ଟ୍ଵିଟରରେ ଛଟେଇ ପ୍ରକ୍ରିୟା ଆରମ୍ଭ: ଆଜିଠୁ କର୍ମଚାରୀଙ୍କୁ ଯିବ ଇ-ମେଲ୍, ୭ହଜାର ୫୦୦ କର୍ମଚାରୀଙ୍କ ଯାଇପାରେ ଚାକିରି

କେନ୍ୟୁଜ୍: ଏଲନ ମସ୍କଙ୍କ ନୂଆ ଝଟକା । ଟ୍ଵିଟରରେ କର୍ମଚାରୀ ଛଟେଇ ଆରମ୍ଭ । ଚାକିରୀ ଅଛି କି ନାହିଁ ଆଜି ଟ୍ଵିଟର କର୍ମଚାରୀଙ୍କୁ ଯିବ ମେଲ୍ । ଟ୍ଵିଟର ଅଧିଗ୍ରହଣ କରିବା ପରେ ଏଲନ ମସ୍କ ସିଇଓ ପରାଗ ଅଗ୍ରଓ୍ଵାଲ ସମେତ କିଛି ବରିଷ୍ଠ ଅଧିକାରୀଙ୍କୁ ବିଦା କରିଥିଲେ । ଏବେ କର୍ମଚାରୀଙ୍କୁ ଛଟେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏଲନ ମସ୍କ । ପ୍ରାୟ ୭ହଜାର ୫୦୦ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ ।
ଶୁକ୍ରବାର ଅଫିସ ଆସିବେ କି ନାହିଁ ମେଲ୍ରେ ସୂଚନା ଦିଆଯିବ ବୋଲି ଗତକାଲି କର୍ମଚାରୀଙ୍କୁ ମେଲ୍ ଦ୍ୱାରା ସୂଚନା ଦିଆଯାଇଥିଲା । ଆଜି ଅଫିସ ଆସିବାକୁ କର୍ମଚାରୀଙ୍କୁ ମନା କରାଯାଇଛି । ଅଫିସରେ ଥିଲେ କିମ୍ବା ରାସ୍ତାରେ ଥିଲେ ଘରକୁ ଫେରି ଯାଅ ବୋଲି କୁହାଯାଇଛି ।
ଏପଟେ ନିରାଶ କଲା ଟ୍ଵିଟର । ଟ୍ଵିଟର ଲଗ ଇନ କରିପାରୁନାହାନ୍ତି କିଛି ୟୁଜର୍ସ । ଫିଡ୍ ଆସେସ କରୁପାରୁନାହାନ୍ତି ୱେବ ୟୁଜର୍ସ । ବ୍ୟସ୍ତ ନହୋଇ ଆଉ ଥରେ ଚେଷ୍ଟା କରିବାକୁ ଟ୍ଵିଟର ପେଜ୍ରେ ଲେଖାଥିବା ଦେଖିବାକୁ ମିଳୁଛି। ଏହି ଅସୁବିଧା କେବଳ ୱେବ ୟୁଜର୍ସଙ୍କୁ ସାମ୍ନା କରିବାକୁ ପଡୁଛି। ଆପ ୟୁଜର୍ସ ଟ୍ଵିଟର ବ୍ୟବହାର କରିପାରୁଛନ୍ତି। ଏନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନି।