ରାଜ୍ୟର ଭୋଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ, କହିଲେ ଏଥର ଯୋଡ଼ି ଶଙ୍ଖରେ ଦିଅନ୍ତୁ ଭୋଟ

ଆସନ୍ତା ୨୪ ତାରିଖରୁ ହିଞ୍ଜିଳିରୁ ପ୍ରଚାର ଅନୁକୂଳ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ତେବେ ଏହା ପୂର୍ବରୁ ଗତକାଲିରୁ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏଥିରେ ମୁଖ୍ୟମନ୍ତ୍ରୀ ଦୁଇ ହାତରେ ଦୁଇଟି ଶଙ୍ଖର ପ୍ରତିକୂର୍ତ୍ତି ଦେଖାଉଛନ୍ତି। କହୁଛନ୍ତି, ଏଥର ବିଜେଡିର ଯୋଡ଼ି ଶଙ୍ଖ।

ଭୁବନେଶ୍ୱର (କେନ୍ୟୁଜ): ବିଜେଡିର ଟିକେଟ ଚୂଡ଼ାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୨୪ ତାରିଖରୁ ହିଞ୍ଜିଳିରୁ ପ୍ରଚାର ଅନୁକୂଳ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ତେବେ ଏହା ପୂର୍ବରୁ ଗତକାଲିରୁ ଏକ ଭିଡିଓ ଭାଇରାଲ୍‌ ହେଉଛି । ଏଥିରେ ମୁଖ୍ୟମନ୍ତ୍ରୀ ଦୁଇ ହାତରେ ଦୁଇଟି ଶଙ୍ଖର ପ୍ରତିକୂର୍ତ୍ତି ଦେଖାଉଛନ୍ତି । କହୁଛନ୍ତି, ଏଥର ବିଜେଡିର ଯୋଡ଼ି ଶଙ୍ଖ। ଗୋଟେ ଭୋଟ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଆଉ ଗୋଟିଏ ଭୋଟ ସାଂସଦ ପ୍ରାର୍ଥୀଙ୍କ ପାଇଁ । ଆପଣମାନେ ଆଶୀର୍ବାଦ କରନ୍ତୁ । ପ୍ରଚାର ପାଇଁ ବାହାରିବା ପୂର୍ବରୁ ଓଡ଼ିଶାର ଭୋଟରଙ୍କୁ ନବୀନ ପଟ୍ଟନାୟକ କହିଛନ୍ତି ।  ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଅପିଲ କରିଛନ୍ତି ।

ଏଥି ସହିତ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ କହିଛନ୍ତି ଯେ ଆସନ୍ତା ୨୪ ତାରିଖରେ ନବୀନ ବାବୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ । ଆସନ୍ତୁ ଆମେ ସମସ୍ତେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ବିଜୁ ଜନତା ଦଳର ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିପୁଳ ବ୍ୟବଧାନରେ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.