ଆପଣ ବିମା କମ୍ପାନୀ ଏବଂ ତାଙ୍କର ବିମା ପଲିସି ବିଶୟରେ ନିଶ୍ଚୟ ଶୁଣିଥିବେ। ଏହି ବିମା କମ୍ପାନୀ ସାଧାରଣତଃ ସ୍ୱାସ୍ଥ୍ୟ, ବାହନ, ଯାତ୍ରା ଏବଂ ଘର ର ବିମା କରିଥାନ୍ତି। କିନ୍ତୁ ଆପଣ ବୋଧ ହୁଏ ପିଲାଙ୍କ ଦୁଷ୍ଟାମୀର ବିମା ବିଷୟରେ ପଢ଼ିନଥିବେ କି ଶୁଣି ନଥିବେ। କିନ୍ତୁ ଜାପାନର ଏହି କମ୍ପାନୀ ପିଲାଙ୍କ ପାଇଁ ଏମିତି ବିମା କରୁଛନ୍ତି ଯେଉଁଥିରେ ପିଲାମାନଙ୍କର ଦୁଷ୍ଟାମିର ବିମା କରାଯିବ। କମ୍ପାନୀ ଏହି ବିମାଧାରକ ପିଲାଙ୍କର ଯତ୍ନ ରଖିବ।
ଏହି ବିମା ଦ୍ୱାରା ସ୍କୁଲରେ ପିଲା କୌଣସି ଭଙ୍ଗାରୁଜା କଲେ ତାହାର କ୍ଷତିପୂରଣ କମ୍ପାନୀ କରିବ। ଯଦି ପିଲା ସ୍କୁଲରେ କାହା ସହିତ ମାଡପିଟ କରି ଆଘାତ ପାଇଥାଏ ତେବେ ଏହାର ଖର୍ଚ୍ଚ ମଧ୍ୟ କମ୍ପାନୀ ଉଠାଇବ। କେବଳ ଏତିକି ନୁହେଁ ଯଦି ପିଲାକୁ ସ୍କୁଲରେ କୌଣସି ଅନ୍ୟ ପିଲାଙ୍କ ଦ୍ୱାରା କିମ୍ବା ପିଲାର ପେରେଣ୍ଟସଙ୍କ ଦ୍ୱାରା ମାମଲା ରୁଜୁ ହେବା ଦ୍ୱାରା ଅଦାଲତକୁ ଯିବାକୁ ପଡିଥାଏ ତେବେ ଏହାର ଫିସ୍ ମଧ୍ୟ କମ୍ପାନୀ ଦେବ। ଏହି ବିମା ପାଇଁ ମାତାପିତାଙ୍କୁ ପ୍ରତିମାସ ୧୬୬୫ ଟଙ୍କା ଭରିବାକୁ ପଡିବ।
ଏହି ମାମଲା ଏମିତି ଥିଲା ଯେଉଁଥିରେ ପିଲାଙ୍କ ଦୁଷ୍ଟାମି ବହୁତ ଗମ୍ଭୀର ହୋଇଯାଇଥିଲା। ଏଥିପାଇଁ ଜାପାନର ଏହି ୟେଲ କମ୍ପାନୀ ଜଣାଇଛି ଯେ ବିମାଧାରୀ ମାତାପିତାଙ୍କର ପିଲାଙ୍କ ଚିନ୍ତା କରିବାକୁ ଆବଶ୍ୟକ ପଡିବନାହିଁ। ଏଥିସହିତ ବେଳେବେଳେ କମ୍ପାନୀର ଓକିଲ ଏବଂ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇପାରିବେ।
ନିଜର ଏହି ଖାସ ବିମା କାରଣରୁ ଏହି କମ୍ପାନୀ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।। ସେହିଭଳି କିଛି ଅଭିଭାବକ ଏହି ବିମାକୁ ନେଇ ଖୁସି ଥିବାବେଳେ କିଛି ଏହାକୁ ନେଇ ବିରୋଧ କରିଛନ୍ତି। ସେମାନଙ୍କର କହିବା କଥା ଯେ କମ୍ପାନୀ ଏହି ବିମା ଦେଇ ପିଲାଙ୍କ ଦୁଷ୍ଟାମିକୁ ପ୍ରତ୍ସୋହନ ଦେଉଛି। ବିମା ନେବା ପରେ ମାତା-ପିତା ସେମାନଙ୍କ ପିଲାଙ୍କ ଯତ୍ନ ନେବା ଛାଡି ଦେବେ। ଯେଉଁଥି ପାଇଁ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିବ।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…