ବ୍ୟବସାୟ ଓ ଅର୍ଥନୀତି

SBI ଆଣିଲା ବଢ଼ିଆ ସୁବିଧା, ଏବେ ବିନା ଡକ୍ୟୁମେଣ୍ଟରେ ଘରେ ବସି ଖୋଲିପାରିବେ ବ୍ୟାଙ୍କ୍ ଖାତା

ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଯଦି ଆପଣ ସେଭିଙ୍ଗ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି। ତାହେଲେ ଏବେ ଖାତା ଖୋଲିବା ବହୁତ ସହଜ ହେବ। ଏଥିପାଇଁ ନା କୌଣସି କାଗଜପତ୍ରର ଦରକାର ପଡିବ ନା ଆପଣଙ୍କୁ ବ୍ୟାଙ୍କ ଯିବାକୁ ପଡିବ। କାହିଁକିନା ଆପଣ ଘରେ ବସି ମାତ୍ର ୪ ମିନିଟରେ ଖାତା ଖୋଲିପାରିବେ। ଏସବିଆଇ ଇନଷ୍ଟା ସେଭିଙ୍ଗ୍ ବ୍ୟାଙ୍କ୍ ଆକାଉଣ୍ଟ (Insta Saving Bank Account)ର ସୁବିଧା ଆରମ୍ଭ କରିଛି। ଏହା ଆଧର ବେସଡ୍ ଇନଷ୍ଟାଣ୍ଟ ଡିଜିଟାଲ ସେଭିଙ୍ଗସ ଆକାଉଣ୍ଟ ଅଟେ, ଯାହାଦ୍ୱାରା ଗ୍ରାହକ ବ୍ୟାଙ୍କର ଇଣ୍ଟିଗ୍ରେଟେଡ ବ୍ୟାକିଙ୍ଗ୍ ଏବଂ ଲାଇଫଷ୍ଟାଇଲ ପ୍ଲାଟଫର୍ମ YONO ଜରିଆରେ ଆକାଉଣ୍ଟ ଖୋଲିପାରିବେ।

ମିଳିବ ଏହି ଖାସ୍ ସୁବିଧା

ଏସବିଆଇ ଇନଷ୍ଟା ସେଭିଙ୍ଗ୍ସ ବ୍ୟାଙକ୍ ଆକାଉଣ୍ଟ ଧାରକଙ୍କୁ ୨୪ ଘଣ୍ଟା ବ୍ୟାକିଙ୍ଗ୍ ଆକ୍ସେସ୍ ମିଳିଥାଏ। ଏସବିଆଇ ଇନଷ୍ଟା ସେଭିଙ୍ଗ ବ୍ୟାଙ୍କ୍ ଆକାଉଣ୍ଟର ସମସ୍ତ ନୂଆ ଖାତାଧାରକଙ୍କୁ ପର୍ସନାଲ RuPay ATM-cum-ଡେବିଟ୍ କାର୍ଡ ମିଳିବ।

ମିନିମମ୍ ବାଲାନ୍ସ ନଥିଲେ ବି କୌଣସି ଚାର୍ଜ ଲାଗିବନାହିଁ

ଏଥିରେ ମିନିମମ୍ ବାଲାନ୍ସ ନଥିଲେ ବି ବ୍ୟାଙ୍କ୍ ଆପଣଙ୍କ ଠାରୁ କୌଣସି ଚାର୍ଜ ନେବନାହିଁ। ଏସବିଆଇ ଇନଷ୍ଟା ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ହୋଲଡରଙ୍କୁ ସାତ ଦିନ ୨୪ ଘଣ୍ଟା ବ୍ୟାକିଙ୍ଗ୍ ସୁବିଧା ଉବଲବ୍ଧ ହେବ।

ଏମିତି ଖୋଲନ୍ତୁ ଆକାଉଣ୍ଟ

  • ଏସବିଆଇ ଇନଷ୍ଟା ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଗ୍ରାହକଙ୍କୁ YONO ଆପ୍ ଡାଉନଲୋଡ୍ କରିବାକୁ ହେବ।
  • ଏହାପରେ ଆପଣ ପାନ୍ ଏବଂ ଆଧାର ଡିଟେଲ୍ସ ଦେଇ ଓଟିପି ସବମିଟ୍ କରନ୍ତୁ ଏବଂ ଅନ୍ୟସବୁ ଡିଟେଲ୍ସକୁ ଭରିବାକୁ ହେବ।
  • ଏସବିଆଇ ଇନଷ୍ଟା ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ଧାରକଙ୍କ ପାଇଁ ନୋମିନେସନ ସୁବିଧା ମଧ୍ୟ ଉପଲବ୍ଧ ଅଛି।
  • ନୋମିନେସନ୍ ଏସଏମଏସ ଆଲର୍ଟ ଏବଂ ଏସବିଆଇ କ୍ୱକ ମିସଡ୍ କଲ୍ ସର୍ଭିସ ସହିତ କରାଯାଇହେବ।
  • ପ୍ରକ୍ରୀୟାକୁ ଥରେ ପୂରା କରିବା ପରେ ଆକାଉଣ୍ଟ ଧାରକଙ୍କ ଖାତାକୁ ତୁରନ୍ତ ଆକ୍ଟିଭେଟ୍ ହୋଇଯିବ।
  • ଟ୍ରାନଜାକସନ୍ ବି ଆରମ୍ଭ ହୋଇପାରିବ।
  • ଗ୍ରାହକ ନିଜର ପୂରା କେଓ୍ଵାଇସୀକୁ ପୂରା କରିବା ପାଇଁ ଗୋଟେ ବର୍ଷ ସମୟ ଭିତରେ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇପାରିବେ।
Pritiparna

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

8 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

21 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

30 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

33 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago