ଦାରିଙ୍ଗବାଡ଼ି: ଦଲାଲ ମାମୁଁର ଘୁରିଲା ଦିମାଗ୍ , ମାତ୍ର ଲକ୍ଷେ ଟଙ୍କା ପାଇଁ ଭାଣେଜୀକୁ ବଳି ପାଇଁ ବିକ୍ରି କରୁଥିଲା କିନ୍ତୁ ପରେ ଘଟିଲା ଏମିତି

ଦାରିଙ୍ଗବାଡ଼ି(କେନ୍ୟୁଜ୍):  ରାତାରତି ବଡ ଲୋକ ହେବାର ନିଶା ପୂରା ତଳସ୍ତରକୁ  ନେଇଯାଉଛି ଆଜିର ମଣିଷକୁ ।   ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ କେତେ ଭୁଲ୍ କରୁଛନ୍ତି ତାହା ଭାବିଲେ ହିଁ ମୁଣ୍ଡ କଣ ହେଇ ଯାଉଛି। ଏମିତି ଏକ ଘଟଣା ଘଟିଛି  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ କାଞ୍ଜୁ ମାହାଗ୍ରାମରେ।  ଜଣେ ମାମୁଁ ମାତ୍ର ଲକ୍ଷେ ଟଙ୍କା ପାଇଁ ନିଜ ଭାଣେଜୀକୁ ବିକ୍ରି କରୁଥିଲେ ଆଉ ତାକୁ  ଏଥିରେ ସାହାଯ୍ୟ କରିଥିଲା ଝିଅର ଭାଈ ।  ଭଉଣୀକୁ ବିକି ରାତାରାତି ବଡ ଲୋକ ହେବା ପାଇଁ ଉଭୟ ଏଭଳି କୁକର୍ମ  କରିବାକୁ ପଛାଇନଥିଲେ ।

କେତେ ସ୍ୱାର୍ଥପର ସତରେ ଏ ଭାଈ ଆଉ ମାମୁଁ । ନିରୀହ ଝିଅ କଣ ସତରେ ଘର ଲୋକଙ୍କ ପାଇଁ ବୋଝ ହେଉଥିଲା । କିନ୍ତୁ ଉପରୱଲାର ବିନା ନିର୍ଦ୍ଦେଶରେ ପତ୍ରଟିଏ ହେଲେନି  । ସେଥିପାଇଁ ତ ଝିଅଟି ଉଦ୍ଧାର ପାଇଗଲା ।

ଦାରିଙ୍ଗିବାଡି ଗୁମିକିଆ ପଞ୍ଚାୟତର କାଞ୍ଜୁ ମାହା ଗାଁରେ ଏହି ଅଘଟଣ ଘଟୁ ଘଟୁ ରହିଯାଇଛି। ସେହି ଗାଁର ଭୂଷଣ ପ୍ରଧାନଙ୍କ ୧୬ ବର୍ଷ ଝିଅକୁ ନିଜ ମାମୁଁ ରାଜା ମୋହନ ପ୍ରଧାନ ଦାରିଙ୍ଗିବାଡିର ଜଣେ ତାନ୍ତ୍ରିକକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ବଦଳରେ ମିଳିଥାନ୍ତା ଲକ୍ଷେ ଟଙ୍କା । ଏତେ ଗୁଡେ ଟଙ୍କା ମିଳିବ ଭାବି ନାବାଳିକାକୁ ନେଇ ବାହାରିଥିଲେ ଗାଁ ରୁ। ହେଲେ ଠିକଣା ଜଗାରେ ଚାଲିଥିଲା ପୂଜା ପାଠ । ସେ ଜାଗା ଥିଲା କିଛି ଅଲଗା। ତେଣୁ ଦ୍ଵନ୍ଦରେ ପଡିଲେ ଝିଅର ମାମୁଁ। ମନରେ ଛାନିଆ ପଶି ଗଲା ମାମୁଁର । ଭାଣେଜୀର ପାଖ ଛାଡି ନଥିଲେ ମାମୁଁ । ଗାଁକୁ ଫେରିବାକୁ ଚିନ୍ତା କରୁଥିଲେ । ଠିକ୍ ତା ପୂର୍ବ ରୁ ତାନ୍ତ୍ରିକ ତରଫରୁ ଫୋନ୍ ଆସିଲା ଯଦି ଏ କଥା ପୋଲିସ୍‌କୁ କହିବ ତେବେ ଜୀବନରୁ ମାରିଦେବୁ।

ଦାରିଙ୍ଗିବାଡିଠୁ ଦୂରରେ ଗୋଟିଏ ଗାଁକୁ ଯାଇଥିଲେ ଦଲାଲ୍ ମାମୁଁ । ଭେଟିଥିଲେ ଦୁଇ ଜଣ ଲୋକଙ୍କୁ, ସେଥିରୁ ଜଣ ଙ୍କ ନାଁ ରାଜା । ସେହି ଦୁଇ ଜଣଙ୍କ କଥାରେ ତାଳ ମେଳ ରହୁ ନଥିଲା । କିଏ କହୁଥିଲା କିଛି ହବନି ଦିନେ ପରେ ଝିଅକୁ ନେଇଯିବ, ଆଉ ଜଣେ କହୁଥିଲା ଦେଖିବା ଆଗକୁ କଣ ହେବ ।

ବାସ୍, ତା ପରେ ମୁଣ୍ଡରେ ଚେତା ପଶିଥିଲା ଦଲାଲ୍ ମାମୁଁର । ନାବାଳିକା କୁ ଧରି କୌଣସି ମତେ ସେ ଜାଗାରୁ ଖସି ଆସିଲେ । ପରେ ଗାଁରେ ସବୁ ଜଣାଇଲାରୁ ସଭା କରାଗଲା । ତେବେ ଯାହା ଅନୁମାନ କରାଯାଇଛଇ, ଯାହା ଶୁଣାଯାଉଛି ସଂପୃକ୍ତ ତାନ୍ତ୍ରିକକୁ ତାର ପୂଜା ପାଇଁ ଜଣେ କୁମାରୀର ଆବଶ୍ୟକତା ଥିଲା । ଯାହାଦ୍ୱାର କିଛି ସାଧନା ସଫଳ ହୋଇଥାନ୍ତା । ତେଣୁ ସେ ମାମୁଁଟିକୁ ଫସାଇଥିଲା ଆଉ ଲକ୍ଷେ ଟଙ୍କାର ଲୋଭ ଦେଖାଇଥିଲା । ଏମିତିକି ପୂଜା ପରେ ପୁଣି ଝିଅକୁ ନେଇଯିବ ବୋଲି କହିଥିଲା । ହେଲେ ସବୁ ଓଲଟ ପାଲଟ ହୋଇଗଲା ।

ତଥାପି ଘଟଣା ପଛର ରହସ୍ୟ, ଉଦ୍ଦେଶ୍ୟ ସବୁକିଛିର ଖୋଳତାଡ ଯଦି ପୋଲିସ୍‌ ଓ ପ୍ରଶାସନ କରେ ତେବେ ସତ କଥା ସାମ୍ନାକୁ ଆସିବ । ନିରୀହ, ନିରକ୍ଷର ଏବଂ ଗରିବ ଲୋକଙ୍କ ଅବସ୍ଥାର ଫାଇଦା ଉଠାଇ କିଛି ଦଲାଲ୍ ଏଭଳି ଖେଳ ଖେଳୁଛନ୍ତି । ତେଣୁ ସୀମାନ୍ତ ଅଞ୍ଚଳରେ ଦଲାଲ୍ ମାନଙ୍କ ଗ୍ୟାଙ୍ଗକୁ  କେବେ ଧରିବ ପୋଲିସ ତାହା ଏବେ ଦେଖିବାକୁ ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.