ବ୍ୟବସାୟ ଓ ଅର୍ଥନୀତି

SBIର ନୂଆ ସ୍କିମ, ୩୪୨ ଟଙ୍କା ଜମା କରି ପାଆନ୍ତୁ ୪ଲକ୍ଷ ଟଙ୍କାର ବମ୍ପର ଫାଇଦା

ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଦେଶର ସବୁଠୁ ବଡ଼ ସାର୍ବଜନିକ ବ୍ୟାଙ୍କକୁ ନେଇ ଆସିଲା ପୁଣି ଏକ ବଡ଼ ଅପଡେଟ। ଏଥିରେ ଗ୍ରାହକଙ୍କୁ ଫାଇଦା ଯୋଗାଇବା ପାଇଁ ବ୍ୟାଙ୍କ ଦେଉଛି ବଡ଼ ଅଫର।

କୋଭିଡ଼ ୧୯ ପରେ ଲୋକମାନେ ବୀମା ଉପରେ ଅଧିକ ଫୋକସ କରୁଛନ୍ତି। ସରକାରଙ୍କଠୁ ଆରମ୍ଭ କରି ଅନ୍ୟ ସମସ୍ତ କମ୍ପାନୀ ଲୋକମାନଙ୍କ ପାଇଁ ବଢ଼ିଆ ଅଫର ଆଣୁଛନ୍ତି। ଏହିକ୍ରମରେ ଦେଶର ସାର୍ବଜନିକ କ୍ଷେତ୍ରର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ କମ ଟଙ୍କାରେ ଇନସୁରାନ୍ସର ସୁବିଧା ଦେଉଛି। ସରକାର ଦେଉଛନ୍ତି କମ ଟଙ୍କାରେ ଇନସୁରାନ୍ସ ସୁବିଧା। ସରକାରଙ୍କ ସ୍କିମ, ପ୍ରାଧନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅନ୍ତର୍ଗତ ଗ୍ରାହକଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଫର ଦେଉଛି।

ସବୁଠୁ ବଡ଼ କଥା ହେଉଛି ଏଥିପାଇଁ ଗ୍ରାହକଙ୍କୁ ମାତ୍ର ଅଳ୍ପ ଟଙ୍କା ଦେବାକୁ ହେବ। ମାନେ ମାତ୍ର ୩୪୨ ଟଙ୍କାରେ ଗ୍ରାହକମାନେ ଏବ ମୋଟ ୪ ଲକ୍ଷ ଟଙ୍କାର ଲାଭ ଉଠାଇପା ରିବେ। ଦେଶର ସବୁଠୁ ବଡ଼ ସାର୍ବଜନିକ ବ୍ୟାଙ୍କ ଏସବିଆଇ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଏହି ସ୍କିମ ସମ୍ପର୍କରେ ସୂଚନା ଦେଇଛି। ତେବେ ଏଥିରେ ସେ ବୀମା କରିବାକୁ ନିର୍ଦ୍ଦେଶ ଦେଇଛି। ମାନେ ଆପଣ ୩୪୨ ଟଙ୍କା ନିବେଶ କରି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପାଇପାରିବେ। ଏହାସହ ଅଟୋ ଡେବିଟ ସୁବିଧା ଦ୍ୱାରା ଖାତାଧାରକଙ୍କ ଠୁ ପ୍ରିମିୟମରେ ମାଇନସ୍‌ କରାଯିବ। ବ୍ୟକ୍ତି କେବଳ ନିଜ ବଚତ ଖାତା ମାଧ୍ୟମରେ ଯୋଜନାରେ ସାମିଲ ହେବେ।

pc: news ncr

ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନାରେ ଦୁର୍ଘଟଣାରେ ବୀମା ଧାରକଙ୍କ ମୃତ୍ୟୁ ହେଲେ କିମ୍ବା ବିକଳାଙ୍ଗ ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିବ। ଯଦି ଶରୀରର କିଛି ଅଂଶ ବିକଳାଙ୍ଗ ହୋଇଛି ତେବେ ଲକ୍ଷେ ଟଙ୍କା ଦିଆଯିବ। ୧୮ ରୁ ୭୦ ବର୍ଷ ମଧ୍ୟରେ ସମସ୍ତ ବ୍ୟକ୍ତି ଏହାର ଲାଭ ଉଠାଇପାରିବେ।

ସେହିପରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବୀମା ଧାରକଙ୍କ ମୃତ୍ୟୁ ହେଲେ ନୋମିନିକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ମିଳିବ। ୧୮ ରୁ ୫୦ ବର୍ଷ ମଧ୍ୟରେ ଲୋକମାନେ ଏହି ସ୍କିମର ଫାଇଦା ଉଠାଇପାରିବେ। ତେବେ ଏଥିପାଇଁ ଆପଣଣଙ୍କୁ ୩୩୦ ଟଙ୍କାର ବାର୍ଷିକ ପ୍ରିମିୟମ ଦେବାକୁ ହେବ। ଜାଣି ରଖନ୍ତୁ ଯେ ଏହି ଦୁଇଟି ହେଉଛି ଟର୍ମ ଇନସୁରାନ୍ସ ପଲିସି।

ଏହା ବାର୍ଷିକ ଆକାରରେ ହୋଇଥାଏ। ମାନେ ଇନସୁରାନ୍ସ କଭର ୧ ଜୁନ ରୁ ଆରମ୍ଭ ହୋଇ ୩୧ ମେ ପର୍ଯ୍ୟନ୍ତ ରହିଥାଏ। ଏଥିପାଇଁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଥିବା ଜରୁରୀ। ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଗଲେ କିମ୍ବା ପ୍ରିମିୟମ କଟିବାର ସମୟ ଆସିଗଲେ ଖାତାରେ ପର୍ଯ୍ୟାପ୍ତ ପରିମାଣର ରାଶି ନଥିଲେ ବୀମା ରଦ୍ଧ ହୋଇଯିବ। ତେଣୁ ଏଥିପାଇଁ ପ୍ରଥମେ ସବୁ ତଦାରଖ କରି ନିଅନ୍ତୁ।

ଆଗକୁ ପଢ଼ନ୍ତୁ: ଏଟିଏମରୁ କ୍ୟାସ ବାହାର କରୁଥିଲେ ଜାଣନ୍ତୁ ଏହି ନିୟମ, ନଚେତ୍‌ ଠକାମିରେ ଚାଲିଯିବ ସବୁ ଟଙ୍କା

D Sonali

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

21 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

29 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

46 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago