ନୂଆଦିଲ୍ଲୀ : ୨୦୨୧ କେନ୍ଦ୍ର ବଜେଟ୍ ଉପରେ ସବୁ ଲୋକଙ୍କ ଆଖି । କରୋନା କାଳରେ ଅର୍ଥ ମନ୍ତ୍ରୀ ସୀତାରମଣ କ’ଣ ନେଇ ଆସୁଛନ୍ତି ସାଧାରଣ ଲୋକଙ୍କ ପାଇଁ ତାହା ଜାଣିବା ପାଇଁ ସମସ୍ତେ ବ୍ୟଗ୍ର । ଯଦି ଆୟକର ଆଇନର ସେକ୍ସନ୍ ୮୦ ସିରେ ଟ୍ୟାକ୍ସ ଡିଡକ୍ସନ କ୍ଲେମ୍ ସୀମା ବଢ଼େ ତେବେ ଲୋକେ ପିପିଏଫ୍, ଏନ୍ଏସ୍ସି ଏବଂ ଏଲ୍ଆଇସି ମଧ୍ୟରେ କେଉଁ ପ୍ଲାନକୁ ପସନ୍ଦ କରିବେ । ଏନେଇ ଫାଇନାନସିଆଲ୍ ଏକ୍ସପ୍ରେସ ନିବେଶକାରୀଙ୍କ ପାଇଁ କିଛି ତଥ୍ୟ ପ୍ରକାଶ କରିଛି ।
ତେବେ ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତୀୟ ଡିଡକ୍ସନ୍ କ୍ଲେମ୍ କରିବା ପାଇଁ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ(ପିପିଏଫ୍) ରେ ଅଧିକ ନିବେଶ କରିବା ଉଚିତ୍ । ଏବେ ସେକ୍ସନ୍ ୮୦ ସି ଅନୁଯାୟୀ ଟ୍ୟାକ୍ସ ସେଭିଂ ବିକଳ୍ପରେ ନିବେଶ ଅନୁଯାୟୀ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଡକ୍ସନ୍ କ୍ଲେମ କରାଯାଇପାରିବ ।
୬୦ ପ୍ରତିଶତ ଲୋକେ ବାଛିଛନ୍ତି ପିପିଏଫ୍ କୁ
ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ଟ୍ଵିଟରରୁ ଜଣାପଡ଼ିଛି ଯେ ଯଦି ଅର୍ଥ ମନ୍ତ୍ରୀ ସେକ୍ସନ୍ ୮୦ ସି ର ଲିମିଟ୍ ବଢ଼ାଇ ୩ ଲକ୍ଷ ପର୍ଯ୍ୟନ୍ତ କରନ୍ତି ତେବେ ଡିଡକସନ୍ କ୍ଲେମ୍ କରିବା ପାଇଁ ୬୦ ପ୍ରତିଶତ ଲୋକ ପିପିଏଫ୍ କୁ ବାଛିବେ । ୨୦ ପ୍ରତିଶତ ଜୀବନ ବୀମାରେ ନିବେଶ କରିବାକୁ ପସନ୍ଦ କରିବା ବେଳେ ହୋମ୍ ଲୋନ୍ ଓ ଡାକଘର ଯୋଜନାରେ ୧୦-୧୦ ପ୍ରତିଶତ ଲୋକ ନିବେଶ କରିବାକୁ ଇଚ୍ଛା କରିବେ ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…