ରାଜ୍ୟ

ଆସାମ ଫେରି ପାରୁନାହାଁନ୍ତି ୫ଟି ପରିବାର, ଟଙ୍କା ନଥିବାରୁ ଦୀର୍ଘ ୬ମାସ ହେବ ଫଶି ରହିଛନ୍ତି ଗଜପତି ଜିଲ୍ଲାର ଗୁମ୍ମା ଗାଁରେ

ଗଜପତି: କରୋନା ମହାମାରୀ ଅନେକ ପରିବାରକୁ ପାଇଁ ଅନେକ ଅସୁବିଧା ଆଣିଦେଇଛି । କିଏ ନିଜ ଜୀବାକାକୁ ନେଇ ହତାସ ତ ଆଉ କିଏ ନିଜ ଭିଟାମାଟିକୁ ଫେରିବାକୁ ଛଟପଟ । ତେବେ ଗଜପତି ଜିଲ୍ଲାରୁ ଭିନ୍ନ ଏକ ପରିସ୍ଥିତି ଦେଖିବାକୁ ମିଳିଛି କରୋନା ମହାମାରୀରେ ହନ୍ତସନ୍ତ ହୋଇଥିବା ଆସାମରୁ ବୁଲିବା ପାଇଁ ଆସିଥିବା ୫ପରିବାରଙ୍କ କ୍ଷେତ୍ରରେ ।

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମାବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ । ଆପଣ ଟିଭି ସ୍କ୍ରୀନରେ ଦେଖୁଥିବା ଲୋକମାନେ ହେଉଛନ୍ତି ଆସାମ ରାଜ୍ୟର । କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଘର ଖଣ୍ଡେ ମୁଣ୍ଡ ଗୁଞ୍ଜିବାକୁ ଓ ଜୀବନ ବଞ୍ଚାଇବାକୁ ରାସନ, ପନିପରିବା ପାଇପାରିଛନ୍ତି ଏମାନେ । ଏମାନେ ନିଜ ପୂର୍ବପୁରୁଷଙ୍କ ଭିଟାମାଟି ଦେଖିବା ପାଇଁ ସୁଦୁର ଆସାମ ରାଜ୍ୟରୁ ବହୁତ ଖୁସିରେ ଚାଲିଆସିଥିଲେ ଲକଡାଉନ ପୂର୍ବରୁ । ତେବେ ଆସିବା ୨ଦିନ ପରେ କରୋନା ମହାମାରୀ ଯୋଗୁଁ ଫସିଗଲେ ଗଜପତି ଜିଲ୍ଲାରେ ।

ନିଜ ପୂର୍ବପୁରୁଷଙ୍କ ସର୍ମ୍ପକୀୟଙ୍କ ଘର ବୁଲି ବୁଲି ଜେଣତେଣ ୬ମାସ ପାଖାପାଖି କାଟିଲେ। ସମୟ ଏମିତି ଆସିଲା ଆଉ ସମ୍ପର୍କୀୟମାନେ ମଧ୍ୟ ଏମାନଙ୍କୁ ଚଳାଇ ପାରିଲେ ନାହିଁ । ଶେଷରେ ଗୁମ୍ମା ଗ୍ରାମରେ ବହୁତ ଦିନ ହେବ ରହିଆସୁଛନ୍ତି । ଆସାମ ଫେରିବାକୁ ଟଙ୍କା ନାହିଁ କି, ଟଙ୍କା ଯୋଗାଡ କରିବା ଏମାନଙ୍କ ପାଇଁ ସମ୍ଭବ ହୋଇପାରୁନାହିଁ । ତଥାପି ଗୁମ୍ମା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷା ପ୍ରେମୀକା ମଣ୍ଡଳଙ୍କ ସାହାଯ୍ଯ ସହଯୋଗ ଯୋଗୁଁ ଦିନକୁ ଦୁଇମୁଠା ଖାଇ ବଞ୍ଚିବା ପାଇଁ ବାଟ ଦେଖାଇଛି । ସେପଟେ ଫସିରଥିବା ଏହି ଆସାମ ବାସିନ୍ଦାଙ୍କ ପରିବାର ବର୍ଗ ଆସାମ ସରକାର ଓ ସ୍ଥାନୀୟ ପ୍ରଶାସନର ଦୃଷ୍ଟୀ ଆର୍କଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ସେପଟେ ସମସ୍ୟା ନେଇ ଆମେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ଜଣାଇବା ପରେ ସେ ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ଓ ଗୁମ୍ମା ବିଡିଓଙ୍କୁ ଦାୟିତ୍ୱ ଦେବା ସହ ଆସାମକୁ ସୁରକ୍ଷିତ ପଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Sonalisa

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

17 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

27 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago