ଚତୁର୍ଥ ଥର ପାଇଁ ପୁଣି ଖାରଜ ହେଲା ନୀରବ ମୋଦୀଙ୍କ ଜାମିନ ଆବେଦନ

ଲଣ୍ଡନ : ପିଏନ୍‍ବି ବ୍ୟାଙ୍କ ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଲଣ୍ଡନ କୋର୍ଟ ନୀରବ ମୋଦୀଙ୍କ ଜାମିନ ଆବେଦନକୁ ପୁଣି ଖାରଜ କରିଦେଇଥିବା ଜଣାପଡିଛି । ଏହାକୁ ମିଶାଇ ଚତୁର୍ଥ ଥର ନୀରବ ମୋଦୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ବହୁ କୋଟି ଟଙ୍କା ଠକି ନେଇ ନୀରବ ମୋଦୀ ଦେଶ ଛାଡ଼ି ଲଣ୍ଡନ ପଳାଇଥିବାବେଳେ ଏବେ ସେ ଲଣ୍ଡନର ଏକ ଜେଲରେ ବନ୍ଦୀ ଅଛନ୍ତି।

ଏହା ପୂର୍ବରୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ନୀରବ ମୋଦୀଙ୍କ କ୍ରମାଗତ ୩ଟି ଜାମିନ ଆବେଦନ ଖାରଜ ହୋଇଥିଲା। ଅଦାଲତରେ ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଚାଲିଛି। ଲଣ୍ଡନ କୋର୍ଟ ମଙ୍ଗଳବାର ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଋଣ ଅର୍ଥ ପରିଶୋଧ ନେଇ ନୀରବଙ୍କ କଥା ଉପରେ ବିଶ୍ବାସ କରିହେବ ନାହିଁ ତେଣୁ ଏଭଳି ସ୍ଥିତିରେ ତାଙ୍କୁ ଜାମିନ ଦେଇ ହେବନି ବୋଲି କହିଥିଲେ ।

ଅନ୍ଯପଟେ ନୀରବଙ୍କ ଓକିଲ ଯୁକ୍ତି କରିଥିଲେ କି, ଜାମିନ ପାଇବା ପରେ ନୀରବ ନିଜ ପାଖରେ ଟ୍ରାକିଂ ଡିଭାଇସ ଓ ଟ୍ରାକିଂ କରିହେଉଥିବା ମୋବାଇଲ ରଖିବେ। ପ୍ରତ୍ୟାର୍ପଣ ମାମଲାର ଶୁଣାଣି ଚାଲୁଥିବାରୁ ସେ କେଉଁଆଡେ ଖସି ଯାଇପାରିବେ ନାହିଁ। ତାଙ୍କ ପୁଅ ଓ ଝିଅ ମଧ୍ୟ ଲଣ୍ଡନରେ ଅଛନ୍ତି ଓ ଏବେ ସେମାନେ କଲେଜରେ ନାମ ଲେଖାଇଛନ୍ତି। ତେବେ ଭାରତର ପକ୍ଷ ରଖୁଥିବା କ୍ରାଉନ ପ୍ରସିକ୍ୟୁଶନ କହିଥିଲେ ଯେ ଜାମିନ ମିଳିଲେ ନୀରବ ପ୍ରମାଣ ନଷ୍ଟ ଓ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ନୀରବଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

Sonalisa

Recent Posts

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ, ଚାଉନା ମୀନ ହେଲେ ଉପମୁଖ୍ୟମନ୍ତ୍ରୀ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ପେମା ଖାଣ୍ଡୁ । ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ…

6 mins ago

ସକାଳେ ଖାଲି ପେଟରେ ପାଣିରେ ଘିଅ ମିଶାଇ ପିଅନ୍ତୁ, ମିଳିବ ଅନେକ ଲାଭ

ଆଜିକାଲି ଲୋକମାନେ ଫିଟ ରହିବା ପାଇଁ ଘିଅ ଏବଂ ତେଲ ଛାଡି ଦେଉଛନ୍ତି । ତେବେ ଅତ୍ୟଧିକ ଘିଅ ତେଲ…

8 mins ago

୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର, ଜଙ୍ଗଲରେ ଛଡା ଗଲା

ଯାଜପୁର : ୧୨ଫୁଟ ଲମ୍ବର ଅଜଗର ଉଦ୍ଧାର । ଯାଜପୁର ଜିଲ୍ଲା ବୈରି ରେଞ୍ଜ କାଇମାଟିଆ ନିକଟରୁ ଅଜଗର ଉଦ୍ଧାର…

9 mins ago

୧୭ ଜିଲ୍ଲାକୁ କାଳବୈଶାଖୀ ଚେତାବନୀ, ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଆଶଙ୍କା

ଭୁବନେଶ୍ୱର (କେନ୍ୟୁଜ): ୧୭ ଜିଲ୍ଲାକୁ କାଳବୈଶାଖୀ ଚେତାବନୀ । କାଳବୈଶାଖୀ ପାଇଁ ରାଜ୍ୟର ୧୭ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି…

19 mins ago

ମାଲକାନଗିରି ଜିଲ୍ଲାରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗ୍ରୀଷ୍ମଲହରୀ ପାଇଁ ଆଗକୁ ବଢ଼ିପାରୁନି

ଭୁବନେଶ୍ୱର : ଆଗଉନି ମୌସୁମୀ । ମାଲକାନଗିରି ଜିଲ୍ଲାରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଥର ସଅଳ ମୌସୁମୀ…

43 mins ago

ଶୁଆକୁ ନେଇ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବନବିଭାଗ ଘରେ ଚଢ଼ାଉ କରି ନେଇଗଲେ

କଟକ: ଖୁଆଇ ନଦେଲେ ଖାଉ ନଥିଲେ । ପିଆଇ ନ ଦେଲେ ପିଉ ନଥିଲେ । ଏ ଘରେ ମୋ…

55 mins ago