ଜାପାନ ଲଞ୍ଚ କଲା ଦୁନିଆର ଛୋଟ ଇଲେକଟ୍ରିକ କାର, ଥରେ ଚାର୍ଜ କଲେ ଯିବ ୧୫୦ କିଲୋମିଟର

ବଜାରକୁ ଆସୁଛି ଦୁନିଆର ସବୁଠୁ ଛୋଟ ଇଲେକଟ୍ରିକ ବାହନ। ଟେକ୍ନୋଲୋଜି ଦୁନିଆରେ ସବୁଠୁ ଆଗରେ ଥିବା ଜାପାନ ଏହି ନୂଆ ଉଦ୍ଭାବନ କରିଛି। ଜାପାନର ଟୋୟଟା କମ୍ପାନୀ ନିଜର ନୂଆ ଇଲେକଟ୍ରିକ ବାହନ ଉପରୁ ପର୍ଦା ଉଠାଇଛି। କମ୍ପାନୀ ଏହାର ନାମ ଟୋୟଟା C+pod ରଖିଛି। ଯାହା ଏକ କମ୍ପାକ୍ଟ ଇଲେକଟ୍ରିକ କାର । ଦୁନିଆର ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଛୋଟ ଇଲେକଟ୍ରିକ ବାହନ। ଯାହାର ଚର୍ଚ୍ଚା ଏବେ ଖୁବ ହେଉଛି।
ଏହା ବ୍ୟାଟେରୀ ଚାଳିତ ଏକ ଇଲେକଟ୍ରିକ କାର। ଏଥିରେ ଲୋକ ଆରାମରେ ବସି ବୁଲିପାରିବେ। ଏଥିରେ ଦୁଇଟି ଲୋକ ବସିପାରିବେ। ସାଇଜରେ ଛୋଟ ହେବା କାରଣରୁ ଏହା narrow roadରେ ଖୁବ ଭଲରେ ଯାଇପାରିବ। ଆପଣ ଏହାକୁ ଯେକୌଣସି ରୋଡରେ ଖୁବ ସହଜରେ ନେଇ ପାରିବେ। ପାର୍କିଂର ମଧ୍ୟ କୌଣସି ଅସୁବିଧା ହେବ ନାହିଁ।
ଏହି କାରକୁ ପ୍ରଥମ ଥର ଡିସେମ୍ବର ୨୦୨୦ରେ ବଜାରକୁ ଅଣାଯାଇଥିଲା। ଏହାକୁ କେବଳ ଜାପାନରେ ଲଞ୍ଚ କରାଯାଇଥିଲା। କିନ୍ତୁ ଏବେ ଏହାକୁ ଖୁବ ଶୀଘ୍ର ପୁରା ଦୁନିଆ ସାମ୍ନାକୁ ଅଣାଯିବ। ତେବେ ଆପଣଙ୍କ ସେଫ୍ଟି ଓ ସୁବିଧାକୁ ଧ୍ୟାନରେ ରଖି କମ୍ପାନୀ ଏଥିରେ ଅନେକ ଜବରଦସ୍ତ ଫିଚର୍ସ ଆଡ୍ କରିଛି। ଏହାର କ୍ୟାବିନକୁ ମଧ୍ୟ କମ୍ପାନି ବଢ଼ିଆ ସିମ୍ପଲ େଓ୍ଵରେ ଡିଜାଇନ କରିଛି। ଏହି ଛୋଟ ଇଲେକଟ୍ରିକ କାରରେ ୯.୦୬ କିଲୋଓ୍ଵାଟ-ଆର-ଲିଥିୟମ-ଆୟନର ବ୍ୟାଟେରୀ ପ୍ୟାକ ଲଗାଯାଇଛି।
ଏହା ଥରେ ଚାର୍ଜ କରିବା ପରେ ସିଧା ୧୫୦ କିଲୋମିଯର ପର୍ଯ୍ୟନ୍ତ ଚାଲିଥାଏ। ଏହାର ଘଣ୍ଟାପ୍ରତି ଟପ୍ ସ୍ପିଡ ରହିଛି ୬୦ କିଲୋମିଟର। ଏହି କାରର ଓସାର ୨,୪୯୦ ମିମି, ଯାହା ଏକ ଏସୟୁବିର ଅଧା ସାଇଜ। ଏହା ୧୨୯୦ ମିମି ଚଉଡ଼ା। ଏହାର ହାଇଟ ୧୫୫୦ ମିମି । ଏହି ଗାଡ଼ିର ଆକାର ଠିକ ଭାରତରେ ଚାଲୁଥିବା ଟାଟା ନାନୋ ଭଳି। ଏମିତି ବି କହିପାରିବା ଯେ ନାନୋ ଗାଡ଼ିଠୁ ବି ଏହା କମ ସାଇଜ।
ଏହି ଗାଡ଼ିକୁ ମାତ୍ର ୩.୯ମିଟର ଜାଗାରେ ମଧ୍ୟ ବୁଲାଇ ଦିଆଯାଇପାରିବ। ଏହା ଖରାପ ସ୍ଥାନକୁ ଯିବା ପାଇଁ ଏକ ଭଲ ବିକଳ୍ପ ହୋଇପାରିବ। ଏହାକୁ ଚାର୍ଜ କରିବା ପାଇଁ ହେଡଲାଇଟ ପାଖରେ ଚାର୍ଜ କରିବା ପାଇଁ ସର୍କିଟ ଦିଆଯାଇଛି।