ବ୍ୟବସାୟ ଓ ଅର୍ଥନୀତି

SBI ରେ ଖାଲିପଡିଛି ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଖାଲିପଡିଛି ସ୍ପେଶାଲିଷ୍ଟ କ୍ୟାଡର ଅଫିସର (SCO) ପଦବୀ। ଏଥିପାଇଁ ନୋଟିଫିକେସନ ଜାରି କରିଛି ଷ୍ଟେଟ ବ୍ୟାଙ୍କ। ନୋଟିଫିକେସନ ଅନୁଯାୟୀ, ଷ୍ଟେଟ୍‌ ବ୍ୟାଙ୍କରେ ୮ଟି ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଧିକାରକ େଓ୍ଵବସାଇଟ୍‌sbi.co.in/web/career କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ: ୮

ଆଡଭାଇଜରୀ : ୪

ସିନିୟର ଏଜ୍ୟୁକ୍ୟୁଟିଭ: ୨

ମ୍ୟାନେଜର: ୨

ଜରୁରୀ ତାରିଖ:

ଅନଲାଇନ ଆବେଦନ ଆରମ୍ଭ କରିବାର ତାରିଖ ୮ ଏପ୍ରିଲ ୨୦୨୨ ରହିଥିବା ବେଳେ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୨୮ ଏପ୍ରିଲ ୨୦୨୨ ରହିଛି।

ବୟସ ସୀମା : ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଡଭାଇଜରୀ ପଦବୀରେ ଆବେଦନ କରିବା ପ୍ରାର୍ଥୀଙ୍କ ବୟସ ୬୩ ବର୍ଷ , ସିନିଅର ଏଜ୍ୟୁକ୍ୟୁଟିଭ ପଦ ପାଇଁ ବୟସ ୩୨ ବର୍ଷ ଏବଂ ମ୍ୟାନେଜର ପଦବୀ ପାଇଁ ୨୫ ବର୍ଷ ବୟସ ନିର୍ଦ୍ଧାରିତ କରାଯାଇଛି। ସରକାରୀ ନିୟମ ଅନୁସାରେ, ସଂରକ୍ଷିତ ବର୍ଗ ପାଇଁ କିଛି ରିହାତି ମିଳିବ।

ଶିକ୍ଷାଗତ ଯୋଗ୍ୟତା :

ସିନିଅର ଏଜ୍ୟୁକ୍ୟୁଟିଭ ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ସଂସ୍ଥାରୁ MBA/PGDM ଡିଗ୍ରୀ କରିଥିବା ଜରୁରୀ। ଏହା ସହିତ ୬୦ ପ୍ରତି ମାର୍କ ସହିତ ୩ ବର୍ଷର ଅଭିଜ୍ଞତା ଥିବା ଜରୁରୀ।

ସେହିପରି ଆଡଭାଇଜରୀ ପଦବୀ ପାଇଁ ଆବେଦନ କରିବା ପାଇଁ ରିଟାୟର୍ଡ ଆଇପିଏସ୍‌ ଅଧିକାରୀ ହେବା ଜରୁରୀ। ସିବିଆଇ, ପୋଲିସ ଏବଂ ଇଣ୍ଟେଲିଜେନ୍ସି ବ୍ୟୁରୋରେ କାମ କରିବାର ୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ।

ମ୍ୟାନେଜର ପଦବୀରେ ଆବେଦନ କରିବା ପାଇଁ B.com/BE/B tech/ MBA କିମ୍ବା ପୋଷ୍ଟ ଗ୍ରାଜୁଏସନ କରିବା ସହିତ ୪ ବର୍ଷର ଅଭିଜ୍ଞତା ଥିବା ଜରୁରୀ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ ଓ ଓବିସି ଶ୍ରେଣୀଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ରହିଥିବା ବେଳେEWS ପ୍ରାର୍ଥୀଙ୍କ ପାଇଁ ୭୫୦ ଟଙ୍କା ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://recruitment.bank.sbi/crpd-sco-2022-23-01/apply

https://sbi.co.in/documents/77530/25386736/08042022_AD+FOR+ECONOMIST+-FINAL.pdf/c540edaf-fbe5-12b7-22d1-a856c26519e4?t=1649384906512

Swagatika

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

18 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

27 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago