ବ୍ୟବସାୟ ଓ ଅର୍ଥନୀତି

ଚଳିତ ମାସରେ ଲଞ୍ଚ ହେବାକୁ ଯାଉଛି ଏହିସବୁ ବାଇକ୍ ଓ ସ୍କୁଟର, ଜାଣନ୍ତୁ କେତେ ରହିଛି ଦାମ

ଯଦି ଆପଣ ଏକ ନୂଆ ବାଇକ କିମ୍ବା ସ୍କୁଟର କିଣିବାକୁ ଚାହୁଁଛନ୍ତି ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଚଳିତ ମାସ ଅର୍ଥାତ ମେ’ ମାସରେ ଅନେକ ନୂଆ ସ୍କୁଟର ଏବଂ ବାଇକ୍ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ଏଥିରେ ବଜାଜ, ଚେତକ ଏବଂ ହିରୋ ଭଳି ଅନେକ ମଡେଲ ଅନ୍ତର୍ଭୁକ୍ତ । ଏହି ବାଇକ୍ ବହୁତ ସୁନ୍ଦର ଲୁକ ସହିତ ବଜାରକୁ ପ୍ରବେଶ କରିବ । ଚଳିତ ମାସରେ ନୂତନ ପଲ୍ସରର ଶୁଭାରମ୍ଭ ସହିତ ନୂଆ ବାଇକ ଏବଂ ସ୍କୁଟର ଗୁଡ଼ିକର ଆଗମନ ଆରମ୍ଭ ହୋଇଛି । ଆହୁରି ଅନେକ ସ୍କୁଟର ଏବଂ ମୋଟରସାଇକେଲ ଭାରତୀୟ ବଜାରକୁ ଆସିବାକୁ ଯାଉଛି ।

-ବଜାଜ ପଲ୍ସର NS400Z ଭାରତୀୟ ବଜାରରେ ପହଞ୍ଚିଛି । ଏହି ବାଇକର ମୂଲ୍ୟ ୧. ୮୫ ଲକ୍ଷ ଟଙ୍କା ରଖାଯାଇଛି । ଏହି ବାଇକରେ ୩୭୩ cc ସିଙ୍ଗଲ୍ ସିଲିଣ୍ଡର, ଲିକ୍ଵିଡ୍-କୁଲ୍ଡ ମୋଟର ଅଛି, ଯାହା 6-ସ୍ପିଡ୍ ଗିୟର ବକ୍ସ ସହିତ ଯୋଡି ହୋଇଛି ।

-ହିରୋ ମୋଟୋକର୍ପର ସ୍କୁଟରଗୁଡିକ ମଧ୍ୟ ଏହି ମାସରେ ବଜାରରେ ଲଞ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି । ମେ’ ମାସରେ ହିରୋ Xoom 160 ମଧ୍ୟ ଲଞ୍ଚ କରାଯାଇପାରେ । ଏହି ସ୍କୁଟର ୧୫୬ cc ଇଞ୍ଜିନ୍ ସହିତ ଅଟୋମେଟିକ ଟ୍ରାନ୍ସମିସନ ପାଇପାରିବ । ଏହି ସ୍କୁଟରର ମୂଲ୍ୟ ୧,୧୦,୦୦୦ ରୁ ୧,୨୦,୦୦୦ ମଧ୍ୟରେ ହୋଇପାରେ ।

-ହିରୋ Xoom 125 ମଧ୍ୟ ମେ’ ମାସରେ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ଏହି ସ୍କୁଟର ଏକ ୧୨୪ cc ଇଞ୍ଜିନ୍ ପାଇପାରିବ, ଯାହା ୯.୫ bhp ର ପାୱାର ଏବଂ ୧୦.୧୪ Nm ଟର୍କ ଉତ୍ପାଦନ କରିପାରିବ । ଏହି ସ୍କୁଟରର ମୂଲ୍ୟ ୮୫ ହଜାରରୁ ୯୦ ହଜାର ମଧ୍ୟରେ ହୋଇପାରେ ।

-2024 Husqvarna Svartpilen 250 ମଧ୍ୟ ଏହି ମାସରେ ଲଞ୍ଚ କରାଯାଇପାରିବ । ଏହି ସ୍ୱିଡେନ କମ୍ପାନୀ ଚଳିତ ବର୍ଷ ଜାନୁଆରୀରେ Svartpilen 401 ଲଞ୍ଚ କରିଥିଲା । ବର୍ତ୍ତମାନ କମ୍ପାନୀ ଭାରତରେ ଆଉ ଏକ ନୂଆ ମଡେଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।

-ଚେତକ ବଜାରରେ ବ୍ୟାଟେରୀ ଚାଳିତ ସ୍କୁଟର ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ପୂର୍ବରୁ ଭାରତରେ Urbane ଏବଂ Premium ଲଞ୍ଚ କରିଥିଲା । ଚେତକର ଏହି ନୂଆ ମଡେଲ ସମ୍ବନ୍ଧୀୟ କୌଣସି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । କିନ୍ତୁ, ପୂର୍ବ ମଡେଲର ପାୱାର୍ ଟ୍ରେନ୍ ଠାରୁ ନୂଆ ମଡେଲରେ କିଛି ପରିବର୍ତ୍ତନ ଦେଖାଯାଇପାରେ ବୋଲି ସୂଚନା ମିଳିଛି ।

Srujanika Panda

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

36 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

58 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago