ବ୍ୟବସାୟ ଓ ଅର୍ଥନୀତି

ସୁପ୍ରିମକୋର୍ଟରେ ଖାଲିପଡିଛି ଜୁନିଅର ଟ୍ରାନ୍ସଲେଟର ପଦବୀ, ଇଂଲିଶରୁ ଓଡିଆ ଟ୍ରାନ୍ସଲେଟ୍‌ କରିପାରୁଥିଲେ କରନ୍ତୁ ଆବେଦନ

ଆପଣଙ୍କର ଭିନ୍ନ ଭିନ୍ନ ଭାଷାରେ ଜ୍ଞାନ ରହିଛି କି ? ଯଦି ରହିଛି, ତେବେ ଆପଣଙ୍କୁ ମିଳିପାରେ ସୁପ୍ରିମକୋର୍ଟରେ ଚାକିରି। ଆପଣ ସୁପ୍ରିମକୋର୍ଟରେ ଚାକିରି ପାଇଁ ଆବେଦନ କରିପାରିବେ। ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ‘କୋର୍ଟ ଆସିଷ୍ଟାଣ୍ଟ (ଜୁନିଅର ଟ୍ରାନ୍ସଲେଟର) ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଆବେଦନ କରିବାର ଶେଷ ତାରିଖ ୧୪ ମଇ ୨୦୨୨ ରହିଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ସୁପ୍ରିମ କୋର୍ଟର ଅଫିସିଆଲ େଓ୍ଵବସାଇଟ୍‌ sci.gov.in କୁ ଯାଇ ଆବେଦନ କରିପାରିବେ।

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ତାରିଖ ୧୮ ଏପ୍ରିଲ ୨୦୨୨ରୁ ଆରମ୍ଭ ହୋଇଥିବା ଶେଷ ୧୪ ମଇ ୨୦୨୨ରେ ହେବ।

ପଦବୀ ବିବରଣୀ: ୨୫

ଜୁନିଅର ଟ୍ରାନ୍ସଲେଟର

ଇଂଲିଶରୁ ବଙ୍ଗାଳୀ: ୨

ଇଂଲିଶରୁ ତେଲୁଗୁ: ୨

ଇଂଲିଶରୁ ଗୁଜରାଟି: ୨

ଇଂଲିଶରୁ ହିନ୍ଦୀ : ୨

ଇଂଲିଶରୁ ମରାଠୀ: ୨

ଇଂଲିଶରୁ ତାମିଲ :୨

ଇଂଲିଶରୁ କନ୍ନଡ: ୨

ଇଂଲିଶରୁ ମାଲାୟଲମ: ୨

ଇଂଲିଶରୁ ମଣିପୁରୀ: ୨

ଇଂଲିଶରୁ ଓଡିଆ: ୨

ଇଂଲିଶରୁ ପଞ୍ଜାବୀ: ୨

ଇଂଲିଶରୁ ନେପାଳୀ: ୧

ଶିକ୍ଷାଗତ ଯୋଗ୍ୟତା :

ଟ୍ରାନ୍ସଲେଟର ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ସ୍ଥାନୀୟ ଭାଷା ସହିତ ସ୍ନାତକ ଡିଗ୍ରୀ କରିଥିବା ଜରୁରୀ। ଏହାଛଡା ଇଂଲିଶ ଭାଷାରୁ ସ୍ଥାନୀୟ ଭାଷାରେ ଅନୁବାଦ ସହିତ ୨ ବର୍ଷର ଅଭିଜ୍ଞତା ଜରୁରୀ। ସ୍ଥାନୀୟ ଭାଷାରେ ଇଂଲିଶ ଟ୍ରାନ୍ସଲେଟ୍‌ କରିବା ମଧ୍ୟ ଜରୁରୀ।

ଦରମା : ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ୪୪,୯୯୦ ଟଙ୍କା ମାସିକ ଦରମା ମିଳିବ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୩୨ ବର୍ଷରୁ କମ୍‌ ହେବା ଜରୁରୀ। ସଂରକ୍ଷିତ ବର୍ଗ ସରକାରୀ ନିୟମ ଅନୁସାରେ ଛୁଟ୍‌ ମିଳିବ।

ଚୟନ ପ୍ରକ୍ରିୟା : ଚୟନ ପ୍ରକ୍ରିୟା ବିଷୟରେ ଜାଣିବା ପାଇଁ sci.gov.inକୁ ଯାଇ ଦେଖିପାରିବେ।

https://www.highonstudy.com/pdf.php?id=1is5Kt5fAdoo85bpuXi8dPK2-9mpvm2G9&name=SCI-Notice-2022

Swagatika

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

13 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

22 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

56 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago