ଧର୍ମ କୁହନ୍ତୁ କି ବିଜ୍ଞାନ, କେଦାରନାଥ ଠାରୁ ରାମେଶ୍ୱର ମଧ୍ୟରେ ରହିଛି ଏହି ୭ଟି ଶିବ ମନ୍ଦିର

ଭାରତୀୟ ହିନ୍ଦୁ ପରମ୍ପରାରେ ମହାଦେବ ଶିବଙ୍କୁ ଯୋଗେଶ୍ୱର କୁହାଯାଇଥାଏ । ଶିବଶଙ୍କର ସଦା ସର୍ବଦା ଯୋଗମୁଦ୍ରାରେ ରହିଥାଆନ୍ତି । କୈଳାଶ ପର୍ବତରେ ଆଜି ପର୍ଯ୍ୟନ୍ତ ଭଗବାନ ଶିବ କେଉଁ ଅନାଦିକାଳରୁ ତପସ୍ୟାରତ ରହିଥିବା କଥା ପୁରାଣରେ ବର୍ତ୍ତିତ ରହିଛି । ଭାରତର ପ୍ରାୟ ସମସ୍ତ ରାଜ୍ୟରେ ଶିବାଳୟ ଏବଂ ପୁରାତନ ଶିବ ମନ୍ଦିର ରହିଛି । ସେହିପରି କେଦାରନାଥ ହେଉଛି ଉତ୍ତରପ୍ରଦେଶରେ ଅବସ୍ଥିତ ଭଗବାନ ଶିବଙ୍କର ଦ୍ୱିତୀୟ ବାସସ୍ଥାନ। ୧୨ ଟି ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ କେଦାରନାଥ ପଞ୍ଚମ ଜ୍ୟୋତିର୍ଲିଙ୍ଗ ଭାବରେ ପରିଗଣିତ ହୋଇଥିବାବେଳେ ତାମିଲନାଡୁ ରାଜ୍ୟରେ ଅବସ୍ଥିତ ରମେଶ୍ୱରାମ ଏକାଦଶ ଜ୍ୟୋତିର୍ଲିଙ୍ଗ ଭାବରେ ପରିଗଣିତ ହୋଇଛି । ଏହି ଦୁଇଟି ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଆଉ ୫ ଟି ପ୍ରମୁଖ ଶିବ ମନ୍ଦିର ଅଛି, ଯାହା ଆପଣ ସେମାନଙ୍କର ନିର୍ମାଣର ରହସ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ । କାରଣ ସେମାନଙ୍କର ନିର୍ମାଣ ଏତେ ବୈଜ୍ଞାନିକ ମନେ ହେଉଥିଲା ଯେ ବିଜ୍ଞାନ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏଠାରେ ଗୋଟିଏ ସରଳରେଖାରେ ଉତ୍ତରଭାରତର କେଦାରନାଥ ମନ୍ଦିର ଏବଂ ଦକ୍ଷିଣର ରାମେଶ୍ୱରମ ଶିବମନ୍ଦିର ମଧ୍ୟରେ ରହିଛି ୭ଟି ଶିବ ମନ୍ଦିର ।

ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ କେଦାରନାଥ-ରାମେଶ୍ୱରମ ମଧ୍ୟରେ ୭୯ ଡ଼ିଗ୍ରୀ ଇ ୪୧’ ୫୪” ଲଂଗିଚ୍ୟୁଡ଼ରେ ୭ଟି ମନ୍ଦିର ଅବସ୍ଥାନ କରିଛି । ଏହି ମନ୍ଦିର ଗୁଡ଼ିକ ଯେଉଁ ସମରେ ତିଆରି ହୋଇଥିଲା ସେତେବେଳେ ନା ସାଟେଲାଇଟ୍ ଥିଲା ନା ଥିଲା ଉନ୍ନତ ଟେକ୍ନୋଲୋଜି । ମାତ୍ର ସେତେବେଳେ ମଧ୍ୟ ପୁରାତନ ଭାରତୀୟ ଜ୍ଞାନ କୌଶଳ ଏବେକାର ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ତଥା ପ୍ରଖର ଥିଲା ବୋଲି ଏଥିରୁ ଅନୁମାନ କରିହେଉଛି ।

କୁହାଯାଏ, ଯୋଗଶାସ୍ତ୍ରାନୁଯାୟୀ ଏହିପରି ମନ୍ଦିର ସ୍ଥାପନ କରାଯାଇଛି । ଯୋଗ ଏବଂ ପ୍ରାଚୀନ ଗାଣିତିକ ସୂତ୍ରାନୁଯାୟୀ ଏହା ସ୍ଥାପିତ ହୋଇପାରେ ବୋଲି କେତେକ ଗବେଷକଙ୍କ ମତ । ଏହି ଶିବ ମନ୍ଦିର ଗୁଡ଼ିକ ଉତ୍ତରର କେଦାରନାଥରୁ ଆରମ୍ଭ ହୋଇ ଦକ୍ଷିଣର ରାମେଶ୍ୱରମ ପର୍ଯ୍ୟନ୍ତ ବ୍ୟାପ୍ତ । କେଦାରନାଥ ଏବଂ ରାମେଶ୍ୱରମ ବ୍ୟତୀତ ଗୋଟିଏ ସରଳରେଖାରେ ରହିଛି ଆଉ ୫ଟି ମନ୍ଦିର । କୁହାଯାଏ ପ୍ରକୃତିର ୫ଟି ବିଶେଷ ତତ୍ତ୍ୱକୁ ନେଇ ଏହିପରି ଗୋଟିଏ ସରଳରେଖାରେ ମନ୍ଦିର ଗୁଡ଼ିକ ସ୍ଥାପିତ ହୋଇଛି । ଏହି ୭ଟି ଶିବ ମନ୍ଦିର ମଧ୍ୟରୁ ୫ଟି ମନ୍ଦିରରେ ରହିଛି ପବିତ୍ର ଶିବଲିଙ୍ଗ ।

କୁହାଯାଏ ଥିରୁବନାଇକାଭଲରେ ଜଳ ତତ୍ୱ, ଥିରୁଭନାମାଲ୍ଲାଇରେ ଅଗ୍ନି ତତ୍ୱକୁ ନେଇ ଶିବ ମନ୍ଦିର, କଳାହସ୍ତିରେ ବାୟୁ ତତ୍ୱକୁ ନେଇ ମନ୍ଦିର, କାଞ୍ଚିପୁରମରେ ଭୂତତ୍ୱକୁ ନେଇ ମନ୍ଦିର ଏବଂ ଚିଦାମ୍ବରମରେ ଆକାଶତତ୍ୱକୁ ନେଇ ତିଆରି ହୋଇଛି ବିଶାଳକାୟ ଶିବ ମନ୍ଦିର ମହାଦେବ ଶିବ କେଦାରନାଥରେ ପ୍ରଭୁ କେଦାରନାଥ ଭାବେ ପୂଜା ପାଉଥିବା ରାମେଶ୍ୱରମଠାରେ ରାମନାଥସ୍ୱାମୀ ଭାବେ ପୂଜା ପାଉଛନ୍ତି ମହାଦେବ । ସେହିପରି ଭାବେ ଚିଦାମ୍ବରମରେ ନଟରାଜ, ଥିରୁବନମାଲାଇଠାରେ ଅନ୍ନମଲ୍ଲାୟିୟାର ମନ୍ଦିର, କାଞ୍ଚିପୁରମଠାରେ ଏକମ୍ବରେଶ୍ୱର ମନ୍ଦିର, ଶ୍ରୀକଳାହସ୍ତୀଠାରେ ଶ୍ରୀକଳାହସ୍ତୀ ମନ୍ଦିର ଏବଂ କାଲେଶ୍ୱରମଠାରେ କାଲେଶ୍ୱର ମୁକ୍ତେଶ୍ୱର ସ୍ୱାମୀ ମନ୍ଦିରରେ ପୂଜିତ ହେଉଛନ୍ତି ମହାଦେବ ଶିବ ।