ବ୍ୟବସାୟ ଓ ଅର୍ଥନୀତି

ଖୁସି ଖବର! ଗ୍ରାଜୁଏସନ୍‌ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ, ଦରମା ୩୪ ହଜାର ଟଙ୍କାରୁ ଅଧିକ

ଗ୍ରାଜୁଏସନ୍‌ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ରବର ବୋର୍ଡ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୋଟିଫିକେସନ୍‌ରେ ୩୪ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ୨ ମେ’ ୨୦୨୨ ମଧ୍ୟରେ ଏହି ପଦ ପାଇଁ ଆବେଦନ କରିପାରିବେ। ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥବା ପ୍ରାର୍ଥୀଙ୍କର କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୃଷି କିମ୍ବା ବଟନିରେ ସ୍ନାତକ ସହ ଅନ୍ୟ କେତେକ ଶିକ୍ଷାଗତ ଯୋଗ୍ୟତା ଥିବା ଜରୁରୀ।

ଆବେଦନ ପାଇଁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ବିଭାଗର ଅଫିସିଆଲ ୱେବ୍‌ସାଇଟ୍‌ (rubberboard.gov.in) କୁ ଯାଇ ନୋଟିଫିକେସନ୍‌ରେ ଆବେଦନ ପ୍ରକ୍ରିୟା, ବୟସ ସୀମା, ଯୋଗ୍ୟତା, ଚୟନ ପ୍ରକ୍ରିୟା ଓ ଅନ୍ୟ ସୂଚନା ଦେଖିପାରିବେ। ଚୟନିତ ପ୍ରାର୍ଥୀଙ୍କୁ ପେ ମ୍ୟାଟ୍ରିକ୍ସ ଲେବଲ-୬ ଅନୁସାରେ ୪୨୦୦ ଟଙ୍କାର ଗ୍ରେଡ୍‌ ପେ’ରେ ୯,୩୦୦ ରୁ ୩୪,୮୦୦ ଟଙ୍କାର ଦରମା ମିଳିବ।

ଆବେଦନ କରିବା ପାଇଁ ବୟସ ସୀମା ରହିଛି ୩୦ ବର୍ଷ। ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଅନ୍ୟ ପଛୁଆ ବର୍ଗ ପାଇଁ ବୟସ ସୀମା ଛାଡ଼ କରାଯାଇଛି। ଆବେଦନ କେବଳ ଅନ୍‌ଲାଇନ୍‌ ମୋଡ୍‌ରେ ହିଁ ହେବ। ଇଚ୍ଛୁକ ପ୍ରାର୍ଥୀ ମେ’ ୨ ଯାଏଁ ଆବେଦନ କରିପାରିବେ। ଏଥିପାଇଁ ୱେବ୍‌ସାଇଟ୍‌କୁ ଯାଇ ନିଜ ବୈଧ ଇମେଲ ସାହାଯ୍ୟରେ ରେଜିଷ୍ଟର କରାଇପାରିବେ।

ନୋଟିଫିକେସନ୍‌ ପାଇଁ ଏଠାରେ କ୍ଲିକ୍‌ କରନ୍ତୁ: http://recruitments.rubberboard.org.in/advertisement.pdf

Also Read: ‘ଲାଇଗର’ରେ ବିଜୟ ଦେବରକୋଣ୍ଡାଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି ଅନନ୍ୟା ପାଣ୍ଡେ, ସୁଟିଂ ସେଟ୍‌ରୁ ସେୟାର କଲେ ଫଟୋ

WCW 11

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

15 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

24 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

59 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago