ବ୍ୟବସାୟ ଓ ଅର୍ଥନୀତି

ପୁରୁଣା ପିଏଫ ରାଶିକୁ ନୂଆ ଖାତାକୁ କିପରି କରିବେ ଟ୍ରାନ୍ସଫର, ଜାଣନ୍ତୁ ପୁରା ପ୍ରକ୍ରିୟା

ସାଧାରଣତଃ ପୁରୁଣା ଚାକିରିରୁ ନୁଆ ଚାକିରିକୁ ବଦଳି କଲାବେଳେ ପିଏମ ଫଣ୍ଡକୁ ନେଇ ଅନେକ ସମସ୍ୟା ଦେଖାଯାଇଥାଏ । ପୁରୁଣା କମ୍ପାନୀର ପିଏମ ଫଣ୍ଡର ଟଙ୍କାକୁ ଟ୍ରାନ୍ସଫର କରିବାରେ ଅସୁବିଧା ହୋଇଥାଏ । କିନ୍ତୁ ବର୍ତ୍ତମାନ ଏକ ନୂଆ ଉପାୟ ଦ୍ୱାରା ପୁରୁଣା ପିଏଫ ଫଣ୍ଡର ବଳକା ଟଙ୍କାକୁ ଖୁବ୍‌ ସହଜରେ ଟ୍ରାନସ୍ଫର କରିହେବ ।

ପିଏଫରୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ସର୍ବପ୍ରଥମେ ଖାତାଧାରକଙ୍କୁ ୟୁଏନଏନ ଆକ୍ଟିଭେଟ କରିବା ସହିତ କେଓ୍ଵାଇସି କରିବା ଜରୁରୀ । ଖାତାଧାରକଙ୍କ ବ୍ୟାଙ୍କ ଖାତା ନମ୍ବର, ଆଧାର କାର୍ଡ ନମ୍ବର ଏବଂ ଅନ୍ୟାନ ଡିଟେଲସ୍‌ ସଠିକ୍‌ ରହିବା ନିହାତି ଆବଶ୍ୟକ ।

ଟଙ୍କା ଟ୍ରାନସଫର କରିବାର ପ୍ରଣାଳୀ:

ସର୍ବପ୍ରଥମେ ଆପଣଙ୍କୁ ୟୁଏଏନ ନମ୍ବର ଓ ପାର୍ସୱାର୍ଡ ସାହାଯ୍ୟରେ ଇପିଏଫ ଆକାଉଣ୍ଟ ଲଗଇନ କରିବାକୁ ପଡିବ । ଏହାପରେ ପେଜ ଉପରେ ଦିଅଯାଇଥିବା ଟ୍ୟାବ ମଧ୍ୟରୁ ଅନଲାଇନ ସର୍ଭିସେସକୁ ଯାଇ ପରେ ଡ୍ରପଡାଉନରେ ଥିବା ୱାନ ମେମ୍ବର ଆକାଉଣ୍ଟ ଟ୍ରାନ୍ସଫର ରିକ୍ୱେଷ୍ଟରେ କ୍ଲିକ କରିବେ ।

ଏହାପରେ ନିଜ ୟୁଏଏନ ନମ୍ବର ପକାଇ ନିଜ ପୁରୁଣା ଆଇଡିକୁ ଫିଡ କରିବେ । ଫିଡ କରିବା ଦ୍ୱାରା ନିଜ ପୁରୁଣା ଆକାଉଣ୍ଟର ଡିଟେଲ ଆପଣ ପାଇପାରିବେ । ଟ୍ରାନସ୍ଫର ଭ୍ୟାଲିଡେଟ କରିବା ପାଇଁ ନିଜ ପୁରୁଣା କମ୍ପାନୀର ଆକାଉଣ୍ଟକୁ ସିଲେକ୍ଟ କରି ଓଟିପି ଜେନେରେଟ କରନ୍ତୁ । ଓଟିପି ଦେବା ପରେ ଆପଣଙ୍କ କମ୍ପାନୀକୁ ଅନଲାଇନ ମନି ଟ୍ରାନ୍ସଫରର ରିକ୍ୱେଷ୍ଟ ପଳେଇବ ଏବଂ ଏହା ତିନି ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ।

ଇପିଏଫଓର ଫିଲ୍ଡ ଅଫିସରଙ୍କ ଅନୁମତି ଓ ଅଧିକାରୀଙ୍କ ଭେରିଫିକେସନ ପରେ କମ୍ପାନୀ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରାଯାଇପାରିବ । ପ୍ରୋସେସଟି ଠିକ୍‌ ଭାବରେ ହୋଇଛି ନା ନାହିଁ ଏହାର କନର୍ଫମେସନ ପାଇଁ ଟ୍ରାକ କ୍ଳେମ ଷ୍ଟାଟସ ଅପସନ ସାହାଯ୍ୟରେ ଚେକ୍‌ କରିପାରିବେ । ସେହିପରି ଯଦି ଏହି ପ୍ରୋସେସକୁ ଅଫଲାଇନରେ କରିବାକୁ ଚାହୁଁଛନ୍ତି ତେବେ ଏକ ଫର୍ମ ଭରି ପୁରୁଣା କିମ୍ବା ନୁଆ କମ୍ପାନୀକୁ ଦେବାକୁ ପଡିବ ।

  • ଦୁଇ ମାସ ଧରି ବେରୋଜଗାର ରହିଥିବା ବ୍ୟକ୍ତି ନିଜ ଇପିଏଫ ଖାତାରୁ ସମ୍ପୂର୍ଣ୍ଣ ଟଙ୍କା କାଢି ପାରିବେ ।
  • ଚାକିରି ଛାଡିବାର ଏକ ମାସ ପରେ ଖାତାରୁ କେବଳ ୭୫ ପ୍ରତିଶତ ଟଙ୍କା କାଢିପାରିବେ ।
  • କାମ କରିବାର ଦଶ ବର୍ଷ ମଧ୍ୟରେ ଜଣେ ବ୍ୟକ୍ତି ନିଜ ପେନ୍‌ସନର ପୁରା ଟଙ୍କା କାଢି ପାରିବେ ।
  • ସାଧାରଣତଃ ୫୮ ବର୍ଷ ବୟସ ପରେ ହିଁ ପିଏଫ ଆକାଉଣ୍ଟରୁ ଟଙ୍କା କାଢିହେବ ।
KNews Bureau

Recent Posts

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

16 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

27 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago