ବ୍ୟବସାୟ ଓ ଅର୍ଥନୀତି

SBI ଗ୍ରାହକ ଧ୍ୟାନ ଦିଅନ୍ତୁ… ଆଜି ରାତିଠାରୁ ଠପ୍‌ ହୋଇଯିବ ବ୍ୟାଙ୍କିଂ ସେବା, ତୁରନ୍ତ କରିନିଅନ୍ତୁ ସବୁ କାମ

ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ବଡ଼ ସୂଚନା। ଆଜି ରାତିରେ କିଛି ଘଣ୍ଟା ପାଇଁ ବନ୍ଦ ହୋଇଯିବ ଏସ୍‌ବିଆଇର ସବୁ ସେବା। ଏସ୍‌ବିଆଇ ପୋର୍ଟାଲକୁ ଅପଡେଟ୍‌ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଆଜି କିଛି ଘଣ୍ଟା ପାଇଁ ସେବାକୁ ବନ୍ଦ କରାଯିବ। ଏ ନେଇ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଆଲର୍ଟ କରାଯାଇଛି।

ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଫେବ୍ରୁଆରୀ ୨୬ ଓ ୨୭ ତାରିଖ କମ୍ପ୍ଲିଟ୍‌ ସର୍ଭିସ ପୋର୍ଟାଲ କିଛି ଘଣ୍ଟା ପାଇଁ ଉପଲବ୍ଧ ହେବ ନାହିଁ। ଟ୍ଵିଟ୍‌ କରି ଏହି ସୂଚନା ଦେଇଛି ଏସ୍‌ବିଆଇ। ଏଣୁ ଯଦି ଆପଣଙ୍କୁ କୌଣସି ଜରୁରୀ ନେଣଦେଣ କରିବାର ଅଛି, ତେବେ ଏବେ ଠାରୁ ହିଁ ସାରି ଦିଅନ୍ତୁ। ନଚେତ୍‌ ହଇରାଣ ହୋଇପାରନ୍ତି।

ଏସ୍‌ବିଆଇ ନିଜ ଅଫିସିଆଲ ଟ୍ଵିଟର ଆକାଉଣ୍ଟ ଜରିଆରେ ଗ୍ରାହକଙ୍କୁ ଏହି ସୂଚନା ଦେଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି- ଆମେ ଆମ ସମସ୍ତ ସମ୍ମାନିତ ଗ୍ରାହକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଆମକୁ ସହଯୋଗ କରନ୍ତୁ। କାରଣ ଆମେ ଏକ ଉନ୍ନତମାନର ବ୍ୟାଙ୍କିଂ ଅନୁଭବ ଦେବାକୁ ଚେଷ୍ଟା କରୁଛୁ। ଗ୍ରାହକଙ୍କ ପାଇଁ ୨୬ ଫେବ୍ରୁଆରୀ ରାତି ୧୧ଟାରୁ ଆରମ୍ଭ କରି ସକାଳ ୬ଟା ପର୍ଯ୍ୟନ୍ତ ବ୍ୟାଙ୍କର ପୋର୍ଟାଲ http://crcf.sbi.co.in ରେ ସର୍ଭିସ ଉପଲବ୍ଧ ହେବ ନାହିଁ।

ବ୍ୟାଙ୍କ ମୁତାବକ, ଏହି ସମୟରେ ଯଦି କୌଣସି ଗ୍ରାହକ କୌଣସି ପ୍ରକାରର ଅଭିଯୋଗ, ପଚରାଉଚରା ଆଦି କରିବାକୁ ଚାହୁଁଥାନ୍ତି, ତେବେ ବ୍ୟାଙ୍କର ଟୋଲ ଫ୍ରି ନମ୍ବର ୧୮୦୦୧୧୨୨୧୧ / ୧୮୦୦୧୨୩୪ / ୧୮୦୦୨୧୦୦ରେ ଯୋଗାଯୋଗ କରିପାରିବେ।

Also Read: ‘ଆମେ ଯୁଦ୍ଧ ଶେଷ କରିବାକୁ ଓ ଶାନ୍ତିରେ ବଞ୍ଚିବାକୁ ଚାହୁଁଛୁ’: ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେଁସ୍କି

WCW 11

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

14 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

33 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

41 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

57 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago