ବଡଚଣାରୁ ବର୍ଷାଙ୍କ ନାଁ ଘୋଷଣା ପରେ ଅପପ୍ରଚାରକଙ୍କୁ ଅମରଙ୍କ ଜବାବ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରନ୍ତୁ

ଅପପ୍ରଚାରକଙ୍କୁ ଅମରଙ୍କ ଜବାବ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରନ୍ତୁ । ବଡଚଣା ନର୍ବାଚନ ମଣ୍ଡଳୀ ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ଘୋଷଣା କରିଛି ଦଳ । ଏହି ନିଷ୍ପତ୍ତିକୁ ନେଇ କିଛି ଚକ୍ରାନ୍ତକାରୀ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନାମ ବ୍ୟବହାର କରି ଅପପ୍ରଚାର ଚଳାଇଥିବା ବେଳେ ଏହାର ଦୃଢ ଜବାବ ଦେଇଛନ୍ତି ଖୋଦ୍ ଅମର ।

ଭୁବନେଶ୍ୱର (କେନ୍ୟୁଜ): ଅପପ୍ରଚାରକଙ୍କୁ ଅମରଙ୍କ ଜବାବ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରନ୍ତୁ । ବଡଚଣା ନର୍ବାଚନ ମଣ୍ଡଳୀ ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ଘୋଷଣା କରିଛି ଦଳ । ଏହି ନିଷ୍ପତ୍ତିକୁ ନେଇ କିଛି ଚକ୍ରାନ୍ତକାରୀ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନାମ ବ୍ୟବହାର କରି ଅପପ୍ରଚାର ଚଳାଇଥିବା ବେଳେ ଏହାର ଦୃଢ ଜବାବ ଦେଇଛନ୍ତି ଖୋଦ୍ ଅମର । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦଳୀୟ ଶୃଙ୍ଖଳାର ପାଠ ପଢାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

ବଡଚଣାରେ ୬ଥର ବିଧାୟକ ହୋଇଛନ୍ତି ଅମର ଶତପଥୀ । କେବଳ ବିଧାୟକ ନୁହେଁ, ତାଙ୍କୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ କରିବା ସହିତ ଶାସକ ଦଳର ମୁଖ୍ୟ ସଚେତକ ଭଳି ମର୍ଯ୍ୟଦାସମ୍ପନ୍ନ ପଦବୀରେ ମଧ୍ୟ ଅଧିଷ୍ଠିତ କରିଛନ୍ତି । ତେଣୁ ଟିକେଟ ପ୍ରଦାନ କରିବା ନିଷ୍ପତ୍ତି ସମ୍ପୁର୍ଣ୍ଣ ମୁଖ୍ୟମନ୍ତ୍ରୀଙ୍କର ଓ ଏହାକୁ ସମସ୍ତେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସମର୍ଥକଙ୍କୁ ବ୍ୟସ୍ତ ବିବ୍ରତ ନହୋଇ ସଙ୍ଗଠନ ପାଇଁ କାମ କରିବାକୁ ଆହ୍ବାନ ଦେଇଛନ୍ତି ଅମର । ଯେଉଁମାନେ ନାନା କଳ୍ପନା ଜଳ୍ପନା କରୁଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ସେ କେବେବି ଦଳ ଛାଡି ନାହାନ୍ତି କିମ୍ବା ଦଳ ଛାଡିବାର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.