ବ୍ୟବସାୟ ଓ ଅର୍ଥନୀତି

ଖୁସିଖବର : SBI ବଦଳାଇଲା ନିୟମ ଏବେ ଲୋନ ନେଉଥିବା ଗ୍ରାହକଙ୍କୁ ମିଳିବ ଭଲ ଫାଇଦା

ଭାରତର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କୁ ଏକ ଆଶ୍ବସ୍ତି ଦେଇଛି । ଖୁଚୁରା ଋଣ ପାଇଁ ଏସବିଆଇ ମାର୍ଜିନାଲ ମୂଲ୍ୟ ଆଧାରିତ ସୁଧ ହାର (MCLR) ରିସେଟ୍ ଫ୍ରିକ୍ୱେନ୍ସିକୁ ଏକ ବର୍ଷରୁ ଛଅ ମାସକୁ ହ୍ରାସ କରିଛି । ଯାହାର ସିଧାସଳଖ ଲାଭ SBIର ହୋମ ଲୋନ, ଅଟୋ ଲୋନ ଏବଂ ପର୍ସନାଲ ଲୋନ ନେଉଥିବା ଗ୍ରାହକମାନଙ୍କୁ ହେବ ।

ଏସବିଆଇ ଏକ ଟୁଇଟ୍ ଜରିଆରେ କହିଛି ଯେ ‘ବର୍ତ୍ତମାନ ଗ୍ରାହକମାନେ ଗୋଟିଏ ବର୍ଷ ଅପେକ୍ଷା ନକରି ସୁଧହାର ହ୍ରାସର ଲାଭ ଉଠାଇବେ । କାରଣ SBI MCLR ରିସେଟ୍ ଫ୍ରିକ୍ୱେନ୍ସିକୁ ଛଅ ମାସକୁ ହ୍ରାସ କରିଛି । ତୁରନ୍ତ ପ୍ରଭାବ ସହିତ ନୂତନ ନିୟମ କାର୍ଯ୍ୟକାରୀ କରାଯାଇଛି । ପୂର୍ବରୁ, କମ୍ ସୁଧ ହାର ଥିଲେ ମଧ୍ୟ ଏହାର ଫାଇଦା ନେବାକୁ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଏକ ବର୍ଷ ଅପେକ୍ଷା କରିବାକୁ ପଡୁଥିଲା ।

ବର୍ତ୍ତମାନ ଏସବିଆଇରେ ଏକ ବର୍ଷର MCLR ସାତ ପ୍ରତିଶତ ଥିବାବେଳେ ଛଅ ମାସର MCLR 6.95 ପ୍ରତିଶତ ରହିଛି । ଜୁଲାଇରେ ଏସବିଆଇ ଋଣ ଏବଂ ଚାହିଦା ବଢାଇବା ପାଇଁ ସ୍ୱଳ୍ପ ମିଆଦି MCLR ହାରରେ ହ୍ରାସ ଘୋଷଣା କରିଥିଲା ।

MCLR କ’ଣ?

ବ୍ୟାଙ୍କିଙ୍ଗ ସେକ୍ଟରର ନିୟାମକ ରିଜର୍ଭ ବ୍ୟାଙ୍କ ମାର୍ଜିନାଲ କଷ୍ଟ ଅଫ୍ଆ ଲ୍ୟାଣ୍ଡିଙ୍ଗ ଆଧାରରେ 1 ଏପ୍ରିଲ 2016 ରେ ଦେଶରେ MCLRର ଆରମ୍ଭ କରିଥିଲା । ଏହାପୂର୍ବରୁ ସମସ୍ତ ବ୍ୟାଙ୍କ ଆଧାର ହାର ଉପରେ ଆଧାର କରି ଗ୍ରାହକଙ୍କ ପାଇଁ ସୁଧ ହାର ଠିକ୍ କରୁଥିଲେ ।

ସମ୍ପତ୍ତି, ଜମା, ଶାଖା, ଗ୍ରାହକ ଏବଂ କର୍ମଚାରୀଙ୍କ କ୍ଷେତ୍ରରେ ଏସବିଆଇ ହେଉଛି ଦେଶର ସବୁଠାରୁ ବଡ ବାଣିଜ୍ୟିକ ବ୍ୟାଙ୍କ । ଏହା ଦେଶର ସବୁଠାରୁ ବଡ ବନ୍ଧକ ଋଣଦାତା ଅଟେ । 31 ମାର୍ଚ୍ଚ 2020 ସୁଦ୍ଧା ବ୍ୟାଙ୍କର 32 ଲକ୍ଷ କୋଟିରୁ ଅଧିକ ଡିପୋଜିଟ ବେସ ରହିଛି। ଘରୋଇ ଋଣରେ ଏହାର ବଜାର ଅଂଶ ପ୍ରାୟ 34 ପ୍ରତିଶତ ଏବଂ ଅଟୋ ଲୋନରେ ପ୍ରାୟ 33 ପ୍ରତିଶତ ରହିଛି ବୋଲି ଏସବିଆଇ ଦାବି କରିଛି । 22,000 ରୁ ଅଧିକ ଶାଖା ସହିତ ଏହି ବ୍ୟାଙ୍କର ଭାରତରେ ସବୁଠାରୁ ବଡ ନେଟୱାର୍କ ରହିଛି । ବ୍ୟାଙ୍କରେ 58,000 ରୁ ଅଧିକ ଏଟିଏମ୍ ଏବଂ ସିଡିଏମ୍ ନେଟୱାର୍କ ମଧ୍ୟ ରହିଛି ।

KNews Bureau

Recent Posts

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

1 hour ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

2 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

4 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

4 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

5 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

5 hours ago