ଚତୁର୍ଥ ଥର ପାଇଁ ପୁଣି ଖାରଜ ହେଲା ନୀରବ ମୋଦୀଙ୍କ ଜାମିନ ଆବେଦନ

ଲଣ୍ଡନ : ପିଏନ୍‍ବି ବ୍ୟାଙ୍କ ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଲଣ୍ଡନ କୋର୍ଟ ନୀରବ ମୋଦୀଙ୍କ ଜାମିନ ଆବେଦନକୁ ପୁଣି ଖାରଜ କରିଦେଇଥିବା ଜଣାପଡିଛି । ଏହାକୁ ମିଶାଇ ଚତୁର୍ଥ ଥର ନୀରବ ମୋଦୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ବହୁ କୋଟି ଟଙ୍କା ଠକି ନେଇ ନୀରବ ମୋଦୀ ଦେଶ ଛାଡ଼ି ଲଣ୍ଡନ ପଳାଇଥିବାବେଳେ ଏବେ ସେ ଲଣ୍ଡନର ଏକ ଜେଲରେ ବନ୍ଦୀ ଅଛନ୍ତି।

nirav modiଏହା ପୂର୍ବରୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ନୀରବ ମୋଦୀଙ୍କ କ୍ରମାଗତ ୩ଟି ଜାମିନ ଆବେଦନ ଖାରଜ ହୋଇଥିଲା। ଅଦାଲତରେ ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଚାଲିଛି। ଲଣ୍ଡନ କୋର୍ଟ ମଙ୍ଗଳବାର ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଋଣ ଅର୍ଥ ପରିଶୋଧ ନେଇ ନୀରବଙ୍କ କଥା ଉପରେ ବିଶ୍ବାସ କରିହେବ ନାହିଁ ତେଣୁ ଏଭଳି ସ୍ଥିତିରେ ତାଙ୍କୁ ଜାମିନ ଦେଇ ହେବନି ବୋଲି କହିଥିଲେ ।

nirav-modiiଅନ୍ଯପଟେ ନୀରବଙ୍କ ଓକିଲ ଯୁକ୍ତି କରିଥିଲେ କି, ଜାମିନ ପାଇବା ପରେ ନୀରବ ନିଜ ପାଖରେ ଟ୍ରାକିଂ ଡିଭାଇସ ଓ ଟ୍ରାକିଂ କରିହେଉଥିବା ମୋବାଇଲ ରଖିବେ। ପ୍ରତ୍ୟାର୍ପଣ ମାମଲାର ଶୁଣାଣି ଚାଲୁଥିବାରୁ ସେ କେଉଁଆଡେ ଖସି ଯାଇପାରିବେ ନାହିଁ। ତାଙ୍କ ପୁଅ ଓ ଝିଅ ମଧ୍ୟ ଲଣ୍ଡନରେ ଅଛନ୍ତି ଓ ଏବେ ସେମାନେ କଲେଜରେ ନାମ ଲେଖାଇଛନ୍ତି। ତେବେ ଭାରତର ପକ୍ଷ ରଖୁଥିବା କ୍ରାଉନ ପ୍ରସିକ୍ୟୁଶନ କହିଥିଲେ ଯେ ଜାମିନ ମିଳିଲେ ନୀରବ ପ୍ରମାଣ ନଷ୍ଟ ଓ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ନୀରବଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.