SBI ମାଗଣାରେ ଦେଉଛି ଏହି ୬ଟି ସୁବିଧା, ଘରେ ବସି ଉଠାନ୍ତୁ ଲାଭ!

ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ( SBI) ନିଜ ଗ୍ରାହକମାନଙ୍କୁ କିଛି ସୁବିଧା ମାଗଣାରେ ପ୍ରଦାନ କରୁଛି। ଆପଣ ଏହି ସୁବିଧାର ଲାଭ ଘରେ ବସି ଉଠାଇପାରିବେ ଏବଂ ବ୍ୟାଙ୍କ ସହ ଜଡ଼ିତ ଜରୁରୀ କାମ ମଧ୍ୟ ସହଜରେ କରିପାରିବେ। SBI ଗ୍ରାହକଙ୍କ ପାଇଁ SBI Quick Missed Call Banking Service ସୁବିଧା ଉପଲବ୍ଧ ରହିଛି। ଅର୍ଥାତ୍‌ ଘର ବସି କେବଳ ଏକ ମିସ୍‌ଡ କଲ୍‌ ଦ୍ୱାରା SBI ଗ୍ରାହକ ବ୍ୟାଙ୍କ କାଯ୍ୟର୍ କରିପାରିବେ। ଆସନ୍ତୁ ଜାଣିବା ଏହି ସୁବିଧା ବିଷୟରେ।

ବାଲାନ୍ସର ସୂଚନା

ଯଦି ଆପଣ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କୁ 09223766666ରେ ମିସ୍‌ଡ କଲ୍‌ ଦେବାକୁ ହେବ। ଏହାସହିତ ଆପଣ ଏହି ନମ୍ବରରେ’BAL’ ଲେଖି ଏସ୍‌ଏମ୍‌ଏସ୍‌ ପଠାଇପାରିବେ।

ମନି ଷ୍ଟେଟ୍‌ମେଣ୍ଟ ହାସଲ କରିବା ପାଇଁ

ଏଥିପାଇଁ ଆପଣଙ୍କୁ 09223866666 ନମ୍ବରରେ ମିସ୍‌ଡ କଲ୍‌ କରିବାକୁ ପଡ଼ିବ। ଏହାଛଡ଼ା ‘MSTMT’ ଲେଖି ମେସେଜ୍‌ ମଧ୍ୟ ପଠାଇପାରିବେ। ଏହା ଜରିଆରେ ଆପଣ ଗତ ୫ଟି ଲେଣଦେଣ ସହ ମନି ଷ୍ଟେଟ୍‌ମେଣ୍ଟ ହାସଲ କରିପାରିବେ।

ଚେକ୍‌ ବୁକ୍‌ ପାଇଁ ଆବେଦନ

ନୂଆ ଚେକ୍‌ ବୁକ୍‌ ପାଇଁ ଆପଣଙ୍କୁ 09223588888 ନମ୍ବରରେ ମିସ୍‌ଡ କଲ୍‌ କରିବାକୁ ହେବ। ଏହାଛଡ଼ା ‘CHQREQ’ ଲେଖି ଆପଣ ଏସ୍‌ଏମ୍‌ଏସ୍‌ ପଠାଇପାରିବେ। ଏବେ ଗ୍ରାହକମାନଙ୍କୁ କମ୍ଫର୍ମେଶନ ପାଇଁ ୬ ଅଙ୍କ ବିଶିଷ୍ଟ ସଂଖ୍ୟା ସହିତ ବ୍ୟାଙ୍କରୁ ଏକ ଏସ୍‌ଏମ୍‌ଏସ୍‌ ଆସିବ। ବର୍ତ୍ତମାନ ଖାତାଧାରକ 09223588888ରେ ‘CHQACC <space> Y <space> six digit number’ ଲେଖି ମେସେଜ୍‌ ପଠାଇପାରିବେ।

ଇ-ଷ୍ଟେଟ୍‌ମେଣ୍ଟ ପାଇଁ

ଆପଣଙ୍କ ରେଜିଷ୍ଟର୍ଡ ଇମେଲ୍‌ରେ ଗତ ୬ ମାସର ଷ୍ଟେଟ୍‌ମେଣ୍ଟ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ 09223588888ରେ ମିସ୍‌ଡ କଲ୍‌ ଦେବାକୁ ହେବ କିମ୍ବା ‘ESTMT <space> account number <space> four digit code’ ପଠାଇବାକୁ ପଡ଼ିବ। ଏହି ସୁବିଧାରେ ଆପଣଙ୍କ ଇମେଲ୍‌କୁ ପାସ୍‌ଓ୍ଵାର୍ଡ ସୁରକ୍ଷିତ ପିଡିଏଫ୍‌ ଫାଇଲ୍‌ ପଠାଯିବ।

ଏଜୁକେଶନ ଲୋନ୍‌ ଇଣ୍ଟେରେଷ୍ଟ୍‍ ସାର୍ଟିଫିକେଟ୍‌ ପାଇଁ

ଏଥିପାଇଁ ଗ୍ରାହକମାନଙ୍କୁ 09223588888ରେ ମିସ୍‌ଡ କଲ୍‌ ଦେବାକୁ ହେବ। ନଚେତ୍‌ ‘ELI <space> account number <space> <4 digit code>’ ଅନୁସାରେ ମେସେଜ୍‌ ପଠାଇବାକୁ ପଡ଼ିବ।

ହୋମ୍‌ ଲୋନ୍‌ ସୁଧ ସାର୍ଟିଫିକେଟ୍‌

ଗ୍ରାହକମାନେ 09223588888କୁ ମିସ୍‌ଡ କଲ୍‌ କିମ୍ବା ‘HLI <space> account number <space> <4 digit code> ରେ ମେସେଜ୍‌ ପଠାଇପାରିବେ।

ସୁବିଧା ପାଇଁ କରିବାକୁ ପଡ଼ି ରେଜିଷ୍ଟ୍ରେଶନ

ଏହି ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କୁ ରେଜିଷ୍ଟ୍ରେଶନ କରିବାକୁ ପଡ଼ିବ। ଏଥିପାଇଁ ଉପଭୋକ୍ତାଙ୍କୁ ନିଜ ରେଜିଷ୍ଟର୍ଡ ନମ୍ବରରୁ 09223488888ରେ ‘REG <space> bank account number’ ମେସେଜ୍‌ ପଠାଇବାକୁ ହେବ। ଏହାପରେ ଗ୍ରାହକମାନଙ୍କୁ କମ୍ଫର୍ମେଶନ ମେସେଜ୍‌ ଆସିବ। ଏହାପରେ ଆପଣ ସେବାର ଲାଭ ଉଠାଇପାରିବେ।

ଏହି ସୁବିଧାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ନିଜ ମୋବାଇଲ୍‌ ନମ୍ବରକୁ ବ୍ୟାଙ୍କ ଖାତା ସହ ରେଜିଷ୍ଟର କରିବାକୁ ହେବ। ଯଦି ମୋବାଇଲ୍‌ ନମ୍ବର ବଦଳାଉଥିବେ, ତା’ହେଲେ ଆପଣଙ୍କୁ ନୂଆ ନମ୍ବର ମଧ୍ୟ ଅପଡେଟ୍‌ କରିବାକୁ ପଡ଼ିବ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

25 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

27 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

34 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

43 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

43 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago