Below header

ଯଦି ୨୦୨୧ ବଜେଟ୍‌ରେ ସେକ୍‌ସନ୍‌ ୮୦ ସି ର ଲିମିଟ୍‌ ବୃଦ୍ଧି ପାଏ, ଜାଣନ୍ତୁ ପିପିଏଫ୍‌, ଏନ୍‌ଏସ୍‌ସି ଓ ଏଲ୍‌ଆଇସି ମଧ୍ୟରୁ କେଉଁଠି ବିନିଯୋଗ ସବୁଠୁ ଭଲ

ନୂଆଦିଲ୍ଲୀ :  ୨୦୨୧ କେନ୍ଦ୍ର ବଜେଟ୍‌ ଉପରେ ସବୁ ଲୋକଙ୍କ ଆଖି । କରୋନା କାଳରେ ଅର୍ଥ ମନ୍ତ୍ରୀ ସୀତାରମଣ କ’ଣ ନେଇ ଆସୁଛନ୍ତି ସାଧାରଣ ଲୋକଙ୍କ ପାଇଁ ତାହା ଜାଣିବା ପାଇଁ ସମସ୍ତେ ବ୍ୟଗ୍ର । ଯଦି ଆୟକର ଆଇନର ସେକ୍‌ସନ୍‌ ୮୦ ସିରେ ଟ୍ୟାକ୍ସ ଡିଡକ୍ସନ କ୍ଲେମ୍‌ ସୀମା ବଢ଼େ ତେବେ ଲୋକେ ପିପିଏଫ୍‌, ଏନ୍‌ଏସ୍‌ସି ଏବଂ ଏଲ୍‌ଆଇସି ମଧ୍ୟରେ କେଉଁ ପ୍ଲାନକୁ ପସନ୍ଦ କରିବେ । ଏନେଇ ଫାଇନାନସିଆଲ୍‌ ଏକ୍ସପ୍ରେସ ନିବେଶକାରୀଙ୍କ ପାଇଁ କିଛି ତଥ୍ୟ ପ୍ରକାଶ କରିଛି ।

ତେବେ ଫାଇନାନ୍‌ସିଆଲ୍‌ ଏକ୍ସପ୍ରେସ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତୀୟ ଡିଡକ୍‌ସନ୍‌ କ୍ଲେମ୍‌ କରିବା ପାଇଁ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ(ପିପିଏଫ୍‌) ରେ ଅଧିକ ନିବେଶ କରିବା ଉଚିତ୍‌ । ଏବେ ସେକ୍‌ସନ୍‌ ୮୦ ସି ଅନୁଯାୟୀ ଟ୍ୟାକ୍ସ ସେଭିଂ ବିକଳ୍ପରେ ନିବେଶ ଅନୁଯାୟୀ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଡକ୍‌ସନ୍‌ କ୍ଲେମ କରାଯାଇପାରିବ ।

୬୦ ପ୍ରତିଶତ ଲୋକେ ବାଛିଛନ୍ତି ପିପିଏଫ୍‌ କୁ

ଫାଇନାନ୍‌ସିଆଲ୍‌ ଏକ୍ସପ୍ରେସ୍‌ ଟ୍ଵିଟରରୁ ଜଣାପଡ଼ିଛି ଯେ ଯଦି ଅର୍ଥ ମନ୍ତ୍ରୀ ସେକ୍‌ସନ୍‌ ୮୦ ସି ର ଲିମିଟ୍‌ ବଢ଼ାଇ ୩ ଲକ୍ଷ ପର୍ଯ୍ୟନ୍ତ କରନ୍ତି ତେବେ ଡିଡକସନ୍‌ କ୍ଲେମ୍‌ କରିବା ପାଇଁ ୬୦ ପ୍ରତିଶତ ଲୋକ ପିପିଏଫ୍‌ କୁ ବାଛିବେ । ୨୦ ପ୍ରତିଶତ ଜୀବନ ବୀମାରେ ନିବେଶ କରିବାକୁ ପସନ୍ଦ କରିବା ବେଳେ ହୋମ୍‌ ଲୋନ୍‌ ଓ ଡାକଘର ଯୋଜନାରେ ୧୦-୧୦ ପ୍ରତିଶତ ଲୋକ ନିବେଶ କରିବାକୁ ଇଚ୍ଛା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.