ବ୍ୟବସାୟ ଓ ଅର୍ଥନୀତି

ଜାପାନ ଲଞ୍ଚ କଲା ଦୁନିଆର ଛୋଟ ଇଲେକଟ୍ରିକ କାର, ଥରେ ଚାର୍ଜ କଲେ ଯିବ ୧୫୦ କିଲୋମିଟର

ବଜାରକୁ ଆସୁଛି ଦୁନିଆର ସବୁଠୁ ଛୋଟ ଇଲେକଟ୍ରିକ ବାହନ। ଟେକ୍ନୋଲୋଜି ଦୁନିଆରେ ସବୁଠୁ ଆଗରେ ଥିବା ଜାପାନ ଏହି ନୂଆ ଉଦ୍ଭାବନ କରିଛି। ଜାପାନର ଟୋୟଟା କମ୍ପାନୀ ନିଜର ନୂଆ ଇଲେକଟ୍ରିକ ବାହନ ଉପରୁ ପର୍ଦା ଉଠାଇଛି। କମ୍ପାନୀ ଏହାର ନାମ ଟୋୟଟା C+pod ରଖିଛି। ଯାହା ଏକ କମ୍ପାକ୍ଟ ଇଲେକଟ୍ରିକ କାର । ଦୁନିଆର ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଛୋଟ ଇଲେକଟ୍ରିକ ବାହନ। ଯାହାର ଚର୍ଚ୍ଚା ଏବେ ଖୁବ ହେଉଛି।

ଏହା ବ୍ୟାଟେରୀ ଚାଳିତ ଏକ ଇଲେକଟ୍ରିକ କାର। ଏଥିରେ ଲୋକ ଆରାମରେ ବସି ବୁଲିପାରିବେ। ଏଥିରେ ଦୁଇଟି ଲୋକ ବସିପାରିବେ। ସାଇଜରେ ଛୋଟ ହେବା କାରଣରୁ ଏହା narrow roadରେ ଖୁବ ଭଲରେ ଯାଇପାରିବ। ଆପଣ ଏହାକୁ ଯେକୌଣସି ରୋଡରେ ଖୁବ ସହଜରେ ନେଇ ପାରିବେ। ପାର୍କିଂର ମଧ୍ୟ କୌଣସି ଅସୁବିଧା ହେବ ନାହିଁ।

ଏହି କାରକୁ ପ୍ରଥମ ଥର ଡିସେମ୍ବର ୨୦୨୦ରେ ବଜାରକୁ ଅଣାଯାଇଥିଲା। ଏହାକୁ କେବଳ ଜାପାନରେ ଲଞ୍ଚ କରାଯାଇଥିଲା। କିନ୍ତୁ ଏବେ ଏହାକୁ ଖୁବ ଶୀଘ୍ର ପୁରା ଦୁନିଆ ସାମ୍ନାକୁ ଅଣାଯିବ। ତେବେ ଆପଣଙ୍କ ସେଫ୍ଟି ଓ ସୁବିଧାକୁ ଧ୍ୟାନରେ ରଖି କମ୍ପାନୀ ଏଥିରେ ଅନେକ ଜବରଦସ୍ତ ଫିଚର୍ସ ଆଡ୍‌ କରିଛି। ଏହାର କ୍ୟାବିନକୁ ମଧ୍ୟ କମ୍ପାନି ବଢ଼ିଆ ସିମ୍ପଲ େଓ୍ଵରେ ଡିଜାଇନ କରିଛି। ଏହି ଛୋଟ ଇଲେକଟ୍ରିକ କାରରେ ୯.୦୬ କିଲୋଓ୍ଵାଟ-ଆର-ଲିଥିୟମ-ଆୟନର ବ୍ୟାଟେରୀ ପ୍ୟାକ ଲଗାଯାଇଛି।

ଏହା ଥରେ ଚାର୍ଜ କରିବା ପରେ ସିଧା ୧୫୦ କିଲୋମିଯର ପର୍ଯ୍ୟନ୍ତ ଚାଲିଥାଏ। ଏହାର ଘଣ୍ଟାପ୍ରତି ଟପ୍‌ ସ୍ପିଡ ରହିଛି ୬୦ କିଲୋମିଟର। ଏହି କାରର ଓସାର ୨,୪୯୦ ମିମି, ଯାହା ଏକ ଏସୟୁବିର ଅଧା ସାଇଜ। ଏହା ୧୨୯୦ ମିମି ଚଉଡ଼ା। ଏହାର ହାଇଟ ୧୫୫୦ ମିମି । ଏହି ଗାଡ଼ିର ଆକାର ଠିକ ଭାରତରେ ଚାଲୁଥିବା ଟାଟା ନାନୋ ଭଳି। ଏମିତି ବି କହିପାରିବା ଯେ ନାନୋ ଗାଡ଼ିଠୁ ବି ଏହା କମ ସାଇଜ।

ଏହି ଗାଡ଼ିକୁ ମାତ୍ର ୩.୯ମିଟର ଜାଗାରେ ମଧ୍ୟ ବୁଲାଇ ଦିଆଯାଇପାରିବ। ଏହା ଖରାପ ସ୍ଥାନକୁ ଯିବା ପାଇଁ ଏକ ଭଲ ବିକଳ୍ପ ହୋଇପାରିବ। ଏହାକୁ ଚାର୍ଜ କରିବା ପାଇଁ ହେଡଲାଇଟ ପାଖରେ ଚାର୍ଜ କରିବା ପାଇଁ ସର୍କିଟ ଦିଆଯାଇଛି।

D Sonali

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

5 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

8 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

12 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

25 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

42 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago