ବ୍ୟବସାୟ ଓ ଅର୍ଥନୀତି

ଏସବିଆଇର ଏହି ସ୍କିମରେ ପ୍ରତିମାସରେ କରନ୍ତୁ ରୋଜଗାର, ଜାଣନ୍ତୁ କେମିତି ଉଠାଇବେ ଫାଇଦା

ଯଦି ଆପଣ ନିଜ ଆୟ ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଏହି ସୁଯୋଗ ଦେବ ଆପଣଙ୍କୁ ଜବରଦସ୍ତ ଫାଇଦା। ଲୋକମାନେ ନିଜ ଆର୍ଥିକ ସମସ୍ୟାକୁ ଦୂର କରିବା ସହ ନିଜର ସବୁ ଅଭାବକୁ ପୂରଣ କରିବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। କିଏ ଏଥିରେ ସଫଳ ହେଉଛି ତ ଅନ୍ୟ କିଏ ଫେଲ ମାରୁଛି। ତେବେ ଆମେ ଯେଉଁ ସ୍କିମ ସମ୍ପର୍କରେ ଆପଣଙ୍କୁ କହିବୁ ସେଥିରୁ ଆପଣ ଅନେକ ଫାଇଦା ପାଇପାରିବେ।

ଲୋକଙ୍କ ଆୟ ବଢ଼ାଇବା ପାଇଁ ଏବେ ଏମିତି କିଛି ସ୍କିମ ଆସିଛି। ନିଶ୍ଚିତ ରୂପେ ଟଙ୍କା କମାଇବା ପାଇଁ ଏହା ଏକ ଭଲ ବିକଳ୍ପ ହେବ। ଏହି ସ୍କିମ ଆଣିଛି ଏସବିଆଇ ବ୍ୟାଙ୍କ। ଏସବିଆଇର ଏନ୍ୟୁଟି ସ୍କିମ । ଏଥିରେ ନିବେଶ କରିବା ପରେ ଆପଣ ସବୁ ମାସରେ ଟଙ୍କା ରୋଜଗାର କରିପାରିବେ। ତେବେ ଅନେକ ଲୋକ ନିବେଶ ମାଧ୍ୟମରେ ହିଁ ନିଜ ନିଜ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଚାହିଁଥାନ୍ତି। କିନ୍ତୁ କିଛି କିଛି ସମୟରେ ଏଥିରେ କ୍ଷତି ସହିବାକୁ ପଡ଼ିଥାଏ।

ଏଥିପାଇଁ ପ୍ରଥମେ ଦେଖିବାକୁ ପଡ଼ିବ କେଉଁ ଡିପାର୍ଟମେଣ୍ଟ ଏହି ସ୍କିମ ବାହାର କରୁଛି ଏବଂ ତାହା କେତେ ସୁରକ୍ଷିତ। ସେଥିପାଇଁ ପପ୍ରର ପ୍ଲାନିଂ ସହ ରିସର୍ଚ୍ଚ ମଧ୍ୟ ଦରକାର। ତେଣୁ ସଠିକ ସ୍ଥାନରେ ନିବେଶ କଲେ ଆପଣ ଲାଭ ପାଇପାରିବେ। ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କ ପାଇଁ Annuity Schemeବାହାର କରିଛନ୍ତି।

ଏବେ ଜାଣନ୍ତୁ କେମିତି ପାଇବେ ଫାଇଦା:
-ଏସବିଆଇର ସମସ୍ତ ଶାଖା ବା ବ୍ରାଞ୍ଚରେ ଏହି ସ୍କିମ ରହିଛି। ଯେଉଁଥିରେ ଆପଣ ନିବେଶ କରିପାରିବେ।
– Annuity Schemeରେ ଆପଣଙ୍କୁ ଅତି କମରେ ୨୫ଚ ହଜାର ଟଙ୍କା ନିବେଶ କରିବାକୁ ହେବ।
-ତେବେ ଏସବିଆଇ କର୍ମଚାରୀ ଓ ପୂର୍ବ କର୍ମଚାରୀକୁ ଏଥିରେ ୧% ଅଧିକ ସୁଧ ମିଳିବ।
-ବରିଷ୍ଠ ନାଗରିକଙ୍କୁ 0.5% ଅଧିକ ସୁଧ ମିଳିବ।
-ଟର୍ମ ଡିପୋସିଟର ସୁଧ ଦର ମଧ୍ୟ ଏଥିରେ ଲାଗୁ ହେବ।
-ଏଥିରେ ଅଂଶଦାନ ଡିପୋସିଟ ପରେ ପର ମାସଠୁ ଲାଗୁ କରାଯିବ।


-ଏହାର ଭୁଗତାନ ଟିଡିଏସ୍‌ କଟିଲା ପରେ ଆପଣଙ୍କ ଖାତାକୁ ଯିବ।
-ତେବେ ଆକ୍ୟୁମେସନ ଦର ଉପରେ ଏହା ରିଟର୍ଣ୍ଣ ପାଇବାର ଭଲ ପ୍ଲାନ ହେବ।
-ବିଶେଷ ପରିସ୍ଥିତିରେ ଏନ୍ୟୁଟିର ବାଲାନ୍ସ ଆମାଉଣ୍ଟର ୭୫% ପର୍ଯ୍ୟନ୍ତ ରାଶିର ଓଭରଡ୍ରାଫ୍ଟ ବା ଋଣ ମିଳିବ।
-ସୂଚନା ଅନୁଯାୟୀ ଏହା ବ୍ୟାଙ୍କର ଗ୍ରାହକଙ୍କୁ ଭଲ ରିଟର୍ଣ୍ଣ ଦେବ।

ଏଥିରେ ଆପଣ ୩୬,୬୦,୮୪ କିମ୍ବା ୧୨୦ ମାସ ପର୍ଯ୍ୟନ୍ତ ନିବେଶ କରିପାରିବେ। କିନ୍ତୁ ସୁଧ ଦର ସମାନ ହିଁ ରହିବ। ତେବେ ଏସବିଆଇର ଆନ୍ୟୁଟି ସ୍କିମରେ ଅତିକମରେ ୧୦୦୦ଟଙ୍କା ପ୍ରତି ମାସରେ ଜମା କରିବାକୁ ହେବ। ତେବେ ଏହା ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ ପାଇଁ ଭଲ ଅପସନ୍‌ ରହିବ। ତେଣୁ ଶୀଘ୍ର ଏହାର ଫାଇଦା ଉଠାନ୍ତୁ।

D Sonali

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

5 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

7 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

48 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago