ବ୍ୟବସାୟ ଓ ଅର୍ଥନୀତି

ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ଯୋଜନାରେ ମାତ୍ର ୫୦ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା, କିପରି ଉଠାଇବେ ଫାଇଦା ଜାଣନ୍ତୁ…

ଭାରତୀୟ ପୋଷ୍ଟ ଅଫିସର ଅନେକ ସ୍କିମ ରହିଛି। କୋଟି କୋଟି ଲୋକ ଏହି ପୋଷ୍ଟ ୍ରଅଫିସ ସ୍କିମରେ ନିବେଶ କରି ଭଲ ରିଟର୍ଣ୍ଣ ମଧ୍ୟ ପାଇଥାନ୍ତି। ପୋଷ୍ଟ ଅଫିସ କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଏକ ବିଭାଗ ହୋଇଥିବାରୁ ଏହାକୁ ଲୋକମାନେ ଭରସା କରିଥାନ୍ତି। ପୋଷ୍ଟ ଅଫିସରେ ଟଙ୍କା ରଖିବା ରିସ୍କ ଫ୍ରି ହୋଇଥାଏ। ପ୍ରତ୍ୟେକ ନିଜ ଟଙ୍କାକୁ ସୁ ରକ୍ଷିତ ରଖିବା ସହିତ ଭଲ ରିଟର୍ଣ୍ଣ ରାଶି ପାଇବାକୁ ଚାହିଁଥାନ୍ତି। ତେଣୁ ବିନିଯୋଗ ପାଇଁ ଏହି ବିଭାଗ ସବୁଠୁ ବେଷ୍ଟ ହୋଇଥାଏ।

ଆମେ ଆଜି ପୋଷ୍ଟ ଅଫିସର ଯେଉଁ ସ୍କିମ ବିଷୟରେ କହୁଛୁ ତାହା ହେଉଛି ଗ୍ରାମ ସୁରକ୍ଷା ଯୋଜନା। ଏହି ସ୍କିମରେ କେବଳ ୫୦ ଟଙ୍କା ରଖି ୩୫ ଲକ୍ଷ ଟଙ୍କା ରିଟର୍ଣ୍ଣ ପାଇପାରିବେ।

ଗ୍ରାମ ସୁରକ୍ଷା ଯୋଜନା Rural postal life insurance scheme programme ର ଅଂଶ। ଏହି ଇନସୁରାନ୍ସ ପଲିସି ଦେଶରେ ଥିବା ଗ୍ରାମୀଣ ଜନତାଙ୍କ ପାଇଁ ବର୍ଷ ୧୯୯୫ ମସିହାରେ ଲଞ୍ଚ ହୋଇଥିଲା। ଗ୍ରାମ ସୁରକ୍ଷା ଯୋଜନାରେ ୧୯ ବର୍ଷର ୁ ଆରମ୍ଭ ହୋଇ ୫୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ନିବେଶ କରିପାରିବେ।

ଏହି ସ୍କିମରେ ୧୦ ହଜାର ଟଙ୍କାରୁ ନେଇ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯାଏ। ପ୍ରିମିୟମ ଭରିବା ପାଇଁ ଏଥିରେ ଅନେକ ବିକଳ୍ପ ରହିଛି। ଆପଣ ଏହି ଭୁଗତାନ ମାସିକ, ତ୍ରେୟିମାସିକ ଓ ଛମାସିକ ଓ ବାର୍ଷିକ ଆକାରରେ କରିପାରିବେ।

ଗ୍ରାମ ସୁରକ୍ଷା ଯୋଜନାରେ ଦେଇଥିବା ସୂଚନା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଏହି ସ୍କିମରେ ପ୍ରତି ମାସରେ ୧୫୧୫ ଟଙ୍କା ମାନେ ପ୍ରତି ଦିନ ୫୦ ଟଙ୍କା ନିବେଶ କରୁଛନ୍ତି ତେବେ ଏହାର ରିଟର୍ଣ୍ଣରେ ୩୫ ଲକ୍ଷ ଟଙ୍କା ମିଳିବ। ଯଦି ଆପଣ ଗ୍ରାମ ସୁରକ୍ଷା ସ୍କିମକୁ ୧୯ ବର୍ଷରେ ଆରମ୍ଭ କରୁଛନ୍ତି ତେବେ ୫୫ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ୧୫୧୫ ଟଙ୍କା ପ୍ରିମିୟମ ଭରିବାକୁ ହେବ।

ଯଦି ଆପଣ ୫୮ ବର୍ଷ ପର୍ଯ୍ୟନ୍ତ ଏହାକୁ ନେଉଛନ୍ତି ତେବେ ପ୍ରତିମାସରେ ୧୪୬୩ ଟଙ୍କା ଓ ଯଦି ୬୦ ବର୍ଷ ପର୍ଯ୍ୟନ୍ତ ନେଉଛନ୍ତି ତେବେ ୧୪୧୧ ଟଙ୍କା ପ୍ରତି ମାସରେ ଭରିବାକୁ ହେବ। ଯଦି ଆପଣ ଏହି ପ୍ରିମିୟମ ଭରିବାରେ ଅସୁବିଧା ହେଉଛି ତେବେ ଆପଣ ୩୦ ଦିନ ମଧ୍ୟରେ ଏହାକୁ ଦେଇପାରିବେ। ଏହି ରାଶିର ରିଟର୍ଣ୍ଣ ଦେଖିଲେ ୫୫ ବର୍ଷ ପର୍ଯ୍ୟନ୍ତ ନିବେଶରେ ୩୧.୬୦ ଲକ୍ଷ ଟଙ୍କା, ୫୮ ବର୍ଷ ପାଇଁ ୩୩.୪୦ଲକ୍ଷ ଟଙ୍କା ଓ ୬୦ ବର୍ଷ ପାଇଁ ୩୪.୬୦ ଲକ୍ଷ ଟଙ୍କା ମ୍ୟାଚୁରିଟି ବେନିଫିଟ ପାଇବେ।

ଗ୍ରାମ ସୁରକ୍ଷା ଯୋଜନାରେ ଏହି ରକମ ବ୍ୟକ୍ତିଙ୍କୁ ୮୦ ବର୍ଷ ଆୟୁ ପୁରା ହେବା ପରେ ମିଳିଥାଏ। ଯଦି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ଏହି ରାଶି ତାଙ୍କ ଉତ୍ତରାଧିକାରୀଙ୍କୁ ମିଳିବ। ଏହି ଗ୍ରାମ ସୁରକ୍ଷା ସ୍କିମରେ କିଣିବାର ୩ ବର୍ଷ ପରେ ଗ୍ରାହକ ଏହାକୁ ସରେଣ୍ଡର କରିପାରିବେ। ତେବେ ଏହି ସମୟରେ କିନ୍ତୁ କିଛି ଲାଭ ମିଳିବ ନାହିଁ। ପଲିସିର ସବୁଠୁ ବଡ଼ ଆକର୍ଷଣ ଇଣ୍ଡିଆ ପୋଷ୍ଟ ତରଫରୁ ମିଳୁଥିବା ବୋନସ୍‌ । ଯାହାକି ରହିଛି ୧ହଜାର ଟଙ୍କା ଉପରେ ବାର୍ଷିକ ୬୦ ଟଙ୍କା ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

5 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

6 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

7 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

9 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

9 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

10 hours ago