଭଲ ବିକଳ୍ପ ହୋଇପାରିବ । ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମରେ ବଢିଆ ସୁଧ ସହିତ ଅନେକ ଲାଭ ପାଇପାରିବେ ଗ୍ରାହକ । ଏଥିରେ ଗ୍ରାହକଙ୍କୁ ୭.୫ ପ୍ରତିଶତରେ ସୁଧ ଦିଆଯାଉଛି ।

ଗତ ବର୍ଷ ଏପ୍ରିଲ୍ ୧, ୨୦୨୩ ରେ, ଏହି ପୋଷ୍ଟ ଅଫିସ୍ ସମୟ ଜମା ଯୋଜନା (ଟାଇମ୍‌ ଡିପୋଜିଟ୍‌ ସ୍କିମ)ରେ ପାଞ୍ଚ ବର୍ଷ ପାଇଁ ଉପଲବ୍ଧ ସୁଧ ହାର ୭ ପ୍ରତିଶତରୁ ୭.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହି ସୁଧ ହାର ସହିତ, ଏହି ଡାକଘର ଯୋଜନା ହେଉଛି ସର୍ବୋତ୍ତମ ସଞ୍ଚୟ ଯୋଜନା ମଧ୍ୟରୁ ଗୋଟିଏ କାରଣ ଏହା ନିଶ୍ଚିତ ହୋଇଥିବା ଆୟ ହେତୁ ନିବେଶକଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ।

ଡାକ ବିଭାଗର ଏହି ସଞ୍ଚୟ ଯୋଜନାରେ ନିବେଶକମାନେ ୧ ବର୍ଷ, ୨ ବର୍ଷ, ୩ ବର୍ଷ ଏବଂ ୫ ବର୍ଷ ପାଇଁ ବିନିଯୋଗ କରିପାରିବେ । ଯଦି ଆପଣ ଗୋଟିଏ ବର୍ଷ ପାଇଁ ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ୬.୯ ପ୍ରତିଶତ ସୁଧ ମିଳିବ, ସେହିପରି ୨ କିମ୍ବା ୩ ବର୍ଷ ପାଇଁ ୭ ପ୍ରତିଶତ ସୁଧ ଏବଂ ୫ ବର୍ଷ ପାଇଁ ଗ୍ରାହକଙ୍କୁ ୭.୫ ପ୍ରତିଶତ ସୁଧ ମିଳିବ । ତେବେ ଗ୍ରାହକଙ୍କ ନିବେଶ ଦୁଇଗୁଣ ହେବା ପାଇଁ ପାଞ୍ଚ ବର୍ଷରୁ ଅଧିକ ସମୟ ଲାଗିଥାଏ।

ପୋଷ୍ଟ ଅଫିସର ଟାଇମ୍ ଡିପୋଜିଟ୍‌ ଯୋଜନାରେ ଗ୍ରାହକଙ୍କୁ ଆୟକର ବିଭାଗ ଅଧିନିୟମ ୧୯୬୧ ର ଧାରା ୮୦ସି ଅନୁଯାୟୀ, ଟିକସ ଛାଡ କରିବାର ସୁବିଧା ମଧ୍ୟ ଦିଆଯାଇଛି। ଏହି ସଞ୍ଚୟ ଯୋଜନାରେ ଏକକ ଆକାଉଣ୍ଟ କିମ୍ବା ମିଳିତ ଆକାଉଣ୍ଟ ଖୋଲାଯାଇପାରିବ । ୧୦ ବର୍ଷରୁ ଅଧିକ ଶିଶୁର ଆକାଉଣ୍ଟ ତାଙ୍କ ପରିବାର ସଦସ୍ୟଙ୍କ ମାଧ୍ୟମରେ ଖୋଲାଯାଇପାରିବ । ଏଥିରେ ସର୍ବନିମ୍ନ ୧,୦୦୦ ଟଙ୍କା ସହିତ ଏକ ଆକାଉଣ୍ଟ ଖୋଲାଯାଇପାରିବ। ଯେଉଁଥିରେ ବାର୍ଷିକ ଆଧାରରେ ସୁଧ ଟଙ୍କା ଯୋଡିଥାଏ ।

Pritiparna

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

27 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

49 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

56 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago