ପିଲାଙ୍କ ପାଇଁ ସ୍ୱତନ୍ତ୍ର ବିମା, ସ୍କୁଲରେ ଭଙ୍ଗାରୁଜା କଲେ କ୍ଷତିପୂରଣ ଦେବ ଇନସୁରାନ୍ସ କମ୍ପାନୀ

ଆପଣ ବିମା କମ୍ପାନୀ ଏବଂ ତାଙ୍କର ବିମା ପଲିସି ବିଶୟରେ ନିଶ୍ଚୟ ଶୁଣିଥିବେ। ଏହି ବିମା କମ୍ପାନୀ ସାଧାରଣତଃ ସ୍ୱାସ୍ଥ୍ୟ, ବାହନ, ଯାତ୍ରା ଏବଂ ଘର ର ବିମା କରିଥାନ୍ତି। କିନ୍ତୁ ଆପଣ ବୋଧ ହୁଏ ପିଲାଙ୍କ ଦୁଷ୍ଟାମୀର ବିମା ବିଷୟରେ ପଢ଼ିନଥିବେ କି ଶୁଣି ନଥିବେ। କିନ୍ତୁ ଜାପାନର ଏହି କମ୍ପାନୀ ପିଲାଙ୍କ ପାଇଁ ଏମିତି ବିମା କରୁଛନ୍ତି ଯେଉଁଥିରେ ପିଲାମାନଙ୍କର ଦୁଷ୍ଟାମିର ବିମା କରାଯିବ। କମ୍ପାନୀ ଏହି ବିମାଧାରକ ପିଲାଙ୍କର ଯତ୍ନ ରଖିବ।

ଏହି ବିମା ଦ୍ୱାରା ସ୍କୁଲରେ ପିଲା କୌଣସି ଭଙ୍ଗାରୁଜା କଲେ ତାହାର କ୍ଷତିପୂରଣ କମ୍ପାନୀ କରିବ। ଯଦି ପିଲା ସ୍କୁଲରେ କାହା ସହିତ ମାଡପିଟ କରି ଆଘାତ ପାଇଥାଏ ତେବେ ଏହାର ଖର୍ଚ୍ଚ ମଧ୍ୟ କମ୍ପାନୀ ଉଠାଇବ। କେବଳ ଏତିକି ନୁହେଁ ଯଦି ପିଲାକୁ ସ୍କୁଲରେ କୌଣସି ଅନ୍ୟ ପିଲାଙ୍କ ଦ୍ୱାରା କିମ୍ବା ପିଲାର ପେରେଣ୍ଟସଙ୍କ ଦ୍ୱାରା ମାମଲା ରୁଜୁ ହେବା ଦ୍ୱାରା ଅଦାଲତକୁ ଯିବାକୁ ପଡିଥାଏ ତେବେ ଏହାର ଫିସ୍‌ ମଧ୍ୟ କମ୍ପାନୀ ଦେବ। ଏହି ବିମା ପାଇଁ ମାତାପିତାଙ୍କୁ ପ୍ରତିମାସ ୧୬୬୫ ଟଙ୍କା ଭରିବାକୁ ପଡିବ।

insuranceକମ୍ପାନୀ କହିଛି ଯେ ସେ ହିଁ ଏକମାତ୍ର କମ୍ପାନୀ ଯିଏ ଏହି ବିମା ଦେଉଛି। ଜାପାନର ଶିକ୍ଷା, ସଂସ୍କ୍ରୁତି, ଖେଳ, ବିଜ୍ଞାନ ଏବଂ ପ୍ରେଦ୍ଦ୍ୟୋଗିକ ମନ୍ତ୍ରାଳୟଙ୍କ ରିସର୍ଚ୍ଚ ଅନୁଯାୟୀ ୨୦୧୭ରେ ପ୍ରାଥମିକ ଏବଂ ଉଚ୍ଚତର ବିଦ୍ୟାଳୟରେ ପିଲାଙ୍କର ଦୁଷ୍ଟାମିକୁ ନେଇ ୪.୧ ଲକ୍ଷ ମାମଲା ସାମ୍ନାକୁ ଆସିଥିଲା। ସେହିଭଳି ୨୦୧୮ରେ ଏହି ସଂଖ୍ୟା ବଢ଼ି ପାଞ୍ଚ ଲକ୍ଷ ହୋଇଯାଇଛି। ଯେଉଁଥିରେ ପାଖାପାଖି ଅଢ଼େଇ ଲକ୍ଷ ମାମଲା ଗମ୍ଭୀର ଥିଲା।

ଏହି ମାମଲା ଏମିତି ଥିଲା ଯେଉଁଥିରେ ପିଲାଙ୍କ ଦୁଷ୍ଟାମି ବହୁତ ଗମ୍ଭୀର ହୋଇଯାଇଥିଲା। ଏଥିପାଇଁ ଜାପାନର ଏହି ୟେଲ କମ୍ପାନୀ ଜଣାଇଛି ଯେ ବିମାଧାରୀ ମାତାପିତାଙ୍କର ପିଲାଙ୍କ ଚିନ୍ତା କରିବାକୁ ଆବଶ୍ୟକ ପଡିବନାହିଁ। ଏଥିସହିତ ବେଳେବେଳେ କମ୍ପାନୀର ଓକିଲ ଏବଂ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇପାରିବେ।

ନିଜର ଏହି ଖାସ ବିମା କାରଣରୁ ଏହି କମ୍ପାନୀ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।। ସେହିଭଳି କିଛି ଅଭିଭାବକ ଏହି ବିମାକୁ ନେଇ ଖୁସି ଥିବାବେଳେ କିଛି ଏହାକୁ ନେଇ ବିରୋଧ କରିଛନ୍ତି। ସେମାନଙ୍କର କହିବା କଥା ଯେ କମ୍ପାନୀ ଏହି ବିମା ଦେଇ ପିଲାଙ୍କ ଦୁଷ୍ଟାମିକୁ ପ୍ରତ୍ସୋହନ ଦେଉଛି। ବିମା ନେବା ପରେ ମାତା-ପିତା ସେମାନଙ୍କ ପିଲାଙ୍କ ଯତ୍ନ ନେବା ଛାଡି ଦେବେ। ଯେଉଁଥି ପାଇଁ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.