ବ୍ୟବସାୟ ଓ ଅର୍ଥନୀତି

ଇଲେକ୍ଟ୍ରିକ୍‌ ଯାନବାହନ କିଣିବାକୁ ଏସ୍‌ବିଆଇ ଦେଉଛି କମ୍‌ ସୁଧରେ ଲୋନ୍‌, ଜାଣନ୍ତୁ କେମିତି ଉଠାଇବେ ଲାଭ

ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI) ସବୁବେଳେ କିଛି ନା କିଛି ଏଭଳି ଯୋଜନା ଲଞ୍ଚ୍‌ କରେ ଯାହା ଦ୍ୱାରା ସାଧାରଣ ଲୋକ ଉପକୃତ ହୋଇଥାନ୍ତି। ଏବେ ମଧ୍ୟ ଏସ୍‌ବିଆଇ ତରଫରୁ ଏକ ସେଭଳି ସ୍କିମ୍‌ ଜାରି କରାଯାଇଛି ଯାହା ଦ୍ୱାରା ଜଣେ ମଧ୍ୟବିତ୍ତ ବର୍ଗର ଲୋକ ବି ଲାଭବାନ୍‌ ହୋଇପାରିବ। ଏବେ ଦେଶରେ ପେଟ୍ରୋଲ ଡିଜେଲ ଗାଡ଼ିର ବ୍ୟହହାରକୁ କମ୍‌ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ଓ ଇଲେକ୍ଟ୍ରିକ୍‌ ଚାଳିତ ଯାନ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଏସ୍‌ବିଆଇ ଏକ ନୂଆ ସ୍କିମ୍‌ ଆରମ୍ଭ କରିଛି।

ଏସ୍‌ବିଆଇ ଏବେ ଲୋକଙ୍କୁ ଇଲେକ୍ଟ୍ରିକ୍‌ ଯାନବାହନ କିଣିବାକୁ ଋଣ ଦେବାକୁ ଘୋଷଣା କରିଛି। ଏଭଳି ଘୋଷଣା କରିବାରେ ଏସ୍‌ବିଆଇ ହେଉଛି ଦେଶର ପ୍ରଥମ ବ୍ୟାଙ୍କ। ଏହି ସ୍କିମ୍‌ର ନାଁ ରହିଛି ଗ୍ରୀନ୍‌ କାର ଲୋନ୍‌।

କେମିତି ନେଇପାରିବେ ଗ୍ରୀନ୍‌ ଲୋନ୍‌:

ଏହି ଲୋନ୍‌ ସେଗ୍‌ମେଣ୍ଟ ଜରିଆରେ ଏସ୍‌ବିଆଇ ଗ୍ରାହକଙ୍କୁ ୮ ବର୍ଷ ପର୍ଯ୍ୟନ୍ତ ଲୋନ୍‌ ଅଫର କରୁଛି। ଏଥିରେ ଇଲେକ୍ଟ୍ରିକ୍‌ ଯାନବାହନର ଅନ୍‌ରୋଡ୍‌ ଦାମ୍‌ ୯୦ ପ୍ରତିଶତ ପର୍ଯ୍ୟନ୍ତ ଫାଇନାନ୍ସ କରାଯାଇପାରିବ। ମିଳିଥିବା ସୂଚନା ମୁତାବକ ଏସ୍‌ବିଆଇର ଗ୍ରୀନ୍‌ ଲୋନ୍‌ରେ ସୁଧ ହାର ସାଧାରଣ ଅଟୋ ଲୋନ୍‌ ତୁଳନାରେ ୦.୨୦ ପ୍ରତିଶତ କମ୍‌ ହେବ।

କେଉଁ କାଗଜପତ୍ର ଜରୁରୀ:

  • ଏସ୍‌ବିଆଇ ଗ୍ରୀନ୍‌ ଲୋନ୍‌ ନେବା ପାଇଁ ଗତ ୬ ମାସର ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ, ୨ଟି ପାସ୍‌ପୋର୍ଟ ଫଟୋ, ଆଇଡି କାର୍ଡ, ସାଲାରୀ ସିଟ୍‌ ଆଦି ଜରୁରୀ କାଗଜପତ୍ର ଆବଶ୍ୟକ।
  • ଏଥିସହ ବିଜ୍‌ନେସ୍‌ମ୍ୟାନ୍‌ଙ୍କୁ ୨ ବର୍ଷର ରିଟର୍ଣ୍ଣ ଦେଖାଇବାକୁ ପଡ଼ିବ।
  • କୃଷକମାନେ ନିଜ ଜମିର କାଗଜପତ୍ର ଦେଖାଇ ଲୋନ୍‌ ନେଇପାରିବେ।

ଇଲେକ୍ଟ୍ରିକ୍‌ କାର କିଣିବା ଦିଗରେ ଲୋକଙ୍କ ଆଗ୍ରହ ବଢ଼ାଇବା ପାଇଁ ଏସ୍‌ବିଆଇ ତରଫରୁ ଏହି ସ୍କିମ୍‌ ଆରମ୍ଭ କରାଯାଇଛି। ତେବେ ଇଲେକ୍ଟ୍ରିକ୍‌ କାର ଅନ୍ୟ ପେଟ୍ରୋଲ ଡିଜେଲ କାର ଠାରୁ ଶସ୍ତା ହୋଇଥିବାରୁ ଲୋକମାନେ ଏହାକୁ କିଣିବା ଦିଗରେ ଆଗ୍ରହ ପ୍ରକାଶ କରିବେ ବୋଲି ଏସ୍‌ବିଆଇ ତରଫରୁ କୁହାଯାଇଛି।

WCW 11

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

4 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

39 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

46 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago