ବ୍ୟବସାୟ ଓ ଅର୍ଥନୀତି

UGC ନେଟ୍‌ କ୍ୱାଲିଫାଇ କରିଥିବା ଆଶାୟୀଙ୍କ ପାଇଁ ଚାକିରି ସୁଯୋଗ, ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ଦରମା

ନେଟ୍‌ ପରୀକ୍ଷା ପାସ୍‌ କରି ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ କୌଣସି ବି ବିଷୟରେ ମାଷ୍ଟର ଡିଗ୍ରୀରେ ଫାର୍ଷ୍ଟ ଡିଭିଜନ ସହିତ ନେଟ୍‌ ପରୀକ୍ଷା କ୍ୱାଲିଫାଇ କରିଥିବା ଆଶାୟୀମାନଙ୍କ ପାଇଁ ଚାକିରି ସୁଯୋଗ ଆଣିଛି। ୟୁଜିସି, ନୂଆଦିଲ୍ଲୀ ଏକାଡେମିକ୍‌ କନ୍‌ସଲ୍ଟାଣ୍ଟ(ଏକାଡେମିକ୍‌ ପରାମର୍ଶଦାତା) ପଦ ପାଇଁ ଆବେଦନ ଗ୍ରହଣ କରିଛି। ଏହି ଭର୍ତ୍ତି ଚୁକ୍ତି ଆଧାରରେ ହେବ। ଏମିତିରେ ଯେଉଁ ଆଶାୟୀ ଏହି ପଦ ପାଇଁ ଯୋଗ୍ୟ ତଥା ଇଚ୍ଛୁକ, ସେମାନେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଆଶାୟୀମାନଙ୍କୁ ଅଫିସିଆଲ େଓ୍ଵବ୍‌ସାଇଟ www.ugc.ac.in/jobs କୁ ଯାଇ ଅନଲାଇନ ଆବେଦନ କରିବାକୁ ହେବ। ଆବେଦନ ଜମା କରିବାର ଶେଷ ତାରିଖ ରହିଛି ୩୧ ଅକ୍ଟୋବର।

ୟୁଜିସି ତରଫରୁ ଜାରି ନୋଟିଫିକେଶନ ମୁତାବକ, ଏହି ଚାକିରି ପାଇଁ ପ୍ରୋବେଶନ ପିରିୟଡ୍‌ ଅତି କମ୍‌ରେ ୬ ମାସ ରହିଛି। ପ୍ରଦର୍ଶନ ସମୀକ୍ଷା ଆଧାରରେ ଏହାକୁ ବଢ଼ାଯାଇ ପାରିବ। ସେପଟେ ଏହି ଚାକିରି ପାଇଁ ଆବେଦନ କରିବାକୁ ଥିବା ଆଶାୟୀମାନଙ୍କର ସର୍ବାଧିକ ବୟସ ୩୫ ବର୍ଷରୁ ଅଧିକ ହେବା ଉଚିତ ନୁହେଁ। ଯଦିଓ ଆରକ୍ଷିତ ବର୍ଗର ଆଶାୟୀମାନଙ୍କୁ ସରକାରୀ ନିୟମ ଅନୁସାରେ ଛାଡ୍‌ ଦିଆଯିବ। ଏକାଡେମିକ୍‌ ପରାମର୍ଶଦାତା ପଦ ଲାଗି ଆଶାୟୀମାନଙ୍କର ଚୟନ ଏକ ଚୟନ କମିଟିର ସୁପାରିଶକ୍ରମେ କରାଯିବ। ଏହି ଭର୍ତ୍ତି ପ୍ରକ୍ରିୟା ସହ ଜଡ଼ିତ ଅଧିକ ସୂଚନା ପାଇଁ ଆଶାୟୀମାନଙ୍କୁ ଅଫିସିଆଲ େଓ୍ଵବ୍‌ସାଇଟ www.ugc.ac.in/jobs କୁ ଯାଇ ଭିଜିଟ୍‌ କରିବାକୁ ହେବ।

କେତେ ରହିବ ଦରମା

ଏହି ପଦ ପାଇଁ ଆବେଦନ କରିବାକୁ ଥିବା ଆଶାୟୀମାନଙ୍କୁ ୭୦,୦୦୦ରୁ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ। ସୂଚନାଥାଉ କି, ୟୁଜିସି ଏହି ଭର୍ତ୍ତି ଛଡ଼ା ନିକଟରେ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ଭର୍ତ୍ତି ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିଫିକେଶନ ଜାରି କରିଛି। ଏହା ମୁତାବକ, ୧ ଜୁଲାଇ ୨୦୨୧ଠାରୁ ୧ ଜୁଲାଇ ୨୦୨୩ ସୁଦ୍ଧା ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଆବେଦନ କରିବାକୁ ଥିବା ଆଶାୟୀମାନଙ୍କୁ ପିଏଚ୍‌ଡିର ଅନିବାର୍ଯ୍ୟତା ରହିବ ନାହିଁ। ଗତବର୍ଷ ଆସିଥିବା କୋଭିଡ୍‌ ମହାମାରୀ ଯୋଗୁ ରିସର୍ଚ୍ଚ କାମ ଠପ୍‌ ହୋଇପଡ଼ିବାରୁ ଆୟୋଗ ଏହି ନିଷ୍ପତ୍ତି ନେଇଥିଲା।

Roshni

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

44 seconds ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

16 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

33 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

45 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

55 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

58 mins ago