ବ୍ୟବସାୟ ଓ ଅର୍ଥନୀତି

ପୋଷ୍ଟ ଅଫିସରୁ ଟଙ୍କା ଟ୍ରାନ୍ସଫର ଏବେ ଖୁବ୍ ସହଜ

କମ ସମୟରେ ଟଙ୍କା ଟ୍ରାନ୍ସଫର କରିବା ପାଇଁ ପୋଷ୍ଟ ଅଫିସର ୨ଟି ନୂଆ ସୁବିଧା। ଯେଉଁଥିରେ ଆପଣ ଟଙ୍କା କୁ ମାତ୍ର କେଇ ମିନିଟ୍ ରେ ଅନ୍ୟ ଜଣଙ୍କୁ ପଠାଇ ପାରିବେ। ଗ୍ରାହକ ମାନଙ୍କ ସୁବିଧା କୁ ଧ୍ୟାନ ରେ ରଖି ଡିପର୍ଟମେଣ୍ଟ ତରଫରୁ ଏହି ସୁବିଧା କୁ ବାହାର କରାଯାଇଛି। ପୋଷ୍ଟ ଅଫିସର ନୂଆ ସୁବିଧା ଅନୁଯାୟୀ ଏବେ ପ୍ରତ୍ୟେକ ଖାତାଧାରକଙ୍କୁ ଏହାର ଫାଇଦା ମିଳିବ। ଯଦି ଆପଣ ଏପର୍ଯ୍ୟନ୍ତ ଏହି ସୁବିଧା ସମ୍ପର୍କରେ ଜାଣିନାହାନ୍ତି ତେବେ ଶୀଘ୍ର ଜାଣନ୍ତୁ ।

ଯଦି ଆପଣଙ୍କ ଆକାଉଣ୍ଟ ପୋଷ୍ଟ ଅଫିସରେ ଅଛି ତେବେ ଆପଣଙ୍କ ପାଇଁ ଜରୁରୀ ସୂଚନା । ଏହି ଖବର ଆକାଉଣ୍ଟ ହୋଲଡରଙ୍କୁ ଖୁସି କରିବା ପାଇଁ ବାହାରିଛି। ଏବେ ପୋଷ୍ଟ ଅଫିସର ଆକାଉଣ୍ଟ ଧାରୀ ଇଲେକଟ୍ରୋନିକ ଫଣ୍ଡକୁ ଟ୍ରାନ୍ସଫର କରିପାରିବେ। ବିଭାଗ ତରଫରୁ ଜାରି ହୋଇଥିବା ସର୍କୁଲାର ଅନୁଯାୟୀ ପୋଷ୍ଟ ଅଫିସ ତରଫରୁ NEFT ଓ RTGS ର ସୁବିଧା ଆରମ୍ଭ କରାଯାଇଛି।

ସର୍କୁଲାର ଆଧାରରେ ଏବେ ଗ୍ରାହକଙ୍କୁ ଟଙ୍କା ପଠାଇବା ଆହୁରି ସହଜ ହୋଇଯିବ। କମ ସମୟରେ ଅଧିକ ଲାଭ ପାଇବା ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି। ବର୍ତ୍ତମାନ RTGS ଫାସିଲିଟି ଉପରେ ରିସର୍ଚ୍ଚ ଚାଲିଛି ଏମିତିରେ ଆଶା ରହିଛି ଯେ ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ଏବେ ଜାଣନ୍ତୁ RTGS ଓ NEFT କଣ?

NEFT ଓ RTGS ଜରିଆରେ ଆପଣ ନିଜ ଖାତାରୁ ଯେକୌଣସି ସମୟରେ ଯେକୌଣସି ଆକାଉଣ୍ଟରେ ଇଲେକଟ୍ରୋନିକ ଫଣ୍ଡ ଟ୍ରାନ୍ସଫର କରିପାରିବେ। ଏହା ଟଙ୍କା ଟ୍ରାନ୍ସଫର କରିବାର ସବୁଠୁ ସହଜ ପ୍ରକ୍ରିୟା ଯାହା ଖୁବ କମ ସମୟରେ ଏହି କାମକୁ କରିପାରିବ।

NEFT ରେ ଟଙ୍କା ଟ୍ରାନ୍ସଫର କରିବାର ଲିମିଟି ନାହିଁ। କିନ୍ତୁ RTGS ରେ ଥରକରେ ମିନିମମ୍‌ ଦୁଇ ଲକ୍ଷ ଟଙ୍କା ଟ୍ରାନ୍ସଫର କରିପାରିବେ। ତେବେ ଜାଣିରଖନ୍ତୁ ଯେ RTGS ରେ NEFT ତୁଳନାରେ ଟଙ୍କା ଶୀଘ୍ର ପହଞ୍ଚିଥାଏ। ଆଉ ଏହି ସର୍ଭିସ ବର୍ଷସାରା ୨୪ ଘଣ୍ଟା ଖୋଲା ରହିଥାଏ।

ଏବେ ଜାଣନ୍ତୁ ଏଥିପାଇଁ କେତେ ଚାର୍ଜ ଦେବାକୁ ହେବ?
NEFT ରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଟ୍ରାନ୍ସଫର କଲେ ୨ଟଙ୍କା ୫୦ ପଇସା ସହ ଜିଏସଟି ଆଡ କରି ଦେବାକୁ ହେବ। ସେହିପରି ୧୦ ହଜାର ଟଙ୍କାରୁ ଏକ ଲକ୍ଷ ଟଙ୍କା ମଧ୍ୟରେ ଟଙ୍କା ଟ୍ରାନ୍ସଫର କଲେ ଏହି ଚାର୍ଜ ବଢ଼ିଯାଇ ୫ ଟଙ୍କା + ଜିଏସିଟି ଚାର୍ଜ ଆଡ ହୋଇଯିବ।ଏହାବ୍ୟତିତ ୧ ଲକ୍ଷରୁ ୨ ଲକ୍ଷ ମଧ୍ୟରେ ଟଙ୍କା ଟ୍ରାନ୍ସଫର କଲେ ୧୫ ଟଙ୍କା ସହ ଜିଏସଟି ଆଡ କରି ଦେବାକୁ ହେବ । ଏବଂ ୨ ଲକ୍ଷରୁ ଅଧିକ ଟଙ୍କା ଟ୍ରାନ୍ସଫର କଲେ ୨୫ ଟଙ୍କା ସହ ଜିଏସିଟି ମିଶାଇ ଦେବାକୁ ହେବ ।

D Sonali

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

5 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

20 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

55 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

57 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

1 hour ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago