ଶକ୍ତ ହେବ ଆଇନ, ଏବେ ଦୁଷ୍କର୍ମକାରୀଙ୍କୁ ନିଜ ଖର୍ଚ୍ଚରେ ଦିଆଯିବ ନପୁଂସକ ଇନଜେକସନ୍‌

ଦୁଷ୍କର୍ମ ବିରୋଧରେ ଦ୍ରୁଢ଼ କାଯ୍ୟାର୍ନୁଷ୍ଠାନ ଦାବିକୁ ନଜରରେ ରଖି ଏକ ରାଜ୍ୟ ଦୋଷୀଙ୍କୁ ନପୁଂସକ ବନାଇବା ପାଇଁ କେମିକାଲର ବ୍ୟବହାର କରିବାର ନିଷ୍ପତି ନେଇଛନ୍ତି। ଆମେରିକାର ଅଲାବାମାରେ ଏହାକୁ ନେଇ କାନୁନ କରାଯାଇଛି। ନୂଆ ଆଇନ ଦ୍ୱାରା ୧୩ ବର୍ଷରୁ କମ୍‌ ବୟସର ପିଲାଙ୍କ ସହିତ ବଳାତ୍କାରୀଙ୍କୁ ନପୁଂସକ କରାଇବା ଇନଫେକସନ ଦିଆଯାଇପାରେ ଏବଂ ଔଷଧ ମଧ୍ୟ ଦିଆଯାଇପାରେ।

କାନୁନ ଅନୁଯାୟୀ ପିଲାଙ୍କ ସହିତ ଦୁଷ୍କର୍ମ ଅପରାଧରେ ଅଭିଯୁକ୍ତଙ୍କୁ ପାରୋଲରେ ଛଡାଯିବା ପୂର୍ବରୁ ଇନଜେକସନ ଦିଆଯାଇପାରେ। ଇନଜେକସନ ପ୍ରଭାବରୁ ବ୍ୟକ୍ତିଙ୍କର ସେକ୍ସ ଡ୍ରାଇଭ୍‌ କମିଯିବ।

ମିଡିଆ ରିପୋର୍ଟ ଅନୁଯାୟୀ ଇନଜେକସନ ଲଗାଇବା ପରେ ଏହାର ପ୍ରଭାବ ସବୁଦିନ ପାଇଁ ରହିବ ନାହିଁ। ବରଂ କିଛି ସମୟ ପାଇଁ ଏହାର ପ୍ରଭାବ ହୋଇପାରେ। ପାରୋଲ ନେବାର ପ୍ରାୟ ଏକ ମାସ ପୂର୍ବରୁ ଇନଜେକସନ ଲଗାଯିବ।

duskaramaଖାସ କଥା ହେଉଛି ଇନଜେକସନର ସମସ୍ତ ଖର୍ଚ୍ଚ ଅଭିଯୁକ୍ତଙ୍କୁ ହିଁ ଦେବାକୁ ହେବ। ଇନଜେକସନ ନେବାକୁ ମନା କଲେ ଅଭିଯୁକ୍ତଙ୍କୁ ଜେଲରରୁ ଛଡାଯିବ ନାହିଁ।

କୋର୍ଟ ଏହା ନିଷ୍ପତି ନେବ ଯେ କେବେ ଯାଏଁ ଦୋଷୀଙ୍କୁ ଇନଜେକସନ ଦିଆଯିବାର ଆବଶ୍ୟକତା ରହିଛି। ଅଲବାମାରେ ଆଇନ ବନାଇବା ସହିତ ଏବେ ଆମେରିକାରେ ୭ ରାଜ୍ୟରେ ମଧ୍ୟ କେମିକାଲ କାଷ୍ଟ୍ରସନର ବ୍ୟବହାର ପ୍ରାବନ୍ଧନ ଅଟେ। ଏଥିରେ ଲୁସିଆନା ଏବଂ ଫ୍ଲୋରିଡା ସାମିଲ ଅଛି।

କେମିକାଲ କାଷ୍ଟ୍ରସନରେ ଟ୍ୟାବଲେଟ୍‌ କିମ୍ବା ଇନଜେକସନର ବ୍ୟବହାର କରାଯାଇଥାଏ। ଏଥିରେ ଟେଷ୍ଟୋଷ୍ଟେରୋନର ପ୍ରଡକସନ ପ୍ରଭାବିତ ହୋଇଥାଏ ଏବଂ ବ୍ୟକ୍ତିଙ୍କ ସେକ୍ସ ଡ୍ରାଇଭ୍‌ ଦୁର୍ବଳ ହୋଇଥାଏ। ଚିକତ୍ସା ବନ୍ଦ ହେବା ପରେ ଏହାର ପ୍ରଭାବ କମିବାରେ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.