ଏବେ ୧୦ ମିନିଟ୍ ରେ ପହଞ୍ଚିବ ଆପଣଙ୍କ ଅର୍ଡର, swiggy ଆଣୁଛି ଏହି ନୂଆ ପ୍ଲାନ୍

ବର୍ତ୍ତମାନ ମାର୍କେଟରେ ଅନେକ ଫୁଡ୍ ଡେଲିଭରୀ ଆପ୍ ଖୋଲିବା ସହ ପରସ୍ପର ମଧ୍ୟରେ ମାର୍କେଟରେ କଡ଼ା ଟକ୍କର ମଧ୍ୟ ଲାଗିଛି। କିନ୍ତୁ ଅଧିକାଂଶ ଲୋକମାନେ ଅନଲାଇନରେ ଖାଇବା ଅର୍ଡର କରିବା ପରେ ବିଳମ୍ବରରେ ପହଞ୍ଚୁଥିବାରୁ ଅର୍ଡର କରିବା ପାଇଁ ପସନ୍ଦ କରିନଥାନ୍ତି। zomato, uber ଏବଂ food panda ଭଳି ନିଜର ପ୍ରତିଦ୍ବନ୍ଦୀତାକୁ ଟକ୍କର ଦେବା ପାଇଁ swiggy ନିଜର ସେବାକୁ ଆହୁରି ଉନ୍ନତ କରିବା ପାଇଁ ପ୍ରସ୍ତୁତ ହୋଇଛି। ଅନଲାଇନ ଫୁଡ୍ ଡେଲିଭରୀ ଆପ୍ swiggy ବର୍ତ୍ତମାନ ଫୁଡ୍ ଡେଲିଭରୀ ରେକର୍ଡ ଭାଙ୍ଗିବା ପାଇଁ କାମ ଆରମ୍ଭ କରିଛି। ସୂଚନା ଅନୁଯାୟୀ swiggy ମାର୍କେଟରେ ଗ୍ରାହକମାନଙ୍କ ମନକୁ କିଣିବା ପାଇଁ ସେମାନଙ୍କ ଅର୍ଡର ୧୦ ମିନିଟ ମଧ୍ୟରେ ଡେଲିଭରୀ କରିବାର ଷ୍ଟ୍ରାଟେଜୀରେ କାମ କରିଥାଏ।

ଏହାସହ ପଢନ୍ତୁ: ଏବେ ସେଲ୍ସମ୍ୟାନ ନୁହଁ ବରଂ ଡ୍ରୋନ ଗ୍ରାହକଙ୍କୁ ପହଞ୍ଚାଇବ ଖାଦ୍ୟ, zomatoର ନୂଆ ନିୟମ ଆରମ୍ଭ

CNBC ର ସୂଚନା ଅନୁଯାୟୀ ସ୍ବିଗୀ କମ ଦୂରତାରେ କିଚେନ୍ ପ୍ରସ୍ତୁତ କରିବା ପାଇଁ କେଟରର୍ସ, ଫୁଡ୍-ବେଭରେଜ୍ ଆଉଟଲେଟ କରିବା ପାଇଁ ଇଣ୍ଡିପେଣ୍ଡେଟ୍ ଅପରେଟର୍ସଙ୍କ ସହ ଟାଇ-ଅପ୍ କରିବ। ଯାହାଦ୍ବାରା ୧୦ ମିନିଟ୍ ମଧ୍ୟରେ ଖାଦ୍ୟ ଡେଲିଭରୀ କରାଯାଇପାରିବ। ବର୍ତ୍ତମାନ ଏହି ଷ୍ଟ୍ରାଟେଜୀ ପାଇଁ କାମ ଆରମ୍ଭ ହୋଇସାରିଛି। କମ୍ପାନୀ ଏଥିପାଇଁ ବିସ୍ତାରରୁ ବ୍ଲୁପ୍ରିଣ୍ଟ ତିଆରି କରିବ। ପ୍ରଥମେ ଏହି ପ୍ରୋଜେକ୍ଟ ବାଙ୍ଗାଲୁର୍ ଏବଂ ଦିଲ୍ଲୀ ଭଳି ବଡ଼ ବଡ଼ ସହରର ପାଇଲଟ ପ୍ରୋଜେକ୍ଟରେ ଲାଗୁ କରାଯିବ। କିନ୍ତୁ ଏହି ଡେଲିଭରୀର ଫାଇଦା ଉଠାଇବା ପାଇଁ ଗ୍ରାହକମାନଙ୍କୁ ଏକ୍ସଟ୍ରା ଟଙ୍କା ଦେବାକୁ ପଡ଼ିବ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

19 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

28 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago