ବିଜୁଳି ମାରିଲା . . ହେଲେ ବ୍ୟକ୍ତି ଜଣକ ଏମିତି କଲେ ଭିଡିଓ ରେକର୍ଡିଂ ଯେ ସୋସିଆଲ୍ ମିଡିଆରେ ମଚାଉଛି ଧୁମ୍

ଏବେ ଡିଜିଟାଲ୍ ଯୁଗ । ଯାହା ବି କିଛି ଘଟୁଛି ରାତାରାତି ହୋଇଯାଉଛି ଭାଇରାଲ୍ । ଅନେକ ଭାଇରାଲ୍ ଭିଡିଓ ଆପଣ ତ ଦେଖିଥିବେ । ହେଲେ ଆମେ ଆପଣଙ୍କୁ ଏମିତି ଭିଡିଓ ଦେଖାଇବୁ ଯାହା ପୂର୍ବରୁ କେବେ ଦେଖିନଥିବେ । ଏହି ଭାଇରାଲ୍ ଭିଡିଓଟି ବିଜୁଳି ମାରୁଥିବା ସମୟର । ଏବେ ଆପଣ ଭାବୁଥିବେ ବିଜୁଳି ମାରିବାର ଭିଡିଓ ଭାଇରାଲ୍ ହେଲା କାହିଁକି ।

ପ୍ରକୃତରେ ଏହା ହେଉଛି ବିଜୁଳି ମାରିବାର ସ୍ଲୋ ମୋସନ୍ ଭିଡିଓ । ୟୁଏସଏ ଟେକ୍ସାସର ରିୟାନ୍ ବିଲବିକ୍ସି ନାମକ ଜେଣ ବ୍ୟକ୍ତି ବିଜୁଳି ମାରିବା ସମୟରେ ଏହାର ସ୍ଲୋ ମୋସନ୍ ଭିଡିଓ ରେକର୍ଡିଂ କରିଛନ୍ତି । ଯାହା ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ସେ ଆସିଥିବା ଝଡତୋଫାନର ଏହି ଭିଡିଓ ନିଜ ଆଇଫୋନରେ ନେଇଥିଲେ ।

ରିୟାନ୍ ଜଣେ ଫଟୋଗ୍ରାଫର୍ । ଯେତେବେଳେ ଝଡତୋଫାନ ଆସିଲା ସେତେବେଳେ ସେ ଯିବାକୁ ବାହାରିଥିଲେ । ହେଲେ ହଠାତ୍ ଏହାକୁ ନିଜ ମୋବାଇଲ୍ କ୍ୟାମେରାରେ ବାନ୍ଧି ରଖିବାକୁ ଚାହିଁଥିଲେ । ଆଉ କିଛି ସମୟ ରହି ନିଜ ମୋବାଇଲରେ ଏହାକୁ ରେକର୍ଡ କରିନେଇଥିଲେ । ତେବେ ଏହି ଭିଡିଓର ବିଶେଷତ୍ବ ହେଉଛି ଏହା ସ୍ଲୋ ମୋସନରେ ରେକର୍ଡ ହୋଇଛି । ଯାହା ଫଳରେ ଖୁବ୍ ପ୍ରଶଂସା ସାଉଁଟୁଛି । ଆପଣ ବି ଦେଖନ୍ତୁ ଏହି ଭିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.