RBIର ଉପହାର , ୧ ସେପ୍ଟେମ୍ବରରୁ ଜିରୋ ବାଲାନ୍ସ ବ୍ୟାଙ୍କ ଆକାଉଣ୍ଟରେ ମିଳିବ ଏହି ସୁବିଧା

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ (BSBD)ଆକାଉଣ୍ଟ ହୋଲଡର୍ସ ମାନଙ୍କୁ ଉପହାର ଦେଉଛି । ଏଥିପାଇଁ RBI ଏକ ଗାଇଡଲାଇନ ଜାରି କରିଛି ଯାହାଦ୍ୱାରା ସମସ୍ତ ପ୍ରାଇମେରୀ (urban)ସହକାରୀ ବ୍ୟାଙ୍କରେ ବେସିକ ସେଭିଂ ଆକାଉଣ୍ଟସ ଏବଂ ସମସ୍ତ ରାଜ୍ୟ ବା କେନ୍ଦ୍ରୀୟ ସହକାରୀ ବ୍ୟାଙ୍କରେ ଏହି ନିୟମ ଗୁଡିକ ପ୍ରଣୟନ କରାଯିବ। ଆକାଉଣ୍ଟ ହୋଲଡର୍ସ ମାନେ ୧ ସେପ୍ଟେମ୍ବର ଠାରୁ ଏହାର ଲାଭ ଉଠାଇ ପାରିବେ ।

BSBD ଆକାଉଣ୍ଟକୁ ଜିରୋ ବାଲାନ୍ସ ଆକାଉଣ୍ଟ କୁହାଯାଇଥାଏ । ଏହା ଏକ ପ୍ରକାର ସେଭିଙ୍ଗ ଆକାଉଣ୍ଟ ଅଟେ ଯେଉଁଥିରେ ଆକାଉଣ୍ଟ ହୋଲଡର୍ସ ମାନଙ୍କୁ ମାଗଣାରେ ସମସ୍ତ ବ୍ୟାଙ୍କିଙ୍ଗ ସୁବିଧା ଦିଆଯାଇଥାଏ । ଜିରୋ ବାଲାନ୍ସ ଆକାଉଣ୍ଟରେ କୌଣସି ବାଧ୍ୟତାମୂଳକ ରାଶି ଜମା କରିବାର ଆବଶ୍ୟକତା ନଥାଏ ଏବଂ ଏହା ଉପରେ କୌଣସି ଜୋରିମାନା ମଧ୍ୟ ଲଗାଯାଇନଥାଏ । ଆପଣ ଯେକୌଣସି ବ୍ୟାଙ୍କରେ ନିଜର ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିପାରିବେ ।

ଏହାସହ ପଢନ୍ତୁ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି, ଲଗାତାର ୪ର୍ଥ ଥର ପାଇଁ ହ୍ରାସ ପାଇଲା ରେପୋ ରେଟ୍‌

ଆରବିଆଇ BSBD ଆକାଉଣ୍ଟ ସହ ଜଡିତ ସୁବିଧା ଗୁଡିକୁ ବଦଳାଇବା ସହିତ BSBD ଆକାଉଣ୍ଟରେ କିଛି ବେଶିକ ଜରୁରୀ ସୁବିଧା ଦେବାପାଇଁ ନିଷ୍ପତ୍ତି ନେଇଛି । ଆରବିଆଇର ଆଦେଶ ଅନୁସାରେ BSBD ଆକାଉଣ୍ଟକୁ ଏକ ସର୍ବସାଧାରଣ ବ୍ୟାଙ୍କ ଆକାଉଣ୍ଟରେ ପରିଣତ କରାଯିବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏହି ଆକାଉଣ୍ଟ ସେହି ଲୋକମାନଙ୍କ ପାଇଁ ଲାଭଦାୟକ ହେବ ଯେଉଁମାନଙ୍କ ଆକାଉଣ୍ଟରେ ସର୍ବନ୍ୟୁନ ରାଶି ମଧ୍ୟ ଜମା ରହୁନଥିବା ସହିତ ସୀମିତ ଟ୍ରାଞ୍ଜାକ୍ସନ ହୋଇଥାଏ ।

୧ ସେପ୍ଟେମ୍ବର ଠାରୁ ମିଳୁଥିବା ସୁବିଧା

– ଆଡ଼ଭାଇଜରୀ ନୋଟ ଅନୁସାରେ ଜିରୋ ବାଲାନ୍ସ ଖାତାଧାରୀମାନେ ଏବେ ଶାଖା ବ୍ୟତୀତ ଏଟିଏମ କିମ୍ବା କ୍ୟାସ ଡିପୋଜିଟ ମେସିନରେ ନିଜର ପଇସା ଜମା କରିପାରିବେ

– ଖାତାଧାରୀ ମାନଙ୍କ ଖାତାରେ ପଇସା ଫଣ୍ଡ ଟ୍ରାନ୍ସଫର କିମ୍ବା ୟୁପିଆଇ ସାହାଯ୍ୟରେ ଜମା କରାଯାଇ ପାରିବ , ଗୋଟିଏ ମାସରେ ଅନେକ ଥର କରାଯାଇପାରିବ ,

– ଏହି ଖାତାଧାରୀ ମାନେ ଏଟିଏମରୁ ଚାରିଥର ପଇସା ଆଣିପାରିବେ

– ଏହି ଖାତାଧାରୀ ମାନଙ୍କୁ କ୍ରେଡିଟ କାର୍ଡ ସହ ଡେବିଟ କାର୍ଡ ମଧ୍ୟ ମିଳିବ

– ବ୍ୟାଙ୍କ ଏହି ଗ୍ରାହକ ମାନଙ୍କୁ ଚେକବୁକ ପ୍ରଦାନ କରିବ

– ବ୍ୟାଙ୍କ କୌଣସିବି ଗ୍ରାହକଙ୍କୁ ଚେକବୂକ ପ୍ରଦାନ କରିବା ପରେ ତାଙ୍କର କରେଣ୍ଟ ଆକାଉଣ୍ଟକୁ ସେଭିଂ ଆକାଉଣ୍ଟରେ ପରିଣତ କରିପାରିବ ନାହିଁ

ଯଦି ଆପଣଙ୍କ ପାଖରେ ସେଭିଂ ଆକାଉଣ୍ଟ ଅଛି ଏବଂ ଆପଣ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବାକୁ ଚାଁହୁଛନ୍ତି ତାହେଲେ ଆପଣଙ୍କୁ ଜିରୋ ଆକାଉଣ୍ଟ ଖୋଲିବାର ୩୦ ଦିନ ଭିତରେ ନିଜର ସେଭିଂ ଆକାଉଣ୍ଟକୁ ବନ୍ଦ କରିବାକୁ ପଡିବ । ଏହାସହିତ ଆପଣଙ୍କ ପାଖରେ ଅନ୍ୟ କୌଣସି ଜିରୋ ବାଲାନ୍ସ ଆକାଉଣ୍ଟ ନାହିଁ ବୋଲି ବ୍ୟାଙ୍କକୁ ଲିଖିତ ଆକାରରେ ଜଣାଇବାକୁ ପଡିବ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

3 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

5 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

6 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

7 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

7 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

8 hours ago