ବ୍ୟବସାୟ ଓ ଅର୍ଥନୀତି

ଗ୍ରାହକଙ୍କୁ ମିଳିବ ବଡ ଫାଇଦା, SBI ତରଫରୁ ଆକାଉଣ୍ଟକୁ ଆସିବ ଏତିକି ଟଙ୍କା

ଏସବିଆଇ ଆଣିଛି ଖୁସି ଖବର । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଏକ ବଡ ଖବର ଆସିଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଗ୍ରାହକମାନଙ୍କୁ ବଡ ଫାଇଦା ମିଳିପାରେ ବୋଲି ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କିପରି ଷ୍ଟେଟ ବ୍ୟାଙ୍କର ଗ୍ରାହକମାନେ ଏହାର ଫାଇଦା ପାଇପାରିବେ । ନିକଟରେ ଫିକ୍ସଡ ଡିପୋଜିଟର ଦରବୃଦ୍ଧି କରିଛି ଏସବିଆଇ ବ୍ୟାଙ୍କ ।

ସୂଚନା ଅନୁଯାୟୀ ୪୦୦ ଦିନର ଏଫଡି ଉପରେ ୭.୧ ପ୍ରତିଶତ ଦର ଫାଇଦା ଦେବାକୁ ଯାଉଛି । ଏହାସହିତ ୨ କୋଟି ଟଙ୍କାରୁ କମ ରାଶି ଉପରେ ବୋନସ ପଏଣ୍ଟ ବୃଦ୍ଧି କରାଯାଇଛି । ତେବେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଗ୍ରାହକ ଏହାର ଫାଇଦା ନେଇପାରିବେ । ଏହାଦ୍ୱାରା ଜଣେ ଗାହକଙ୍କୁ ୪୦,୦୮୮ ଟଙ୍କାର ଲାଭ ମିଳିପାରିବ । ତେବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ଖାସ ସ୍କିମରେ ସୁଧହାର ବୃଦ୍ଧି କରିଛି ।

ଯଦି ଜଣ ଗ୍ରାହକ ୫ ଲକ୍ଷ ଟଙ୍କା ଡିପୋଜିଟ କରନ୍ତି, ତେବେ ମ୍ୟାଚୁରିଟି ପୂରଣ ହେବା ପରେ ୫,୪୦,୦୮୮ଟଙ୍କା ମିଳିପାରିବ । ଅର୍ଥାତ, ୫ ଲକ୍ଷ ପରେ ୪୦,୦୮୮ ଟଙ୍କା ସୁଧ ଆକାରରେ ଆପଣଙ୍କ ଆକାଉଣ୍ଟରେ ଡିପୋଜିଟ କରି ଦିଆଯିବ । ତେବେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଏହାର ଫାଇଦା ଉଠାଇ ପାରିବେ ଗ୍ରାହକ ।

ଏହାବ୍ୟତୀତ ୨ କୋଟିରୁ କମ ଟଙ୍କାର ଡିପୋଜିଟ କଲେ ଏଥିରେ ବ୍ୟାଙ୍କ ତରଫରୁ ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛି । ଏସବିଆଇର ପ୍ରଥମ ବର୍ଷର ମ୍ୟାଚୁରିଟି ଏଫଡିରେ ୬.୭୫ ପ୍ରତିଶତ ଫାଇଦା ମିଳୁଥିବା ବେଳେ ବର୍ତ୍ତମାନ ଏଥିରେ ୦.୦୫ ପ୍ରତିଶତ ବୃଦ୍ଧି କରାଯାଇଛି । ସେହିପରି ୨ ବର୍ଷର ଏଫଡି ଉପରେ ୦.୨୫ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ବର୍ତ୍ତମାନ ଏଥିରେ ୭ ପ୍ରତିଶତ ସୁଧର ଫାଇଦା ମିଳିପାରିବ ।

 

Pritiparna

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago