Below header

ଭୁବନେଶ୍ୱରରେ ବଢିଚାଲିଛି ଦୁର୍ଘଟଣା, ୫ଟି ବ୍ଲାକସ୍ପଟ ଚିହ୍ନଟ କଲା କମିଶନରେଟ ପୋଲିସ

ଭୁବନେଶ୍ବର: ଭୁବନେଶ୍ୱରରେ ବାରମ୍ବାର ଦୁର୍ଘଟଣା ଯାହା ଏବେ କମିଶନରେଟ ପୋଲିସର ଚିନ୍ତା ବଢାଇଦେଇଛି । ବିଗତ କିଛି ଦିନ ଭିତେରେ ଅନେକ ଦୁର୍ଘଟଣା ଘଟି ବହୁ ଲୋକଙ୍କ ପ୍ରାଣହାନୀ ହେଲାଣି । ବିଶେଷକରି ଏନଏଚରେ ଦୁର୍ଘଟଣା ଘଟି ଧନଜୀବନ ଯିବା ପରେ ଏହାକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏହା ପରେ ବ୍ଲାକସ୍ପଟ ବା ଦୁର୍ଘଟଣା ପ୍ରବଣ ଅଂଚଳ ଚିହ୍ନଟ କାମ ଆରମ୍ଭ ହୋଇଛି । ଭୁବନେଶ୍ୱରର ୫ଟି ବ୍ଲାକସ୍ପଟ ଚିହ୍ନଟ ହୋଇଛି । ବାଟ ଭୁଆସୁଣୀ, ପାତ୍ରପଡାର ଆଇଗିଣିଆ, ନୟାପଲ୍ଲୀର କ୍ରାଉନ ହୋଟେଲ ସାମ୍ନା, ଆଚାର୍ଯ୍ୟବିହାର ଓ ପାହାଳକୁ ଦୁର୍ଘଟଣା ପ୍ରବଣ ଅଂଚଳ ବା ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଛି । ଗତକାଲି ବ୍ଲାକସ୍ପଟ ଚିହ୍ନଟ କରିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଥିଲେ । ରାଜଧାନୀର ଜାତୀୟ ରାଜପଥରେ ଦୁର୍ଘଟଣା ବଢିଚାଲିଛି । ଇଂଟର ସେପ୍ଟର ଯୋଗେ ସ୍ପିଡ ଉପରେ କଟକଣା ଲଗାଯାଇ ଫାଇନ ଆଦାୟ କରାଯିବ ଏବଂ ସ୍ପିଡ ବ୍ରେକର ଲଗାଯାଇ ଗାଡିର ବେଗକୁ ନିୟନ୍ତ୍ରଣ କରାଯିବ ବୋଲି କମିଶନରେଟ ପୋଲିସ ନିଷ୍ପତି ନେଇଥିଲା । ଏବେ ବ୍ଲାକସ୍ପଟ ଚିହ୍ନଟ ହେବା ପରେ ଏଠାରେ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.