ବ୍ୟବସାୟ ଓ ଅର୍ଥନୀତି

ଟ୍ଵିଟରରେ ଛଟେଇ ପ୍ରକ୍ରିୟା ଆରମ୍ଭ: ଆଜିଠୁ କର୍ମଚାରୀଙ୍କୁ ଯିବ ଇ-ମେଲ୍‌, ୭ହଜାର ୫୦୦ କର୍ମଚାରୀଙ୍କ ଯାଇପାରେ ଚାକିରି

କେନ୍ୟୁଜ୍:  ଏଲନ ମସ୍କଙ୍କ ନୂଆ ଝଟକା । ଟ୍ଵିଟରରେ କର୍ମଚାରୀ ଛଟେଇ ଆରମ୍ଭ । ଚାକିରୀ ଅଛି କି ନାହିଁ ଆଜି ଟ୍ଵିଟର କର୍ମଚାରୀଙ୍କୁ ଯିବ ମେଲ୍‌ । ଟ୍ଵିଟର ଅଧିଗ୍ରହଣ କରିବା ପରେ ଏଲନ ମସ୍କ ସିଇଓ ପରାଗ ଅଗ୍ରଓ୍ଵାଲ ସମେତ କିଛି ବରିଷ୍ଠ ଅଧିକାରୀଙ୍କୁ ବିଦା କରିଥିଲେ । ଏବେ କର୍ମଚାରୀଙ୍କୁ ଛଟେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏଲନ ମସ୍କ । ପ୍ରାୟ ୭ହଜାର ୫୦୦ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ ।

ଶୁକ୍ରବାର ଅଫିସ ଆସିବେ କି ନାହିଁ ମେଲ୍‌ରେ ସୂଚନା ଦିଆଯିବ ବୋଲି ଗତକାଲି କର୍ମଚାରୀଙ୍କୁ ମେଲ୍‌ ଦ୍ୱାରା ସୂଚନା ଦିଆଯାଇଥିଲା । ଆଜି ଅଫିସ ଆସିବାକୁ କର୍ମଚାରୀଙ୍କୁ ମନା କରାଯାଇଛି । ଅଫିସରେ ଥିଲେ କିମ୍ବା ରାସ୍ତାରେ ଥିଲେ ଘରକୁ ଫେରି ଯାଅ ବୋଲି କୁହାଯାଇଛି ।

ଏପଟେ ନିରାଶ କଲା ଟ୍ଵିଟର । ଟ୍ଵିଟର ଲଗ ଇନ କରିପାରୁନାହାନ୍ତି କିଛି ୟୁଜର୍ସ । ଫିଡ୍‌ ଆସେସ କରୁପାରୁନାହାନ୍ତି ୱେବ ୟୁଜର୍ସ । ବ୍ୟସ୍ତ ନହୋଇ ଆଉ ଥରେ ଚେଷ୍ଟା କରିବାକୁ ଟ୍ଵିଟର ପେଜ୍‌ରେ ଲେଖାଥିବା ଦେଖିବାକୁ ମିଳୁଛି। ଏହି ଅସୁବିଧା କେବଳ ୱେବ ୟୁଜର୍ସଙ୍କୁ ସାମ୍ନା କରିବାକୁ ପଡୁଛି। ଆପ ୟୁଜର୍ସ ଟ୍ଵିଟର ବ୍ୟବହାର କରିପାରୁଛନ୍ତି। ଏନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନି।

Sonalisa

Recent Posts

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

28 seconds ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

34 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

36 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago