ବ୍ୟବସାୟ ଓ ଅର୍ଥନୀତି

ଲକ୍ଷାଧିକ କର୍ମଚାରୀଙ୍କୁ ସରକାର ଦେଲେ ଉପହାର ! ରେଲୱେର ଏହି ସୁବିଧା ଦ୍ୱାରା ଘରେ ବସି କରିପାରିବେ ସମସ୍ତ କାମ

ଭାରତୀୟ ରେଳ ନିଜର ଏଚଆର ମ୍ୟାନେଜମେଣ୍ଟ ସିଷ୍ଟମ ଲଞ୍ଚ୍‌ କରିଛି। ଏହି HRMS ଅନୁଯାୟୀ କର୍ମଚାରୀ ଏବଂ ପେନସନଧାରକ ନିଜର ପିଏଫ ବାଲାନ୍ସ ଚେକ୍‌ କରିବା ଏବଂ ପିଏଫ୍‌ ଆଡଭାନ୍ସ ପାଇଁ ଆବେଦନ କରିବା ସମେତ ଅନେକ କାମ ଅନଲାଇନ୍‌ ଦ୍ୱାରା ହିଁ ପୂରା କରିପାରିବେ। ରେଳ ମନ୍ତ୍ରାଳୟ ଗୁରୁବାର ଏକ ବୟାନରେ କହିଛି ଯେ HRMS ପ୍ରୋଜେକ୍ଟ ଜରିଆରେ ପ୍ରଡକ୍ଟିଭିଟୀ ବଢ଼ାଇବାରେ ସାହାଯ୍ୟ ମିଳିବ ଏବଂ କର୍ମଚାରୀଙ୍କୁ ସନ୍ତୁଷ୍ଟି ଲାଭ ମଧ୍ୟ ହେବ। ରେଲେଓ୍ଵ ବୋର୍ଡର ଚେୟାରମ୍ୟାନ ଏହି ଏଚଆରଏମଏସର ମଡ୍ୟୁଲ ଏବଂ ୟୁଜର ଡିପୋଟକୁ ଭିଡିଓ କନଫରେସିଙ୍ଗ୍‌ ଜରିଆରେ ଲଞ୍ଚ୍‌ କରିଛନ୍ତି।

ଘରେ ବସି ପିଏଫ ଆଡଭାନ୍ସ ପାଇଁ କରିପାରିବେ ଆବେଦନ

ଏଥିରେ ଏକ ମଡ୍ୟୁଲ୍‌ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଆଡଭାନ୍ସ ରହିଛି। ଏହା ଜରିଆରେ କର୍ମଚାରୀ ଘରେ ବସି ଅନଲାଇନ ଦ୍ୱାରା ହିଁ ପିଏଫ୍‌ ବାଲାନ୍ସ ଚେକ କରିପାରିବେ ଏବଂ ପିଏଫ୍‌ ଆଡଭାନ୍ସ ପାଇଁ ଆବେଦନ କରିପାରିବେ। ଆଡଭାନ୍ସ ପ୍ରୋସେସିଙ୍ଗ୍‌ ଅନଲାଇନ ମାଧ୍ୟମରେ ହିଁ କରାଯିବ ଏବଂ କର୍ମଚାରୀ ନିଜର ପିଏଫ ଆପ୍ଲିକେସନ ଷ୍ଟାଟସକୁ ଅନଲାଇନ୍‌ ମାଧ୍ୟମରେ ହିଁ ଚେକ୍‌ କରିପାରିବେ।

ଅନଲାଇନ୍‌ ହେବ ରିଟାୟରମେଣ୍ଟ ହେବାକୁ ଥିବା କର୍ମଚାରୀଙ୍କ ସେଟଲମେଣ୍ଟ ପ୍ରୋସେସ୍‌

ରେଲୱେ ବୋର୍ଡର ଚେୟାରମ୍ୟାନ ସେଟଲମେଣ୍ଟ ମଡ୍ୟୁଲ ବି ଲଞ୍ଚ୍‌ କରିଛନ୍ତି। ଏହାବ୍ୟତୀତ ରିଟାୟର ହେବାକୁ ଥିବା କର୍ମଚାରୀଙ୍କର ସେଟଲମେଣ୍ଟ ପ୍ରୋସେସ ଡିଜିଟାଲ ମାଧ୍ୟମରେ ପୂରା କରାଯିବ। ରିଟାୟର ହେବାକୁ ଥିବା କର୍ମଚାରୀ ସେଟଲମେଣ୍ଟ/ପେନସନ୍‌ ବୁକଲେଟ୍‌ ଅନଲାଇନ ହିଁ ଭରିପାରିବେ। ଏହି କର୍ମଚାରୀଙ୍କ ସର୍ଭିସ ଡିଟେଲ୍ସ ଏବଂ ପେନସନ୍‌ ପ୍ରୋସେସିଙ୍ଗର କାମ ଅନଲାଇନ୍‌ ଦ୍ୱାରା ପୂରା ହେବ। ଏହାଦ୍ୱାରା ପେପର କମ୍‌ ଖର୍ଚ୍ଚ ହେବା ସହିତ ସେଟଲମେଣ୍ଟ ପ୍ରୋସେସିଙ୍ଗର ମନିଟରିଙ୍ଗ ବି ହୋଇପାରିବ। ଯାହାଦ୍ୱାରା ସମୟ ଭିତରେ କାମ ପୂରା ହୋଇପାରିବ।

ରେଲୱେ ନିଜ ପ୍ରତିକ୍ରିୟାରେ ଜଣାଇଛି ଯେ ଏହା ରେଲୱେ ସଷ୍ଟମର ଦକ୍ଷତା ଏବଂ ଉତ୍ପାଦକତାକୁ ବଢ଼ାଇବାର ଆଉ ଏକ ପଦକ୍ଷେପ। ଏହାସହିତ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଡିଜିଟାଲୀକରଣ ଭିଜନକୁ ମଧ୍ୟ ପୂରା କରିହେବ।

Pritiparna

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

6 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

10 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

17 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

19 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

54 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago