କ୍ରୀଡା

ଆଇପିଏଲ୍‌ ଉପରେ କରୋନାର କଳା ବାଦଲ! ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ପଜିଟିଭ୍‌ ଚିହ୍ନଟ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୫ ତମ ସିଜନ୍‌ ଉପରେ ବି କରୋନର କଳା ବାଦଲ ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପୋଟ୍ରିକ୍‌ ଫରହାର୍ଟ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ଏବେ ଖବର ଆସିଛି ଯେ ଜଣେ ଖେଳାଳିଙ୍କ ଆଣ୍ଟିଜେନ୍‌ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ମାତ୍ର ଖେଳାଳିଙ୍କ ନାଁ ଏବେ ସାମ୍ନାକୁ ଆସିନାହିଁ। ତେବେ ସୋମବାର ଦିଲ୍ଲୀର ପୁଣେ ଯିବାର ପ୍ଲାନ୍‌ କ୍ୟାନ୍‌ସଲ କରି ଦେଇଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ଆଇପିଏଲ୍‌ ୨୦୨୨ରେ ନିଜ ଆଗାମୀ ମ୍ୟାଚ୍‌ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ପୁଣେ ଯିବାର କାର୍ଯ୍ୟକ୍ରମକୁ ରଦ୍ଦ କରିଛି। ସେହିପରି ଆଜି ଓ କାଲି ଦୁଇ ଦିନ ଖେଳାଳିମାନେ ନିଜ ନିଜ ରୁମ୍‌ରେ କ୍ୱାରେଣ୍ଟାଇନ୍‌ରେ ରହିବେ। ଏଥିସହ ସୋମବାର ଓ ମଙ୍ଗଳବାର ସମସ୍ତ ଖେଳାଳି ଓ କର୍ମଚାରୀଙ୍କର ଡୋର ଟୁ ଡୋର କୋଭିଡ-୧୯ ଟେଷ୍ଟ ହେବ।

କାର୍ଯ୍ୟକ୍ରମ ଅନୁସାରେ, ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ଏପ୍ରିଲ ୨୦ରେ ପୁଣେରେ ପଞ୍ଜାବ କିଙ୍ଗ୍‌ ବିପକ୍ଷରେ ୬ଷ୍ଠ ମ୍ୟାଚ୍‌ ଖେଳିବ। କିନ୍ତୁ ଯଦି ସୋମବାର ଓ ମଙ୍ଗଳବାର ଯାଏଁ ଟିମ୍‌ ମୁମ୍ବାଇରେ ରହୁଛନ୍ତି ଓ ପୁଣେ ଯାଇପାରୁନାହାନ୍ତି, ତେବେ ଏଭଳି ସ୍ଥିତିରେ ମ୍ୟାଚ୍‌ ବି କ୍ୟାନ୍‌ସଲ ହୋଇପାରେ। ଏହି ମାମଲାରେ ଏବେ ବିସିସିଆଇର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି।

Also Read: ବର୍ଷେ ଭିତରେ ଭାଙ୍ଗିଯାଇଥିଲା ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ, ଜାଣନ୍ତୁ କାହା ସହ ଥିଲା ରିଲେସନ୍‌

WCW 11

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

22 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

31 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago