ସାଧାରଣତଃ ପୁରୁଣା ଚାକିରିରୁ ନୁଆ ଚାକିରିକୁ ବଦଳି କଲାବେଳେ ପିଏମ ଫଣ୍ଡକୁ ନେଇ ଅନେକ ସମସ୍ୟା ଦେଖାଯାଇଥାଏ । ପୁରୁଣା କମ୍ପାନୀର ପିଏମ ଫଣ୍ଡର ଟଙ୍କାକୁ ଟ୍ରାନ୍ସଫର କରିବାରେ ଅସୁବିଧା ହୋଇଥାଏ । କିନ୍ତୁ ବର୍ତ୍ତମାନ ଏକ ନୂଆ ଉପାୟ ଦ୍ୱାରା ପୁରୁଣା ପିଏଫ ଫଣ୍ଡର ବଳକା ଟଙ୍କାକୁ ଖୁବ୍ ସହଜରେ ଟ୍ରାନସ୍ଫର କରିହେବ ।
ପିଏଫରୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ସର୍ବପ୍ରଥମେ ଖାତାଧାରକଙ୍କୁ ୟୁଏନଏନ ଆକ୍ଟିଭେଟ କରିବା ସହିତ କେଓ୍ଵାଇସି କରିବା ଜରୁରୀ । ଖାତାଧାରକଙ୍କ ବ୍ୟାଙ୍କ ଖାତା ନମ୍ବର, ଆଧାର କାର୍ଡ ନମ୍ବର ଏବଂ ଅନ୍ୟାନ ଡିଟେଲସ୍ ସଠିକ୍ ରହିବା ନିହାତି ଆବଶ୍ୟକ ।
ଟଙ୍କା ଟ୍ରାନସଫର କରିବାର ପ୍ରଣାଳୀ:
ସର୍ବପ୍ରଥମେ ଆପଣଙ୍କୁ ୟୁଏଏନ ନମ୍ବର ଓ ପାର୍ସୱାର୍ଡ ସାହାଯ୍ୟରେ ଇପିଏଫ ଆକାଉଣ୍ଟ ଲଗଇନ କରିବାକୁ ପଡିବ । ଏହାପରେ ପେଜ ଉପରେ ଦିଅଯାଇଥିବା ଟ୍ୟାବ ମଧ୍ୟରୁ ଅନଲାଇନ ସର୍ଭିସେସକୁ ଯାଇ ପରେ ଡ୍ରପଡାଉନରେ ଥିବା ୱାନ ମେମ୍ବର ଆକାଉଣ୍ଟ ଟ୍ରାନ୍ସଫର ରିକ୍ୱେଷ୍ଟରେ କ୍ଲିକ କରିବେ ।
ଏହାପରେ ନିଜ ୟୁଏଏନ ନମ୍ବର ପକାଇ ନିଜ ପୁରୁଣା ଆଇଡିକୁ ଫିଡ କରିବେ । ଫିଡ କରିବା ଦ୍ୱାରା ନିଜ ପୁରୁଣା ଆକାଉଣ୍ଟର ଡିଟେଲ ଆପଣ ପାଇପାରିବେ । ଟ୍ରାନସ୍ଫର ଭ୍ୟାଲିଡେଟ କରିବା ପାଇଁ ନିଜ ପୁରୁଣା କମ୍ପାନୀର ଆକାଉଣ୍ଟକୁ ସିଲେକ୍ଟ କରି ଓଟିପି ଜେନେରେଟ କରନ୍ତୁ । ଓଟିପି ଦେବା ପରେ ଆପଣଙ୍କ କମ୍ପାନୀକୁ ଅନଲାଇନ ମନି ଟ୍ରାନ୍ସଫରର ରିକ୍ୱେଷ୍ଟ ପଳେଇବ ଏବଂ ଏହା ତିନି ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ।
ଇପିଏଫଓର ଫିଲ୍ଡ ଅଫିସରଙ୍କ ଅନୁମତି ଓ ଅଧିକାରୀଙ୍କ ଭେରିଫିକେସନ ପରେ କମ୍ପାନୀ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରାଯାଇପାରିବ । ପ୍ରୋସେସଟି ଠିକ୍ ଭାବରେ ହୋଇଛି ନା ନାହିଁ ଏହାର କନର୍ଫମେସନ ପାଇଁ ଟ୍ରାକ କ୍ଳେମ ଷ୍ଟାଟସ ଅପସନ ସାହାଯ୍ୟରେ ଚେକ୍ କରିପାରିବେ । ସେହିପରି ଯଦି ଏହି ପ୍ରୋସେସକୁ ଅଫଲାଇନରେ କରିବାକୁ ଚାହୁଁଛନ୍ତି ତେବେ ଏକ ଫର୍ମ ଭରି ପୁରୁଣା କିମ୍ବା ନୁଆ କମ୍ପାନୀକୁ ଦେବାକୁ ପଡିବ ।
- ଦୁଇ ମାସ ଧରି ବେରୋଜଗାର ରହିଥିବା ବ୍ୟକ୍ତି ନିଜ ଇପିଏଫ ଖାତାରୁ ସମ୍ପୂର୍ଣ୍ଣ ଟଙ୍କା କାଢି ପାରିବେ ।
- ଚାକିରି ଛାଡିବାର ଏକ ମାସ ପରେ ଖାତାରୁ କେବଳ ୭୫ ପ୍ରତିଶତ ଟଙ୍କା କାଢିପାରିବେ ।
- କାମ କରିବାର ଦଶ ବର୍ଷ ମଧ୍ୟରେ ଜଣେ ବ୍ୟକ୍ତି ନିଜ ପେନ୍ସନର ପୁରା ଟଙ୍କା କାଢି ପାରିବେ ।
- ସାଧାରଣତଃ ୫୮ ବର୍ଷ ବୟସ ପରେ ହିଁ ପିଏଫ ଆକାଉଣ୍ଟରୁ ଟଙ୍କା କାଢିହେବ ।