ରାଜ୍ୟ

କେନ୍ଦ୍ରାପଡା ବଜରପୁର ଗାଁରେ ମଣିଷ ଓ ଦେବୀଙ୍କ ଭିତରେ ବାହାଘର ପରମ୍ପରା

ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ନିଆରା ଉତ୍ସବ ଦେଖିବାକୁ ମିଳେ। କିମ୍ବଦନ୍ତୀର ଅପୂର୍ବ ଝଲକ ଏଠି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦିଏ। ଏଠି ପ୍ରତ୍ୟେକ ପୂଜା ପର୍ବ ସହ ଭଗବାନଙ୍କ ବାହାଘରକୁ ମଧ୍ୟ ବଡ଼ ଧୂମଧାମରେ ପାଳନ କରାଯାଏ। ଆଜି ଆମେ ଓଡ଼ିଶାର ଯେଉଁ ଝଲକ ଦେଖାଇବୁ ତାହା ରହିିଛି ଗ୍ରାମଦେବତୀଙ୍କ ବାହାଘରକୁ ନେଇ । କିନ୍ତୁ ଏ ବାହାଘର ରହିଛି ସବୁଠୁ ନିଆରା। ଏ ବାହାଘରଟି ହେଉଛି ଜଣେ ମଣିଷ ସହ ଦେବୀଙ୍କର ବିବାହ।

କଣ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ସାଧାରଣ ମଣିଷ ସହ ଦେବୀ ମାଆଙ୍କର କିପରି ବିବାହ ହୋଇପାରେ? କିନ୍ତୁ ଘଟଣାଟି ପ୍ରକୃତରେ ଘଟିଛି। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ନିକଟସ୍ଥ ବଜରପୁର ଗାଁରେ କାହିଁ କେଉଁ ପ୍ରାଚୀନ କାଳରୁ ଏପରି ଏକ ପରମ୍ପରା ଚଳିଆସୁଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ଦେବୀ ମାଆଙ୍କ ଏହି ପର୍ବରେ ସାମିଲ ହୋଇଥିଲେ ଅନେକ ଭକ୍ତ।

ଷ୍ଟେରିଓ ମ୍ୟୁଜିକର ତାଳେ ତାଳେ ଗ୍ରାମବାସୀ ବରଯାତ୍ରୀ ସାଜି ବାଣ ବଜାଇ ନାଚଗୀତ କରି ଆସୁଥିଲେ। ଏହାରି ମଧ୍ୟରେ ବର ବେଶରେ ରୋଷଣୀ କରି ଆସୁଥିଲେ କୁମ୍ଭାର ରାଜା ବଳି। ତେବେ ଏହା କୌଣସି ସାଧାରଣ ବାହାଘର ନଥିଲା। କେନ୍ଦ୍ରାପଡାର ବଜରପୁର ଗାଁର ଆରାଧ୍ୟ ଦେବୀ ମା ବାସୁଳିଙ୍କ ବାହାଘର ଅନୁଷ୍ଠିତ ହୋଇଛି ସେହି ଗାଁର କୁମ୍ଭାର ରାଜା ବଳିଙ୍କ ସହିତ। ଦେବୀ-ମାନବ ଜାତିର ଏହି ଅପୂର୍ବ ବିବାହର ନିଆରା ନିଦର୍ଶନ ଆପଣ କେବେ ବି ଦେଖିନଥିବେ।

ଗାଁର ପ୍ରାଚୀନ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଅଗ୍ନୀ ଉତ୍ସବ ପୂର୍ଣ୍ଣିମାରେ ବଜରପୁର ଗାଁରେ ଆୟୋଜିତ ହୋଇଥାଏ ମାଆ ବାସୁଳିଙ୍କ ଏହି ସ୍ୱତନ୍ତ୍ର ବାହାଘର ପର୍ବ। ଏଥିରେ କୁମ୍ଭାର ରାଜା ବଳିର ବଂଶଧର ମାନେ ବଳି ଓ ବାସୁଳିର ପ୍ରତିମୂର୍ତ୍ତି ଧରି ବାଜା ରୋଷଣୀ ସହ ବଜର ପୁରରେ ପହଞ୍ଚିଥାନ୍ତି। କନ୍ୟାପକ୍ଷରୁ ସ୍ୱାଗତ କରାଯିବା ପରେ ପୂଜକ ମାଆ ବାସୁଳାଇଙ୍କ ପିତା ହୋଇ ଏହି ବିବାହରେ କନ୍ୟାଦାନ କରିଥାନ୍ତି।  ଗାଁର ଏହି ନିଆରା ଉତ୍ସବ ପୂର୍ଣ୍ଣିମା ଠାରୁ ସାତଦିନ ପର୍ଯ୍ୟନ୍ତ ୨୨ ଟି ମୌଜାରୁ ଲୋକେ ପାଳନ କରିଥାନ୍ତି।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago